ଏଟିଏମ୍ କାର୍ଡରେ ପାଇବେ ୫ ଲକ୍ଷର ବୀମା, ଜାଣନ୍ତୁ କେମିତି ……

ଆଜିର ଏ ଡିଜିଟାଲ ଯୁଗରେ ପ୍ରାୟ ସମସ୍ତଙ୍କ ପାଖରେ ଏଟିଏମ୍ କାର୍ଡ ନିଶ୍ଚିତ ଥିବ । ମହାମାରୀ କରୋନା ଆସିବା ପରଠୁ ଲୋକମାନେ ପରିବା କିଣାଠୁ ଆରମ୍ଭ କରି ସେଲୁନରେ ଚୁଟି କାଟିବା ପର୍ଯ୍ୟନ୍ତ ସବୁଠି ଏଟିଏମ କାର୍ଡ ଏବଂ ଡିଜିଟାଲ ପେମେଣ୍ଚ ଉପରେ ନିର୍ଭର କରୁଛନ୍ତି । ଏଥିରେ କେବଳ ଏତିକି ସୁବିଧା ନୁହେଁ ଆପଣ ବୋଧ ହୁଏ ଜାଣିନାହାନ୍ତି ଯେ ଏହି କାର୍ଡ ସାହାର୍ଯ୍ୟରେ ଆପଣ ବୀମା ମଧ୍ୟ ପାଇ ପାରିବେ । ତେବେ କେମିତି ଆସନ୍ତୁ ଜାଣିବା ।

ଯଦି ଆପଣ କୌଣସି ଏଟିଏମ କାର୍ଡକୁ ୪୫ ଦିନରୁ ଅଧିକ ବ୍ୟବହାର କରିଛନ୍ତି ତେବେ ଆପଣ ମାଗଣା ବୀମା ଆବେଦନ କରିବାକୁ ଯୋଗ୍ୟ ଗ୍ରାହାକ ଅଟନ୍ତି । ଏହି ବୀମାରେ ଦୁର୍ଘଟଣା ଏବଂ ଜୀବନ ବୀମାର ସୁବିଧା ପାଇ ପାରିବେ । କାର୍ଡର ବର୍ଗ ଅନୁସାରେ ଆପଣଙ୍କୁ ବୀମା ରାଶି ମିଳିବ । କ୍ଲାସିକ୍ କାର୍ଡଧାରୀମାନେ ୧ ଲକ୍ଷ ଟଙ୍କା, ପ୍ଲାଟିନମ୍ ୨ ଲକ୍ଷ , ମାଷ୍ଟର ୫ ଲକ୍ଷ , ଭିସା ୧.୫ ରୁ ୨ ଲକ୍ଷ ପର୍ଯ୍ୟନ୍ତ ଏବଂ ସାଧାରଣ ମାଷ୍ଟରକାର୍ଡ ଧାରି ୫୦.୦୦୦ ଟଙ୍କା ପର୍ଯ୍ୟନ୍ତ ଦାବି କରିପାରିବେ।

ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା ଆକାଉଣ୍ଟଧାରୀଙ୍କ ପାଇଁ ବ୍ୟାଙ୍କ ଏଟିଏମ କାର୍ଡ ଉପରେ ଏକ ସ୍ୱତନ୍ତ୍ର ମାଗଣା ବୀମା ପଲିସି ଅଛି। ଏହା ଅଧୀନରେ, ଆପଣ ପ୍ରାୟ ୧ ରୁ ୨ ଲକ୍ଷ ମାଗଣା ବୀମା କଭର ଦାବି କରିପାରିବେ | କେବଳ ଏତିକି ନୁହେଁ, ଦୁର୍ଘଟଣା ହେଲେ ଆପଣ ୫ ଲକ୍ଷ ଟଙ୍କା ନେଇପାରିବେ ଏବଂ ଯଦି ଆପଣ କୌଣସି କାରଣରୁ ଅକ୍ଷମ ହୋଇଯାଆନ୍ତି, ତେବେ ଆପଣ ୫୦.୦୦୦ ଟଙ୍କା ନେଇପାରିବେ । ଏହା ବ୍ୟତୀତ ଉଭୟ ଗୋଡ କିମ୍ବା ହାତର ସମ୍ପୂର୍ଣ୍ଣ କ୍ଷତି ହେଲେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଏବଂ ମୃତ୍ୟୁ କ୍ଷେତ୍ରରେ ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା କଭର ଉପଲବ୍ଧ ରହିଛି |

ଏଟିଏମ୍ କାର୍ଡରେ ମାଗଣା ବୀମା କ୍ଲେମ୍ କରିବାର ପ୍ରକ୍ରିୟା

ବ୍ୟାଙ୍କ ଏଟିଏମ୍ କାର୍ଡରେ ମାଗଣା ବୀମା ଦାବି କରିବାର ପ୍ରକ୍ରିୟା ବହୁତ ସରଳ ଅଟେ । ଏହା ପାଇଁ ସର୍ବପ୍ରଥମେ ଆକାଉଣ୍ଟଧାରୀଙ୍କ ଓ ନୋମିନିଙ୍କ ନାମ ଏବଂ ପରିଚୟ ପତ୍ର ଆଡ୍ କରିନିୟନ୍ତୁ । ହସ୍ପିଟାଲର ଚିକିତ୍ସା ଖର୍ଚ୍ଚ, ନିଜର କୌଣସି ଏକ ସାର୍ଟିଫିକେଟ୍, ପୋଲିସ୍ ଏଫାଇଆରର କପି ସହିତ ବୀମା ଦାବି କରିପାରିବେ | ଏହା ବ୍ୟତୀତ, ଯଦି ଆକାଉଣ୍ଟଧାରୀ ମରିଯାଏ, ତେବେ ଏପରି ପରିସ୍ଥିତିରେ ନୋମିନୀ ମୃତ୍ୟୁ ପ୍ରମାଣପତ୍ର ଦାଖଲ କରିପାରିବେ |

Leave a Reply

Your email address will not be published. Required fields are marked *