୨୦୨୪ ବାଜି ହାରି ଯିବେ କି ଦିବ୍ୟ ଶଙ୍କର ମିଶ୍ର, ସର୍ଭେ ରିପୋର୍ଟ ପରେ ଚିନ୍ତାରେ ବିଜେଡି

ଭୁବନେଶ୍ୱର : ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ପାଇଁ ୨୦୨୪ ଏତେଟା ସହଜ ହୋଇ ନ ପାରେ। ୨୦୧୪ଏବଂ ୨୦୧୯କୁ ସୁରୁଖୁରରେ ଜିତିଥିବା ଶ୍ରୀ ମିଶ୍ର ୨୦୨୪ରେ ପରାଜୟର ମୁହଁ ଦେଖିପାରନ୍ତି। ଏକ ବେସରକାରୀ ସଂସ୍ଥା(ପିଆଇଏନ୍)ର ସଦ୍ୟତମ ସର୍ଭେରୁ ଏଭଳି କିଛି ରୋଚକ ତଥ୍ୟ ସାମନାକୁ ଆସିବାରେ ଲାଗିଛି।
ଗତବର୍ଷ ଜୁନାଗଡରେ ହୋଇଥିବା ଏନଏସି ନିର୍ବାଚନରେ ଦିବ୍ୟ ଶଙ୍କରଙ୍କ କାରଣରୁ ବିଜେଡିକୁ ପରାଜୟର ମୁହଁ ଦେଖିବାକୁ ପଡିଥିଲା। ସାରା ରାଜ୍ୟର ପୌରାଞ୍ଚଳ ଓ ଗ୍ରାମାଞ୍ଚଳରେ ବିଜେଡିର ଏକ ହାଓ୍ୱା ବୋହିବା ଆରମ୍ଭ ହୋଇଥିଲା। ସେ ସମୟରେ ବି ଦିବ୍ୟଶଙ୍କର ମିଶ୍ର ବିଜେଡିକୁ ନିଜ ଅଞ୍ଚଳରେ ରକ୍ଷା କରିପାରିଲେ ନାହିଁ। ସେହିପରି ଦିବ୍ୟ ଶଙ୍କରଙ୍କ ଉପରେ ସ୍ଥାନୀୟ ମାଳି ବର୍ଗ ଖୁସି ନ ଥିବା ଜଣାପଡିଛି। ଯଦି କଂଗ୍ରେସ କିମ୍ବା ବିଜେପି ଅନୁସୂଚିତ ଜାତି ଏବଂ ମାଳି ବର୍ଗକୁ ଏକାଠି କରିପାରିଲେ, ତେବେ ଶ୍ରୀ ମିଶ୍ର ୨୦୨୪ରେ ଚିତପଟାଙ୍ଗ ହୋଇଯିବେ। ନିକଟରେ ସ୍ଥାନୀୟ ବିଜେଡି ନେତା ତୁଲେଶ୍ୱର ନାଏକ ବିଜେଡି ଛାଡି କଂଗ୍ରେସରେ ଯୋଗ ଦେଇଛନ୍ତି। ସ୍ଥାନୀୟ ନେତା ତଥା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ମଧ୍ୟ ଟିକେଟ ଆଶାୟୀ ହୋଇ ଗଲେଣି। ସେ ଯଦି ବିଦ୍ରୋହ କରନ୍ତି, ତେବେ ବିଜେଡିକୁ ଏହା ଅଡୁଆରେ ପକାଇବ। ଜୁନାଗଡର ଗ୍ରାମାଞ୍ଚଳ ଭୋଟର ଏକ ବୃହତ ଅଂଶ ମହାନନ୍ଦଙ୍କ ସପକ୍ଷରେ ରହିଛି। ଅପରପକ୍ଷରେ ସଉଲ ମଙ୍ଗରାଜ କଂଗ୍ରେସ ଭୋଟର କିଛି ଅଂଶକୁ ପ୍ରଭାବିତ କରିପାରନ୍ତି।

