ଉଜ୍ଜ୍ୱଳ ଭାରତ ଦାବିକୁ ଭିତ୍ତିହୀନ କହିଲେ ସୁବ୍ରମଣ୍ୟମ ସ୍ୱାମୀ

ନୂଆଦିଲ୍ଲୀ : ଭାରତ ବେଶ ଉଜ୍ଜ୍ୱଳ ଓ ଚମକୁଛି ବୋଲି ଯାହା କୁହାଯାଉଛି ତାହା ସବୁ ଭିତ୍ତିହୀନ ବୋଲି କହିଛନ୍ତି  ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ୱାମୀ ।  ଏହା କହିବା ସହ ସରକାରଙ୍କୁ ସମାଲୋଚନା ମଧ୍ୟ କରିଛନ୍ତି। ସ୍ବାମୀ କହିଛନ୍ତି ଯେ ମୁଁ ଭାରତୀୟ ଅର୍ଥନୀତିର ପରିସଂଖ୍ୟାନକୁ ଭଲଭାବେ ଅନୁଶୀଳନ କରିଛି। ଭାରତ ଚମକୁଛି ବୋଲି ଯାହା କୁହାଯାଉଛି ତାହା ଭିତ୍ତିହୀନ। ଯଦି କରୋନା ଜନିତ ସୁଧାରକୁ ବାଦ ଦିଆଯିବ ତେବେ ଦେଶର ଜିଡିପି ଅଭିବୃଦ୍ଧି ୪ ପ୍ରତିଶତ ରହିବ। ନେହେରୁଙ୍କ ସମୟରେ ସେହି ସମାନ ଧରଣର ଅଭିବୃଦ୍ଧି ଥିଲା ବୋଲି ସ୍ୱାମୀ ମନେ ପକାଇ ଦେଇଛନ୍ତି।

Leave a Reply

Your email address will not be published. Required fields are marked *