ଗୌହାଟିରୁ ଆସିବ ଓଡ଼ିଶା ବିଜେପି ପାଇଁ ଗୁରୁମନ୍ତ୍ର

ଭୁବନେଶ୍ୱର : ଓଡ଼ିଶାରେ ବିଜେପିର ରଣନୀତି କଣ ହେବ। ନିଜସ୍ୱ ସଂଗଠନରେ ଦଳ ଆଗକୁ ବଢିବ। ନା କିଛି ବିଜେଡି ନେତାଙ୍କୁ ଦଳକୁ ଆଣିବ। କେନ୍ଦ୍ର ରାଜନୀତିକୁ ଲକ୍ଷ୍ୟ ରଖି ନବୀନ ପଟ୍ଟନାୟକଙ୍କୁ ଆକ୍ରମଣ କରିବ ନା କରିବ ନାହିଁ। ଯଦି ଆଗୁଆ ବିଧାନସଭା ନିର୍ବାଚନ ହୁଏ, ତେବେ କଣ ରଣନୀତି ହେବ। ଓଡ଼ିଶା ବିଜେପିର ପରବର୍ତ୍ତୀ ପ୍ରଚାର କମିଟି ଅଧ୍ୟକ୍ଷ କାହାକୁ କରାଯିବ। କେଉଁ ନେତା ମନ୍ତ୍ରୀ ପଦରୁ ଅପସାରିତ ହେବେ, କାହାକୁ ମନ୍ତ୍ରୀ କରାଯିବ। ସେ ନେଇ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇସାରିଛି ।
ସାମଗ୍ରିକ ଭାବେ ୨୦୨୪ ସାଧାରଣ ନିର୍ବାଚନର ପ୍ରସ୍ତୁତିକୁ ନେଇ ଭାରତୀୟ ଜନତା ପାର୍ଟି(ବିଜେପି) ମିସନ ମୋଡ୍‌ରେ କେନ୍ଦ୍ରୀୟ ସଂଗଠନ, ସରକାର ଓ ରାଜ୍ୟ ମାନଙ୍କରେ ବ୍ୟାପକ ପରିବର୍ତ୍ତନ କରିବାକୁ ଯାଉଛି। ଚଳିତ ମାସ ୬ ତାରିଖରେ ଗୌହାଟୀରେ ପୂର୍ବ ଓ ଉତ୍ତର ପୂର୍ବ ରାଜ୍ୟଗୁଡ଼ିକର ନେତାମାନଙ୍କ ସହିତ ବିଜେପିର ରାଷ୍ଟ୍ରୀୟ ନେତୃତ୍ୱ ଆଲୋଚନା କରିବେ। ରାଷ୍ଟ୍ରୀୟ ସଭାପତି ଜଗତ ପ୍ରକାଶ ନଡ୍ଡା, ସ୍ବରାଷ୍ଟ୍ର ବ୍ୟାପାର ମନ୍ତ୍ରୀ ଅମିତ ଶାହ, ଓଡିଶା,ବିହାର, ପଶ୍ଚିମବଙ୍ଗ,ଆସାମ ସମେତ ୧୨ଟି ରାଜ୍ୟର ନେତାମାରନଙ୍କ ସହିତ ଆଲୋଚନା କରିବେ ବୋଲି ଜଣାପଡିଛି। ଜୁଲାଇ ୬ ତାରିଖ ବୈଠକରେ ଓଡ଼ିଶାର ବିଜେପି ସାଂସଦ, ବିଧାୟକ, ରାଜ୍ୟ ସଭାପତି, ରାଜ୍ୟ ପ୍ରଭାରୀ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ନିକଟରେ ପ୍ରଭାରୀଙ୍କ ପକ୍ଷରୁ ଓଡ଼ିଶାରେ ସ୍ଥିତି ସମ୍ପର୍କିତ ଏକ ରିପୋର୍ଟ ପ୍ରଧାନମନ୍ତ୍ରୀ ‌‌‌ମୋଦୀଙ୍କୁ ସମୀକ୍ଷା ପାଇଁ ପଠାଯାଇଛି। ଏହା ଆଧାରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଅଧ୍ୟକ୍ଷ ନଡ୍ଡାକୁ କେତେକ ପରାମର୍ଶ ଦେଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *