ଅଷ୍ଟ୍ରେଲିଆକୁ ୩ ୱିକେଟରେ ହରାଇ ଆସେସ୍ ସିରିଜ୍ ଆଶା ଉଜ୍ଜୀବିତ ରଖିଲା ଇଂଲଣ୍ଡ

ଲିଡ୍ସ : ଚଳିତବର୍ଷ ଇଂଲଣ୍ଡରେ ଜାରି ରହିଥିବା ଆସେସ୍ ଟେଷ୍ଟର ତୃତୀୟ ଟେଷ୍ଟର ଚାରିଦିନରେ ଇଂଲିଶ ଟିମ୍ ଭ୍ରମଣକାରୀ ଅଷ୍ଟ୍ରେଲିଆକୁ ହରାଇଦେଇଛି। ଏହା ପରେ ଆସେସ୍ ପରିସଂଖ୍ୟନ 2-1 ହୋଇଛି। ଆଉ ଦୁଇଟି ଚେଷ୍ଟ ଖେଳା ଯିବାକୁ ରହିଥିବାରୁ ରୋମାଞ୍ଚ ଜାରି ରହିଛି। ତେବେ ଚତୁର୍ଥ ଟେଷ୍ଟ ଆସନ୍ତା ୧୯ ତାରିଖରେ ଖେଳାଯିବାକୁ ରହିଛି। ଅଷ୍ଟ୍ରେଲିଆକୁ ଇଂଲଣ୍ଡ ତିନି ଉଇକେଟରେ ହରାଇ ଦେଇଛି। ଇଂଲଣ୍ଡ ପକ୍ଷରୁ ବ୍ୟାଟିଂ କରୁଥିବା ହ୍ୟାରି ବ୍ରୁକ୍ସ୍ ଟେଷ୍ଟ କ୍ରିକେଟରେ ଦ୍ରୁତତମ ୧୦୦୦ ରନର ସଂଗ୍ରହ କରି ରେକର୍ଡ କରିଛନ୍ତି।

ଲିଡସର ହେଡିଂଲି ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଚତୁର୍ଥ ଦିନରେ ଇଂଲଣ୍ଡ ଆଗରେ ୨୨୪ ରନର ଲକ୍ଷ୍ୟ ରଖାଯାଇଥିଲା। ଇଂଲଣ୍ଡ ପକ୍ଷରୁ ପକ୍ଷରୁ ହ୍ୟାରି ବ୍ରୁକ୍ସ୍ ସର୍ବାଧିକ ୭୫ ରନର ପାରି ଏବଂ କ୍ରିସ ୱକ୍ସଙ୍କର ବହୁମୂଲ୍ୟ ୩୨ ରନ ଇଂଲଣ୍ଡକୁ ଶୃଙ୍ଖଳାରେ ଜୀବିତ ରଖିଛି ।

୨୨୪ ରନରେ ଇଂଲଣ୍ଡର ୭ ୱିକେଟ୍

ଦ୍ୱିତୀୟ ପାଳିରେ ଇଲଣ୍ଡ ପକ୍ଷରୁ ଓପନର ଜ୍ୟାକ କ୍ରୋଲି ୪୪ ଏବଂ ବ୍ରୁକ୍ସ ୭୫ ରନର ପାରି ଖେଳିଥିଲେ । ସେହିପରି କ୍ରିସ ୱକ୍ସ ୩୨ (ନଟଆଉଟ),ବେନ ଡକେଟ୍ ୨୩ ଏବଂ ନିଜ ଘରୋଇ ପଡିଆରେ ଖେଳୁଥିବା ଜୋ ରୁଟ୍ ୨୧ ରନ ସଂଗ୍ରହ କରିଥିଲେ । ଅନ୍ୟ ପକ୍ଷରେ ବିପକ୍ଷ କଙ୍ଗାରୁ ଦଳ ପକ୍ଷରୁ ଷ୍ଚାର୍କ ସର୍ବାଧିକ ୫ଟି ୱିକେଟ୍ ନେଇଥିବା ବେଳେ ଅଧିନାୟକ ପାର୍ଟ କମିନ୍ସି ଏବଂ ମିଚଲ୍ ମାର୍ସ ଗୋଟିଏ ଲେଖାଏ ୱିକେଟ୍ ନେବାରେ ସଫଳ ହୋଇଥିଲେ ।

ଶେଷ ପାଳିରେ ଇଂଲଣ୍ଡ ଆଗରେ ୨୫୧ ରନର ଲକ୍ଷ୍ୟ

ଶେଷ ପାଳିରେ ଇଂଲଣ୍ଡକୁ ୨୫୧ ରନର ଲକ୍ଷ ବିପକ୍ଷ ଦଳ ପ୍ରଦାନ କରି ୨୨୪ ରନରେ ଅଷ୍ଟ୍ରେଲିଆ ତାର ସମସ୍ତ ୱିକେଟ୍ ହରାଇଥିଲା । ଯେଉଁଥିରେ ହେର୍ଡଙ୍କ ୭୭ ରନ ଓ ଖ୍ବାଜାଙ୍କ ୪୩ ରନର ଯୋଗଦନ ରହିଥିଲା । ବ୍ରଡ୍ ଓ ୱକ୍ସ ତିନେଟି ଲେଖାଏ ୱିକେଟ ହାସଲ ତରିଥିଲେ ।
ପାର୍ଟ କମିନ୍ସଙ୍କ ୬ ୱିକେଟ ହାସଲ

ପ୍ରଥମ ପାଳିରେ ଅଷ୍ଟ୍ରେଲିଆର ୨୬୩ ରନ ଜବାବରେ ଘରୋଇ ଇଂଲଣ୍ଡ ୨୩୭ ରନରେ ଅଲଆଉଟ୍ ହୋଇଥିଲା । ଯେଉଁଥିରେ ବେନ୍ ଷ୍ଟୋକ୍ସ୍ ୮୦ ରନର ପାରି ଖେଳିଥିଲେ । ସେହିପରି ଅଷ୍ଟ୍ରେଲିଆ ଅଧିନାୟକ ୬ ୱିକେଟ୍ ହାସଲ କରିଥିଲେ ।

Leave a Reply

Your email address will not be published. Required fields are marked *