ରାଜ୍ୟରେ ଜିଲ୍ଲା ସଂଖ୍ୟା ଠାରୁ କମ୍ ରହିଛି ସାଧାରଣ ପାଠାଗାର, ଓଡ଼ିଶାଠୁ ଗୋଆ ଭଳି କ୍ଷୁଦ୍ର ରାଜ୍ୟରେ ଅଧିକ ଲାଇବ୍ରେରୀ

ଭୁବନେଶ୍ୱର :  ଓଡ଼ିଆ ଛାତ୍ର କିମ୍ବା ଲୋକ ପାଠାଗାର(ଲାଇବ୍ରେରୀ)ରେ ପଢିବାକୁ ଏତେଟା ଆଗ୍ରହ ଦେଖାନ୍ତି ନାହିଁ । ଲୋକସଂଖ୍ୟା, ଜନସଂଖ୍ୟା, ଶିକ୍ଷାନୁଷ୍ଠାନ ଗୁଡିକ ଥିବା ସତ୍ତ୍ୱେ ସାର୍ବଜନୀନ ପାଠାଗାରର ଗୁରୁତ୍ୱ ନାହିଁ। ଅଧିକରୁ ଅଧିକ ପାଠାଗର ଗଢିବା ପାଇଁ ମଧ୍ୟ ସାଧାରଣ ଦାବି ମଧ୍ୟ ନାହିଁ। ତେଣୁ ଓଡ଼ିଶାରେ ଜିଲ୍ଲା ସଂଖ୍ୟାରୁ ମଧ୍ୟ କମ୍ ସଂଖ୍ୟକ ସର୍ବସାଧାରଣ ପାଠାଗାର ରହିଛି। ଏକଥା ଆମେ କହୁନାହୁଁ। କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଉପଲବ୍ଧ ତଥ୍ୟରୁ ଏହା ଜଣାପଡିଛି। ଓଡ଼ିଶାରେ ମାତ୍ର ୨୭ଟି ସାଧାରଣ ପାଠାଗାର ରହିଛି। ମାତ୍ର ପଡୋଶୀ ପଶ୍ଚିମବଙ୍ଗରେ ୨୪୮୦, ଆନ୍ଧ୍ରରେ ୯୭୮, ତେଲେଙ୍ଗାନୀରେ ୬୭୦ଏବଂ ଛତିଶଗଡ଼ରେ ୨୮ଟି  ପାଠାଗାର ରହିଛି। କେବଳ ଝାଡଖଣ୍ଡରେ ଆମ ଠାରୁ କମ୍ ୨୧ଟି ପାଠାଗାର ରହିଛି। ମାତ୍ର ଦକ୍ଷିଣ ଭାରତୀୟ ରାଜ୍ୟ ଗୁଡିକରେ ବ୍ୟାପକ ସାଧାରଣ ପାଠାଗାର ଦେଖିବାକୁ ମିଳିଥାଏ। ତାମିଲନାଡୁରେ ପାଠାଗାର ସଂଖ୍ୟା ୬୭୯୭ ହୋଇଥିବା ବେଳେ ତାମିଲନାଡୁରେ ଏହି ସଂଖ୍ୟା ୪୬୩୪ ଏବଂ କେରଳରେ ଏହି ସଂଖ୍ୟା ୮୪୧୫ ରହିଛି । ଗୋଆରେ ସାଧାରଣ ପାଠାଗାର ସଂଖ୍ୟା ୧୩୬ ରହିଛି।

Leave a Reply

Your email address will not be published. Required fields are marked *