ମଣିପୁରରେ କାହିଁଙ୍କି ରାହୁଲଙ୍କୁ ଅଟକାଇଲା ପୋଲିସ୍ ?

ଇମ୍ଫାଲ: ମଣିପୁର ହିଂସା ଦିନକୁ ଦିନ ଉଗ୍ର ରୂପ ଧାରଣ କରୁଛି। ତେବେ ଆଜି ମଣିପୁର ପରିଦର୍ଶନ କରିବାକୁ ଆସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ସ୍ଥାନୀୟ ପୋଲିସ ଆଗକୁ ବଢିବାକୁ ରୋକିଛି। ଇମ୍ଫାଲ ବିମାନବନ୍ଦର ସମ୍ମୁଖରେ ବିଷ୍ଣୁପୁର ଚେକପୋଷ୍ଟରେ ରାହୁଲ ଗାନ୍ଧୀଙ୍କୁ ଅଟକାଇ ଦିଆଯାଇଛି। ଇମ୍ଫାଲ ବିମାନବନ୍ଦରରେ ଅବତରଣ କରିବା ପରେ ସେ ଚୁରାଚାନ୍ଦପୁର ଯାଉଥିଲେ। ସୂଚନାନୁସାରେ, ସୁରକ୍ଷା କାରଣରୁ ରାହୁଲ ଗାନ୍ଧୀଙ୍କ କନଭେନକୁ ଅଟକାଇ ଦିଆଯାଇଛି।କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଇମ୍ଫାଲରେ ପହଞ୍ଚିଛନ୍ତି। ଏଠି ସେ ଦୁଇ ଦିନ ଧରି ମଣିପୁର ଗସ୍ତରେ ରହିବେ ଏବଂ ତାଙ୍କ ଗସ୍ତ ସମୟରେ ରିଲିଫ କ୍ୟାମ୍ପ ମଧ୍ୟ ପରିଦର୍ଶନ କରିବେ। ଏହା ସହିତ ଇମ୍ଫାଲ ଏବଂ ଚୁରାଚାନ୍ଦପୁରରେ ନାଗରିକ ସମାଜର ପ୍ରତିନିଧୀଙ୍କୁ ଭେଟିବା ପାଇଁ ତାଙ୍କର ଏକ କାର୍ଯ୍ୟକ୍ରମ ମଧ୍ୟ ରହିଛି।

Leave a Reply

Your email address will not be published. Required fields are marked *