ବାହାନଗା ଟ୍ରେନ୍ ଦୁର୍ଘଟଣା:ଦ୍ବିତୀୟ ଦିନରେ ରେଳ ଅଧିକାରିଙ୍କ ମୋବାଇଲ ଜବତ କଲା ସିବିଆଇ

ବାଲେଶ୍ବର: ବାଲେଶ୍ବର ଜିଲ୍ଲା ବାହାନଗା ଟ୍ରେନ ଦୁର୍ଘଟଣାର କାରଣ ଜାଣିବା ପାଇଁ ସିବିଆଇ ଘଟଣାର ତଦନ୍ତ କରୁଛି।ଆଜି ଏହି ତଦନ୍ତର ଦ୍ୱିତୀୟ ଦିନରେ ସିବିଆଇର ୧୦ ଜଣିଆ ଟିମ୍ ଦୁର୍ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଟେକ୍ନିକାଲ ଏବଂ ଫରୋନ୍ସିକ୍ ଟିମ୍ ତୃତୀୟ ଥର ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି।ଏହି ଟିମ୍ ଘଟଣାସ୍ଥଳରେ ଦୀର୍ଘ ୪୫ ମିନିଟ୍ ତଦନ୍ତ କରିବା ପରେ ରେଳ ଅଧିକାରୀଙ୍କ ମୋବାଇଲ ସିବିଆଇ ହାତରେ ଲାଗି ଥିବା ସୂଚନା ରହିଛି। କଲ୍ ରେକର୍ଡ, ହ୍ୱାଟସଆପ କଲ୍ ଓ ସୋସିଆଲ ମିଡିଆର ତଥ୍ୟ ସଂଗ୍ରହ କରୁଛି ସିବିଆଇ। ଏବେ ଏହି ସବୁ ମୋବାଇଲ ତଥ୍ୟକୁ ଅନୁଧ୍ୟାନ କରି ସିବିଆଇ ତଦନ୍ତ ଆଗକୁ ବଢାଇବାକୁ ଯାଉଛି ।ଅପର ପକ୍ଷରେ କରମଣ୍ଡଳ ଟ୍ରେନର ଲୋକପାଇଲଟଙ୍କୁ ଜେରା କରାଯିବ ବୋଲି ସୂଚନା ମିଳିଛି । ସେହିପରି ଦୁର୍ଘଟଣାରେ ଜଡ଼ିତ ପ୍ରତ୍ୟେକ ଲୋକଙ୍କ ସହ ଆଲୋଚନା କରି ତନ୍ଦନ୍ତ ଆଗକୁ ବଢାଇବାକୁ ଚିନ୍ତା କରୁଛି ସିବିଆଇ। ଅନ୍ୟପଟେ ଏହି ମାମଲାରେ ରେଲୱେ ମଧ୍ୟ ନିଜ ଆଡୁ ତଦନ୍ତ କରୁଛି। ରେଲୱେର ତଦନ୍ତକାରୀ ଟିମ୍ ଷ୍ଟେସନ ମାଷ୍ଟରଙ୍କୁ ରିପୋର୍ଟ ମାଗିଥିବା ସୂଚନା ରହିଛି।