ଜୟଦେବ ଭବନରେ ପୁନଃ ପ୍ରଦର୍ଶିତ ହେଲା ପ୍ରଥମ ଫିଚରେଟ୍ ‘ମାମୁ’ ଓ ପ୍ରଥମ ଓଡ଼ିଆ ଟେଲିଫିଲ୍ମ ‘ଉଷା’


ଭୁବନେଶ୍ୱର : ୧୯୮୭ ମସିହାରେ ଦୂରଦର୍ଶନରେ ପ୍ରସାରିତ ପ୍ରଥମ ଓଡ଼ିଆ ଟେଲିଫିଲ୍ମ ‘ଉଷା’ ଆଜି ମଧ୍ୟ ଅନେକ ଦର୍ଶକଙ୍କ ସ୍ମୃତିରେ ରହିଛି। ପ୍ରଖ୍ୟାତ ଚଳଚ୍ଚିତ୍ର ବ୍ୟକ୍ତିତ୍ୱ ନିତାଇ ପାଲିତଙ୍କ କାହାଣୀ, ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନାରେ ନିର୍ମିତ ନବେ ମିନିଟ ଅବଧିର ‘ଉଷା’ ଯୌତୁକ ନିର୍ଯାତନା ଓ ସମାଜ ସଚେତନତାର ବାର୍ତା ବହନ କରେ। କିମ୍ବଦନ୍ତୀ ପୁରୁଷ ଅକ୍ଷୟ ମହାନ୍ତି ଏହାର ଗୀତ ଓ ସଂଗୀତ ଦାୟିତ୍ୱରେ ଥିଲେ। ଅଭିନୟ ମଧ୍ୟ କରିଥିଲେ। ‘ଉଷା’ ପୂର୍ବରୁ କଟକ ଦୂରଦର୍ଶନ ଦ୍ୱାରା ୧୯୮୧ ମସିହାରେ ବ୍ୟାସକବି ଫକିରମୋହନ ସେନାପତିଙ୍କ ଉପନ୍ୟାସ ‘ମାମୁ’କୁ ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ଦ୍ଦେଶକ ଅନନ୍ତ ମହାପାତ୍ରଙ୍କ ଦ୍ୱାରା ଚିତ୍ରାୟିତ କରାଯାଇଥିଲେ ମଧ୍ୟ ଅବଧି ଏକ ଘଂଟା ଚାଳିଶ ମିନିଟ ଥିବାରୁ ‘ମାମୁ’କୁ ପ୍ରଥମ ଫିଚରେଟ୍ Featurette) ମାନ୍ୟତା ଦିଆଯାଇଥିଲା । ‘ମାମୁ’ର ସଙ୍ଗୀତ ନିର୍ଦ୍ଦେଶକ ଥିଲେ ବାଳକୃଷ୍ଣ ଦାଶ । ବିଶ୍ୱ ଚଳଚ୍ଚିତ୍ର ବ୍ୟାକରଣରେ ଫିଚରେଟ୍ (Featurette) ସଂଜ୍ଞା ହେଉଛି ‘ପୂର୍ଣ୍ଣାଙ୍ଗ ଚଳଚ୍ଚିତ୍ରର ଅବଧିରୁ କମ୍ କିନ୍ତୁ କ୍ଷୁଦ୍ର ଚଳଚ୍ଚିତ୍ର ଅବଧିରୁ ଅଧକ’। Not to be confused with feature. a featurette is a kind of film that is shorter than a full-length feature, but longer than a short film. The term may refer to either of two types of content: a shorter film or a companion film. ଅତଏବ ଏହି ମର୍ମରେ ‘ମାମୁ’କ ପ୍ରଥମ ଭାରତୀୟ ଟେଲିଫିଲ୍ମର ମାନ୍ୟତା ଦିଆଯାଇ ନଥିଲା । ସେହି ବର୍ଷ ଶେଷ ଭାଗରେ ଦୂରଦର୍ଶନ ପକ୍ଷରୁ ପ୍ରଖ୍ୟାତ ଚଳଚ୍ଚିତ୍ର ବ୍ୟକ୍ତିତ୍ୱ ସତ୍ୟଜିତ ରାୟଙ୍କ ନିର୍ଦ୍ଦେଶନାରେ ପ୍ରଥମ ଭାରତୀୟ ଟେଲିଫିଲ୍ମ ‘ସଦ୍‌ଗତି’ ନିର୍ମାଣ କରାଯାଇଥିଲା । ‘ସଦ୍‌ଗତି’ ପ୍ରସାରଣର ପାଂଚବର୍ଷ ପରେ କଟକ ଦୂରଦର୍ଶନ ପକ୍ଷରୁ ନିର୍ମିତ ହୋଇଥିଲା ପ୍ରଥମ ଓଡ଼ିଆ ଟେଲିଫିଲ୍ମ ‘ଉଷା’ । ଆଜି ୨୯ ଜୁନ୍ ସଂଧ୍ୟାରେ ‘ଉଷା’ର ସ୍କ୍ରିନିଂ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନରେ ହୋଇ ଯାଇଛି ।

Leave a Reply

Your email address will not be published. Required fields are marked *