ଧୋନୀଙ୍କ ପତ୍ନୀ ସାକ୍ଷୀ ଓ ବିରାଟଙ୍କ ଅନୁଷ୍କା ଗୋଟିଏ ସ୍କୁଲରେ ପଢୁଥିଲେ, ଫଟୋ ହେଲା ଭାଇରାଲ
ନୂଆଦିଲ୍ଲୀ : ମହେନ୍ଦ୍ର ସିଂ ଧୋନୀ ଏବଂ ବିରାଟ କୋହଲୀ । ଭାରତୀୟ କ୍ରିକେଟ ଜଗତର ଦୁଇ ବୃହତ ନାମ। ଦୁଇ ଜଣଙ୍କ ବନ୍ଧୁତା ମଧ୍ୟ ପଡିଆ ବାହାରେ ବେଶ୍ ଚର୍ଚ୍ଚାର କାରଣ ହୋଇଥାଏ। ହେଲେ ଏପରି ଏକ ସଂଯୋଗ ଉଭୟଙ୍କ ବ୍ୟକ୍ତିଗତ ଜୀବନରେ ରହିଛି। ଯାହା ଅନେକଙ୍କୁ ଆଶ୍ଚର୍ଯ୍ୟ କରିବା ସହ ଖୁସି କରିପାରେ। ମାହି ତଥା ଧୋନୀଙ୍କ ଧର୍ମପତ୍ନୀ ସାକ୍ଷୀ ସିଂ ଏବଂ ବିରାଟ କୋହଲୀଙ୍କ ପତ୍ନୀ ଅନୁଷ୍କା ପିଲାଦିନର ସାଙ୍ଗ। ପିଲାଦିନେ ସ୍କୁଲ ପଢିବାର ଫଟୋ ଏବଂ କିଶୋରୀ ସମୟରେ ଦୁହିଁଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହା ନେଇ ଫେସବୁକ୍, ଇନ୍ଷ୍ଟ୍ରାଗ୍ରାମ ଏବଂ ଟୁଇଟରରେ ପ୍ରତିକ୍ରିୟା ଦେଖିବାକୁ ମିଳିଛି।