ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷ ବଢିଛି ଦୁଇ ଚକିଆ ଯାନର ବିକ୍ରି

ନୂଆଦିଲ୍ଲୀ: ବଢିଛି ୨ ଚକିଆ ଯାନର ବିକ୍ରି । ପୂର୍ବ ବର୍ଷ ଅବା  ୨୦୨୨ ମେ’ ତୁଳନାରେ ଚଳିତ ବର୍ଷର ମେ’ ରେ ବୃଦ୍ଧି ପାଇଛି ୨ ଚକିଆ ଯାନର ବିକ୍ରି । ଯାହାକି ୯.୨୩ ପ୍ରତିଶତ ବୃଦ୍ଧି ପାଇଛି। 2022 ମେ’ ରେ ୧୩ ଲକ୍ଷ ୬୫ ହଜାର ୯୨୪ଟି ଗାଡ଼ି ବିକ୍ରି ହୋଇଥିବା ବେଳେ ଚଳିତ ବର୍ଷ ମେ’ରେ ୧୪ ଲକ୍ଷ ୯୩ ହଜାର ୨୩୪ ଟି ଦୁଇ ଚକିଆ ଯାନର ବିକ୍ରି ହୋଇଛି।ହିରେ ମୋଟୋରର ୫ ଲକ୍ଷ ୩୦ ହଜାର ୬୫୮ ଲକ୍ଷ ଗାଡି ବିକ୍ରି ହୋଇଥିବା ବେଳେ ହୋଣ୍ଡାର ୨ ଲକ୍ଷ ୬୯ ହଜାର ୫୫୭ଟି ଦୁଇ ଚକିଆ ଗାଡି ବିକ୍ରି ହୋଇଛି। ସେହିପରି ଟିଭିଏସ ମୋଟରର କମ୍ପାନୀର ୨ ଲକ୍ଷ ୫୨ ହଜାର , ବାଜାଜ  ୧ ଲକ୍ଷ ୮୬ ହଜାର, ରୟାଲ୍ ଏନଫିଲ୍ଡର ୬୮ ହଜାର ୫୭୦ଟି ଗାଡି ବିକ୍ରି ହୋଇଛି। ସୁଜୁକି ୬୧ ହଜାର ୪୪୨, ୟମହା ୪୪ ହଜାର ୩୮୬, ଓଲା ଇଲେକଟ୍ରିକ ୨୮ ହଜାର ୪୬୯, ଆଥର ୧୫ ହଜାର ୨୬୬ ଓ  ଅନ୍ୟାନ କମ୍ପାନୀର ଗାଡ଼ି ୩୬ ହଜାର ୪୮୯ ଟି ଗାଡି ବିକ୍ରି ହୋଇଛି।

Leave a Reply

Your email address will not be published. Required fields are marked *