ୱେଷ୍ଟଇଣ୍ଡିଜ ଶୃଙ୍ଖଳା ପାଇଁ ଭାରତୀୟ ଦଳ ଘୋଷଣା

ଭୁବନେଶ୍ଵର; ୱେଷ୍ଟଇଣ୍ଡିଜ ଶୃଙ୍ଖଳା ପାଇଁ ବିସିସିଆଇ ଆଜି ଭରତୀୟ ଦଳ ଘୋଷଣା କରିଛି। ଟିମ୍ ଇଣ୍ଡିଆ ଏହି ଲମ୍ବା ଶୃଙ୍ଖଳାରେ ୨ଟି ଟେଷ୍ଟ, ୩ଟି ଦିନିକିଆ ଏବଂ ୫ଟି ଟି -୨୦ ଖେଳିବାକୁ ଯାଇଛି। ଭରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ କେବଳ ଟେଷ୍ଟ ଏବଂ ଦିନିକିଆ ପାଇଁ ଟିମ୍ ଘୋଷଣା କରିଛି। ଯେଉଁଥିରେ ମୁକେଶ କୁମାର, ଜସ୍ୱୋଷୀ ଜୟସ୍ଵଲ୍, ଏବଂ ଋତୁଜାର ଗାଈକ୍ୱାଡଙ୍କ ପରି ନୂଆ ଚେହେରା ଦେଖିବାକୁ ମିଳିବ। ଜସ୍ଵଶୀଙ୍କୁ ଟେଷ୍ଟ ଦଳରେ ସାମିଲ କରିଥିବା ବେଳେ ଋତୁରାଜ ଓ ମୁକେଶ କୁମାରଙ୍କୁ ଦିନିକିଆ ଓ ଟେଷ୍ଟରେ ସୁଯୋଗ ମିଳିଛି। ସେହିପରି ସବୁବେଳେ ଚର୍ଚ୍ଚାରେ ଥିବା ସଞ୍ଜୁ ସାମସନ୍ ମଧ୍ୟ ଦଳକୁ ଫେରିଛନ୍ତି। ମହମ୍ମଦ ସମି ଓ ଚିତେଶ୍ୱର୍ ପୁଜାରଙ୍କ ପରି ଅଭିଜ୍ଞ ଖେଳାଳୀଙ୍କୁ ଟେଷ୍ଟରେ ବିଶ୍ରାମ ଦିଆଯାଇଛି।

*ଟେଷ୍ଟ ଦଳ*
ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ, ରୁତୁରାଜ ଗାଇକୱାଡ, ବିରାଟ କୋହଲି, ଯଶସ୍ୱୀ ଜଏସୱାଲ, ଅଜିଙ୍କ୍ୟ ରାହାନେ (ଉପ), କେ.ଏସ୍ ଭରତ , ଇଶାନ କିଶନ , ଆର ଅଶ୍ୱିନ୍, ଆର ଜାଡେଜା, ଶାର୍ଦ୍ଦୁଲ ଠାକୁର, ଅକ୍ସର ପଟେଲ, ମୋହଦ୍। ସିରାଜ, ମୁକେଶ କୁମାର, ଜୟଦେବ ଉନାଦକତ, ନବଦୀପ ସାଇନି।


*ଦିନିକିଆ ଦଳ*
ରୋହିତ ଶର୍ମା (କ୍ୟାପ୍ଟ), ଶୁଭମନ ଗିଲ, ରୁତୁରାଜ ଗାଇକୱାଡ, ବିରାଟ କୋହଲି, ସୂର୍ଯ୍ୟ କୁମାର ଯାଦବ, ସଞ୍ଜୁ ସାମସନ (wk), ଇଶାନ କିଶନ (wk), ହାର୍ଦ୍ଦିକ ପାଣ୍ଡ୍ୟା (Vc), ଶାର୍ଦ୍ଦୁଲ ଠାକୁର, ଆର ଜାଡେଜା, ଅକ୍ସର ପଟେଲ, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଜୟଦେବ ଉନାଦକତ, ମୋହଦ୍। ସିରାଜ, ଉମ୍ରାନ ମଲିକ, ମୁକେଶ କୁମାର।

Leave a Reply

Your email address will not be published. Required fields are marked *