ଜୀବନ ବୀମା ମନି ବ୍ୟାକ୍ ପ୍ଲାନର ଲାଭ ବିଷୟରେ ଜାଣନ୍ତୁ ……

ଆଜିର ଦୁନିଆରେ ଟଙ୍କାରୁ ଟଙ୍କା ରୋଜଗାର କରିବାକୁ କିଏ ବା ନଚାହେଁ । କିନ୍ତୁ ଏହା ପାଇଁ ପ୍ରଥମେ ଆପଣକୁ ଏହାର ହିସାବ ବୁଝିବାକୁ ହେବ । କାରଣ ଭାବିଚିନ୍ତି କରାଯାଇଥିବା ନିବେଶ ଆପଣଙ୍କୁ ଅଧିକ ଫାଇଦା ଦେଇଥାଏ । ଆଜି ଆମେ ଆପଣଙ୍କୁ ଏମିତି ଏକ ନିବେଶ ବିଷୟରେ କହିବାକୁ ଯାଉଛୁ , ଯାହା ଆପଣଙ୍କ ଭବିଷ୍ୟତ ସୁରକ୍ଷିତ କରିବ । ପଇସା ଡବଲ କରିବା ସ୍କିମ ଦୁନିଆରେ ବହୁତ ଅଛି କିନ୍ତୁ ଆମେ ଯଦି ଏହାକୁ ବୁଝି ବିଚାରି ନକରିବା ତେବେ ଆଗକୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ । ସେଥିପାଇଁ ଆମ ଆପଣଙ୍କୁ ମନି ବ୍ୟାକ୍ ପ୍ଲାନ ବା ମନି ବ୍ୟାକ ପଲିସିର ସବିଶେଷ ବିବରଣୀ ଦେବାକୁ ଯାଉଛୁ ।
ତେବେ କ’ଣ ଏହି ମନି ବ୍ୟାକ୍ ପଲିସି ?
ମନି ବ୍ୟାକ୍ ପଲିସି ଏମିତି ଏକ ନୀତି ଯାହା ବୀମାଧାରକଙ୍କ ଲାଇଫ କଭର କରିବା ସଙ୍ଗେ ସଙ୍ଗେ ସେ ନିବେଶ କରିଥିବା ପଇସାକୁ ଡବଲ କରିଥାଏ । ଏହି ପଲିସିକୁ ଏଣ୍ଡୋମେଣ୍ଟ ପଲିସି ମଧ୍ୟ କୁହାଯାଏ । କାରଣ ଏହି ପଲିସି ଅବଧି ମଧ୍ୟରେ ନିୟମିତ ବ୍ୟବଧାନରେ ରିଟର୍ଣ୍ଣ ଦେଇଥାଏ | ଯଦି କୌଣସି କାରଣରୁ ବୀମାଧାରକଙ୍କ ମୃତ୍ୟୁ ହୋଇଯାଏ , ତେବେ ତାଙ୍କ ପରିବାରକୁ ଏହି ବୀମା ସାହାର୍ଯ୍ୟରେ ଆର୍ଥିକ ସହାୟତା ପ୍ରଦାନ କରାଯାଇଥାଏ ।
ଏହି ପଲିସିରେ ଆପଣଙ୍କ ଯୋଗତ୍ୟା ଅନୁଯାୟୀ ଆପଣଙ୍କୁ ପ୍ଲାନ ମିଳିଥାଏ । ଆପଣଙ୍କ ଦ୍ୱାରା ନିଆଯାଇଥିବା ଯୋଜନା ଅନୁସାରେ ଏହା ଭିନ୍ନ ମଧ୍ୟ ହୋଇପାରେ । ସେହିପରି ନିଆଯାଇଥିବା ପଲିସି ସରିବା ପରେ ଆପଣଙ୍କୁ ମ୍ୟାଚୋରିଟ ଆକାରରେ ଆପଣଙ୍କ ପଇସା ଦିଆଯାଇଥାଏ ।
ଏହି ପଲିସିର ଲାଭ
ଏହି ଯୋଜନା ଆପଣଙ୍କୁ ଉଚ୍ଚ ରିଟର୍ଣ୍ଣ ଏବଂ ନିୟମିତ ଆୟ ପ୍ରଦାନ କରିଥାଏ | ମନି ବ୍ୟାକ୍ ପଲିସିରେ ଅନ୍ତର୍ଭୂକ୍ତ ହୋଇଥିବା ଲାଇଫ୍ କଭର୍ ଦୁର୍ଘଟଣା ସମୟରେ ଆପଣଙ୍କ ପ୍ରିୟଜନଙ୍କୁ ଆର୍ଥିକ ସୁରକ୍ଷା ପ୍ରଦାନ କରିଥାଏ, ଏହା ସହିତ ଧାରା 80 ସି ଅନୁଯାୟୀ 1.5 ଲକ୍ଷ ପର୍ଯ୍ୟନ୍ତ ଦେୟ ଏହି ଯୋଜନାରେ ଟିକସମୁକ୍ତ ଅଟେ | ଏଭଳି ପରିସ୍ଥିତିରେ ଏଠାରେ ବିନିଯୋଗ କରିବା ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇପାରେ |