ଆଦିତ୍ୟ ରୟ କପୁରଙ୍କୁ ଡେଟିଂ କରୁଛନ୍ତି ଅନନ୍ୟା ପାଣ୍ଡେ, ବାହାଘର ତାରିଖ ନେଇ କହିଲେ  ଏପରି କଥା

ବମ୍ବେ : ରଣବୀର-ଆଲିଆ, ସିଦ୍ଧାର୍ଥ-କିଆରା ପରେ ଆଉ ଗୋଟିଏ ସେଲିବ୍ରିଟି କପଲ୍ ବଲିଉଡରେ ଉଭା ହୋଇପାରନ୍ତି। ଏହି ଦୁଇଜଣ ହେଉଛନ୍ତି-ଆଦିତ୍ୟ ରୟ କପୁର ଏବଂ ଅନନ୍ୟା ପାଣ୍ଡେ। ଅନନ୍ୟା ଏବଂ ଆଦିତ୍ୟ ପରସ୍ପରକୁ ଡେଟ୍ କରୁଥିବା ସାମାଜିକ ଗଣମାଧ୍ୟମରୁ ଜଣାପଡିଛି। ସେମାନେ ଖୁବ୍ ଶୀଘ୍ର ନିଜ ରିଲେସନସିପ୍ ବିଷୟରେ ଘୋଷଣା କରିପାରନ୍ତି ବୋଲି ବି-ଟାଉନ୍ ରେ ଆଲୋଚନା ହେଉଛି। ଆର୍ଶ୍ଚଯ୍ୟର କଥା ଦୁଇ ଜଣ ପରସ୍ପରକୁ ଡେଟ୍ କରୁଥିବା କଥା ଏଯାଏଁ ଉଲ୍ଲେଖ  କରିନାହାନ୍ତି। ମାତ୍ର ଏହି କଥାକୁ କ୍ୟାମେରା ସାମ୍ନାରେ ମନା ମଧ୍ୟ କରିନାହାନ୍ତି। ହେଲେ ଉଭୟ ନିଜର ଇନଷ୍ଟାଗ୍ରାମ ଷ୍ଟୋରୀରେ ପରସ୍ପରର ଫଟୋ ଏବଂ ଭିଡିଓ ଛାଡିଥିବା ଦେଖିବାକୁ ମିଳିଥିଲା। କେତେକ ସିନେ ସମୀକ୍ଷକ କୁହନ୍ତି ଯେ, ହୁଏତ ସେମାନେ ଚଳିତ ବର୍ଷ ଶେଷ ଆଡ଼କୁ ନିଜ ସମ୍ପର୍କରେ ସମ୍ପର୍କରେ ସାର୍ବଜନୀନ କରିପାରନ୍ତି। ନଚେତ୍ ଉଭୟ ନିଜର କୌଣସି ଫିଲ୍ମର ଆଗୁଆ ପ୍ରମୋଶନ୍ ପାଇଁ ଏମିତି ଚକମା ଦେଇଥାଇ ପାରନ୍ତି।

Leave a Reply

Your email address will not be published. Required fields are marked *