ଅନୁସୂଚିତ ଜନଜାତି ଭୋଟରଙ୍କ ସଂଖ୍ୟା ନିର୍ବାଚନମଣ୍ଡଳୀରେ ପ୍ରାୟ୪୫ପ୍ରତିଶତ ରହିଛି। ଏହି ବର୍ଗରେ ବିଜେଡିର କୌଣସି ପ୍ରଭାବଶାଳୀ ସଂଗଠକ ତଥା ଛାମୁ ନେତା ଦୃଶ୍ୟମାନ ହେଉନାହାନ୍ତି। ପାରମ୍ପରିକ ଭାବେ ୮୦୦୦ ମେହେର ବର୍ଗର ଭୋଟ ବିଜେପି ସପକ୍ଷରେ ଯିବ ବୋଲି ପଲଟିକାଲ ଇଣ୍ଟେଲିଜେନ୍ସ ନେଟଓ୍ୱାର୍କ ପକ୍ଷରୁ ଦାବି କରାଯାଇଛି। ସେହିପରି ଗୋବିନ୍ଦ ସାହୁ ଏବଂ ମମିତା ମେହେର ମାମଲା ବିଚାରାଧିନ ରହିଛି। ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ଯିଏ କି ସବର୍ଣ୍ଣ ବର୍ଗର ନିଜକୁ ବଞ୍ଚାଇବା ପାଇଁ ଗୋବିନ୍ଦ ସାହୁ ପରୋକ୍ଷରେ ବଳି ପକାଇଥିବା ଆଲୋଚନା ହେଉଛି। ତେଣୁ ପଛୁଆବର୍ଗର ଏହି ସାହୁ ବର୍ଗ ଶ୍ରୀ ମିଶ୍ରଙ୍କୁ ସୁବିଧାବାଦୀ ବୋଲି ଚିତ୍ରଣ କରିଛନ୍ତି। ଏହି ବର୍ଗର ପ୍ରାୟ 8000 ଭୋଟ ଏକତରଫା ଭାବେ ବିଜେଡି ମୁହାଁ ହେବ ନାହିଁ ବୋଲି ଖୋଦ୍ ବିଜେଡି ଅନୁଭବ କରୁଛି। ଜୁନାଗଡ଼ରେ ଥିବା ପାଖାପାଖି ୧୪୦୦୦ ସହରାଞ୍ଚଳର ଭୋଟର ଏକ ବୃହତ ଅଂଶ ଭାଜପା ସପକ୍ଷରେ ଯିବାର ନଜିର ରହିଛି। ତେଣୁ ଦିବ୍ୟଶଙ୍କରଙ୍କ ମିଶ୍ରଙ୍କୁ ପ୍ରାର୍ଥୀ କରିବା ପୂର୍ବରୁ ବିଜେଡିକୁ ରାଜନୈତିକ ଭାବେ ଏକାଧିକ ହୋମୱାର୍କ କରିବାକୁ ପଡିପାରେ ବୋଲି ରାଜନୈତିକ ସମୀକ୍ଷକମାନେ ଉଲ୍ଲେଖ କରିଛନ୍ତି।


ଉଲ୍ଲେଖଯୋଗ୍ୟ, ୨୦୧୯ଦିବ୍ୟଶଙ୍କର ମିଶ୍ର ୮୩୭୮୯ ଏବଂ ୨୦୧୪ରେ ୫୬୪୪୩ ଖଣ୍ଡ ଭୋଟ ପାଇଥିଲେ। ଏହି ଆସନରେ ବିଜେପି ପ୍ରାୟ ୩୦ %ରୁ ଅଧିକ ଭୋଟ ଅକ୍ତିଆର କରିଛି। କଂଗ୍ରେସ ଗତ ନିର୍ବାଚନରେ ୧୭ ପ୍ରତିଶତ ଭୋଟ ପାଇଥିଲେ ବି ପ୍ରାୟ ୨୦ରୁ ୨୨ ପ୍ରତିଶତ ଭୋଟରୁ ୨୦୨୪ ନିର୍ବାଚନ ବାଜି ଆରମ୍ଭ କରିପାରେ।

Leave a Reply

Your email address will not be published. Required fields are marked *