ଓଡ଼ିଶାରୁ କାହାକୁ ମନ୍ତ୍ରୀ କରିବେ ମୋଦି, ଶାହା… ପଦ ପାଇଁ କିଏ ଲବିରେ…

ଭୁବନେଶ୍ୱର : ବିଜେପି ଶାସନରେ ନଅ ବର୍ଷ ପୂରଣ କରିଛି। ଆଉ ଶାସନକୁ ନଅ ମାସ ସମୟ ରହିଛି। ଆଗାମୀ ରଣନୀତିକୁ ଦୃଷ୍ଟିରେ ରଖି ବିଜେପି ବ୍ୟାପକ ଅଦଳବଦଳ କରିବାକୁ ଯାଉଛି। ଏହି କ୍ରମରେ ମଙ୍ଗଳବାର ଏକାଧିକ ରାଜ୍ୟର ରାଜ୍ୟ ସଭାପତି ବଦଳାଯାଇଛି। ଓଡ଼ିଶାରୁ ଜଣେ ମନ୍ତ୍ରୀଙ୍କୁ ବାଦ୍ ଦିଆଯିବ ବୋଲି ଜଣାପଡିଛି। ଏହି କ୍ରମରେ ତାଙ୍କ ସ୍ଥାନରେ ଆଉ ଜଣଙ୍କୁ ରାଷ୍ଟ୍ରମନ୍ତ୍ରୀ କରାଯିବ ବୋଲି ଜଣାପଡିଛି। ହେଲେ କାହାକୁ କରାଯିବ, ସେ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି।

ପଶ୍ଚିମ ଓଡ଼ିଶାରୁ ଜଣଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟାର ମନ୍ତ୍ରୀ କରାଯିବାର ଯଥେଷ୍ଟ ସମ୍ଭାବନା ରହିଛି। ଏହି କ୍ରମରେ ଯଦି କ୍ୟାବିନେଟ୍ କଥା ବିଚାର କରାଯାଏ.। ତେବେ ଜୁଏଲଙ୍କୁ କ୍ୟାବିନେଟ୍ ମନ୍ତ୍ରୀ କରାଯାଇପାରେ। ମାତ୍ର ଏନେଇ ଏତେଟା ସହମତି ଆସିପାରୁନାହିଁ। ଏହା ପରେ ପୂର୍ବତନ ବିଜେପି ସଭାପତି ବସନ୍ତ ପଣ୍ଡା ଏବଂ ବଲାଙ୍ଗୀର ସାଂସଦ ସଙ୍ଗୀତା ସିଂଦେଓଙ୍କ ନାଁ ସର୍ବାଗ୍ରେ ରହିଛି। ସମ୍ବଲପୁର ଏମପି ନୀତେଶ ଗଙ୍ଗଦେବଙ୍କ ବିଷୟ ଆଦୌ ଆଲୋଚନା କରାଯିବ ନାହିଁ।  ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ନିଜସ୍ୱ ଅଫିସର ଏବଂ ହିନ୍ଦୀ ବେଲ୍ଟ ଲବି ଆରମ୍ଭ କରି ଦେଇଛନ୍ତି। ତାଙ୍କ ସମର୍ଥକ ଶ୍ରୀମତୀ ଷଡଙ୍ଗୀଙ୍କ ମନ୍ତ୍ରୀ ହେବା ନେଇ ବେଶ୍ ଉତ୍ସାହିତ ଅଛନ୍ତି। ହେଲେ ଦଳରେ ନବାଗତା ହୋଇଥିବାରୁ ତାଙ୍କୁ ସହମତି ନ ମିଳିପାରେ। ସେହିପରି ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କୁ ମଧ୍ୟ କେତେକ ମନ୍ତ୍ରୀ ପଦରେ ଦେଖିବାକୁ ଉତ୍ସାହିତ। ମାତ୍ର ରାଜ୍ୟରୁ ସୁରେଶଙ୍କ ପାଇଁ ଲବି ନାହିଁ। ମାତ୍ର ଜେପି ନଡ୍ଡା କିମ୍ବା ସୁନୀଲ ବଂଶଲ ଶ୍ରୀ ପୂଜାରୀଙ୍କୁ ନେଇ ସରକରାତ୍ମକ ମନ୍ତବ୍ୟ ରଖିଛନ୍ତି। ତେଣୁ ଆଉ ନଅ ମାସ ପାଇଁ କେନ୍ଦ୍ର ବିଜେପି କାହାକୁ ମନ୍ତ୍ରୀ କରିବ, ତାହା ଉପରେ ସମସ୍ତଙ୍କ ନଜର ରହିବ।

Leave a Reply

Your email address will not be published. Required fields are marked *