୧୨ଟି ସହରରେ ବିଶ୍ୱକପ୍ ଖେଳାଯିବା ନେଇ କାର୍ଯ୍ୟସୂଚୀ ପ୍ରକାଶ; ସେପଟେ ପାକିସ୍ଥାନକୁ ଆଇସିସିର ଝଟକା

ଭୁବନେଶ୍ବର; ଅକ୍ଚୋବର ୫ରୁ ନଭେମ୍ବର ୧୯ ପର୍ଯ୍ୟନ୍ତ ହେବାକୁ ଥିବା ୨୦୨୩ ବିଶ୍ବକପ ଏଥର ଭାରତ ଆୟୋଜନ କରିବାକୁ ଯାଉଛି । ବିଶ୍ୱକପ୍ ୨୦୨୩ ମ୍ୟାଚ୍ ଭାରତର ୧୨ଟି ପଡ଼ିଆରେ ଖେଳାଯିବ। ଅହମ୍ମଦାବାଦ, ବେଙ୍ଗାଲୁର, ଚେନ୍ନାଇ, ଦିଲ୍ଲୀ, ଧରମଶାଳା, ଗୌହାଟି, ହାଇଦ୍ରାବାଦ୍, କଲିକତା, ଲକ୍ଷ୍ନୌ, ମୁମ୍ବାଇ, ପୁନେ, ଥିରୁଅନନ୍ତପୂରମ ଆଦି ୧୨ଟି ସହରରେ ବିଶ୍ବକପ୍ ଖେଳାଯିବା ନେଇ କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ସେହିପରି କଲିକତାର ଇଡେନ ଗାର୍ଡେନ୍ ଓ ମୁମ୍ବାଇର ୱାନଖେଡେରେ ସେମିଫାଇନାଲ ଖେଳାଯିବକୁ ଥିବା ବେଳେ, ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏହି ମହାକୁମ୍ଭର ଫାଇନାଲ ମ୍ୟାଚ ଖେଳାଯିବ ।ଏହି ଟୁର୍ଣ୍ଣାମେଣ୍ଟରେ ତିନୋଟି ନକ୍ ଆଉଟ ମ୍ୟାଚକୁ ମିଶାଇ ମୋଟ ୪୮ଟି ମ୍ୟାଚ ଖେଳାଯିବ । ଆଜିଠାରୁ ଏହି ଟ୍ରଫି ଆମେରିକା ଓ ଫ୍ରାନ୍ସ ଭଳି ୧୮ ଦେଶରେ ପରିକ୍ରମା କରିବ । ଅନ୍ୟପଟେ ଏନଆଇ ରିପୋର୍ଟ ମୁତାବକ ପାକିସ୍ତାନକୁ ଆଇସିସି(ଇଣ୍ଟରନ୍ୟାସନାଲ୍ କ୍ରିକେଟ କାଉନସିଲ୍) ଝଟକା ଦେଇଛି । ଖବର ଅନୁଯାୟୀ, କାର୍ଯ୍ୟସୂଚୀରେ ୧୫ ଅକ୍ଟୋବରରେ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଭାରତ ଓ ପାକିସ୍ତାନ ମଧ୍ୟରେ ଲିଗ୍ ମ୍ୟାଚ୍ ଖେଳାଯିବ। ପୂର୍ବରୁ ପାକିସ୍ତାନ କ୍ରିକେଟ ବୋର୍ଡ ଆଇସିସି ଏବଂ ବିସିସିଆଇ ପାଖରେ ଭାରତ ବିପକ୍ଷରେ ଖେଳାଯିବାକୁ ଥିବା ମ୍ୟାଚର ଭେନ୍ୟୁ ପରିବର୍ତ୍ତନ କରିବାକୁ ଦାବି କରିଥିଲା । କିନ୍ତୁ ରିପୋର୍ଟ ଅନୁଯାୟୀ, ଉଭୟ ଆଇସିସି ଓ ବିସିସିଆଇ ପାକିସ୍ତାନର ଏହି ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ବିଶ୍ୱକପ ପୂର୍ବରୁ ଖେଳାଯିବାକୁ ଥିବା ଏସିଆ କପକୁ ନେଇ ଭାରତ ଏବଂ ପାକିସ୍ତାନ କ୍ରିକେଟ୍ ବୋର୍ଡ ମଧ୍ୟରେ କଳହ ଲାଗି ରହିଛି। ବାସ୍ତବରେ, ପାକିସ୍ତାନ ଦ୍ୱାରା ଆୟୋଜିତ ଏସିଆ କପ୍ ଖେଳିବାକୁ ବିସିସିଆଇ ମନାକରୁଥିବା ବେଳେ ଏବେ ପାକିସ୍ତାନର ଅନୁରୋଧକୁ ବିସିସିଆଇ ସହ ଆଇସିସି ମଧ୍ୟ ପ୍ରତ୍ୟାଖ୍ୟାନ କରିବା କଥା କ୍ରିକେଟ୍ ପାକିସ୍ତାନକୁ ଅଡୁଆରେ ପକେଇଛି ।

Leave a Reply

Your email address will not be published. Required fields are marked *