ଜୁଲାଇ ୨୦ରୁ ସଂସଦର ମୌସୁମୀ ଅଧିବେଶନ
ନୂଆଦିଲ୍ଲୀ : ପାର୍ଲାମେଣ୍ଟର ଚଳିତ ବର୍ଷର ମୌସୁମୀ ଅଧିବେଶନ ଆସନ୍ତା ୨୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଏହି ଅଧିବେଶନ ଆସନ୍ତା ଅଗଷ୍ଟ ମାସ ୧୧ ତାରିଖ ଯାଏଁ ଚାଲିବ। ଶନିବାର କେନ୍ଦ୍ର ସରକାରଙ୍କ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏହି ସୂଚନା ଦେଇଛନ୍ତି।
ଶ୍ରୀ ଯୋଗୀ ଟୁଇଟ୍ କରି ଉଲ୍ଲେଖ କରିଛନ୍ତି ଯେ, ପାର୍ଲାମେଣ୍ଟର ୨୦୨୩ ମୌସୁମୀ ଅଧିବେଶନ ଜୁଲାଇ୨୦ ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ। ସମସ୍ତ ଦଳଙ୍କୁ ଅନୁରୋଧ ଏହି ମୌ ସୁମୀ ଅଧିବେଶନରେ କାର୍ଯ୍ୟପାଳିକା ବ୍ୟାପାର ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ଫଳପ୍ରଦ ଆଲୋଚନା ପାଇଁ ଅବଦାନ ଦେବେ। ସେହିପରି ଶ୍ରୀ ଯୋଗୀ ଆଉ ଏକ ଟୁଇଟ୍ ହିନ୍ଦୀ ଭାଷାରେ କରିଛନ୍ତି। ଏଥିରେ ସେ ଉଲ୍ଲେଖ କରିଛନ୍ତି ଯେ, ଏହି ୨୩ ଦିନିଆ ଅଧିବେଶନରେ ସମୁଦାୟ ୧୭ଟି ବୈଠକ ହେବ। ତେଣୁ, ଏହି ଅଧିବେଶନରେ କାର୍ଯ୍ୟପାଳିକା ଓ ସଂସଦର ଅନ୍ୟାନ୍ୟ ବ୍ୟାପାର ବିଷୟରେ ଗଠନମୂଳକ ଅବଦାନ ଦେବା ଲାଗି ସମସ୍ତ ରାଜନୈତିକ ଦଳଙ୍କୁ ଅନୁରୋଧ କରୁଛି। ସମାନ ନାଗରିକତା ସଂହିତା, ଦିଲ୍ଲୀ ସରକାର ସମ୍ବଦ୍ଧୀୟ ଅଧ୍ୟାଦେଶ ଆଦି କେତେକ ପ୍ରସଙ୍ଗ ମୌସୁମୀ ଅଧିବେଶନରେ ଗୁରୁତ୍ୱ ରଖିବାକୁ ଯାଉଛି। ମଣିପୁର ହିଂସା ଜାରି ରହିଛି। ତେଣୁ ଏକାଧିକ ପ୍ରସଙ୍ଗରେ ସରକାର ବିରୋଧିଙ୍କୁ କିପରି ସମ୍ମୁଖିନ ହେଉଛନ୍ତି। ତାହା ଉପରେ ସାରା ଦେଶର ନଜର ରହିବ।