ଆଇଏସ୍ଆଇଏସ୍’ ନେତା ଓସାମା ଅଲ୍-ମୁହାଜିର୍ ନିହତ

ଓ୍ୱାଶିଂଟନ ଡିସି : ଗତ ଜୁଲାଇ ମାସ ୭ରେ ପୂର୍ବାଞ୍ଚଳ ସିରିୟାରେ ଡ୍ରୋନ୍ ଅସ୍ତ୍ର ଦ୍ୱାରା ଆକ୍ରମଣ କରାଯାଇ ‘ଆଇଏସ୍ଆଇଏସ୍’ ନେତାଙ୍କୁ ହତ୍ୟା କରାଯାଇଛି। ଗତକାଲି ଦିନ ‘ଦି ୟୁ. ଏସ୍. ସେଣ୍ଟ୍ରାଲ୍ କମାଣ୍ଡ୍’ ଏହା କହିଛନ୍ତି। ଡ୍ରୋନ୍ ଅସ୍ତ୍ର ଆକ୍ରମଣରେ ନିହତ ହୋଇଥିବା ‘ଆଇଏସ୍ଆଇଏସ୍’ ନେତା ଅଲ୍-ମୁହାଜିର୍ ବୋଲି ଆମେରିକା ସେନା ଦାବି କରିଛି।
ସମଗ୍ର ସିରିଆରେ ‘ୟୁ.ଏସ୍. ସେଣ୍ଟ୍ରାଲ୍ କମାଣ୍ଡ୍’ ଆକ୍ରମଣ କରିବା ଫଳରେ ପୂର୍ବାଞ୍ଚଳ ରେ ଉସାମା ଅଲ୍-ମୁହାଜିର୍ ନାମରେ ଜଣେ ‘ଆଇଏସ୍ ଆଇଏସ୍’ ନେତା ନିହତ ହୋଇଥିବା କୁହାଯାଇଛି।‘ୟୁ. ଏସ୍. ସେଣ୍ଟ୍ରାଲ୍ କମାଣ୍ଡ୍ ମୁଖ୍ୟ ମାଇକେଲ୍ କ୍ୟୁରିଲା କୁହନ୍ତି ଯେ ‘ଆଇଏସ୍ଆଇଏସ୍’କୁ ପରାସ୍ତ କରିବା ଲାଗି ଆମେ ବଦ୍ଧପରିକର। ‘ଆଇଏସ୍ଆଇଏସ୍’ କେବଳ ସେ ଅଞ୍ଚଳ ପ୍ରତି ନୁହେଁ, ଅନ୍ୟାନ୍ୟ ଅଞ୍ଚଳ ପ୍ରତି ମଧ୍ୟ ବିପଦର କାରଣ ହୋଇଛି।