ଏହି ଦିନ ହେବ ଏସିଆ କପରେ ଇଂଣ୍ଡିଆ – ପାକିସ୍ତାନ ମହାମୁକାବିଲା ଜାଣନ୍ତୁ

ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏସିଆ କପ୍ ମ୍ୟାଚ୍ ସେପ୍ଟେମ୍ବର ୨ରେ ଶ୍ରୀଲଙ୍କାର କେଣ୍ଡିରେ ଖେଳାଯିବ । ତେବେ ଖେଳସୂଚୀ ଅନୁସାରେ ଏଥର ଆୟୋଜକ ପାକିସ୍ଥାନ ୩୦ ଅଗଷ୍ଟରେ ଏସିଆ କପର ପ୍ରଥମ ମ୍ୟାଚରେ ନେପାଳକୁ ଭେଟିବ । ଏପରି ପରିସ୍ଥିତିରେ ଯଦି ଭାରତ ଓ ପାକିସ୍ଥାନ ଭଲ ପ୍ରଦର୍ଶନ କରନ୍ତି ତେବେ ପୁଣି ୧୦ତାରିଖରେ ଏହି ଚିର ପ୍ରତିଦ୍ବନ୍ଦିଙ୍କୁ ସାମ୍ନାସାମ୍ନି ହେବାର ଦେଖିବାକୁ ମିଳିବ । ଏନେଇ କ୍ରିକ୍ଇନଫୋ ୱେବ୍ ସାଇଟରୁ ଏହି ସୂଚନା ମିଳିଛି । ଏସିସି ପକ୍ଷରୁ ଏ ପର୍ଯ୍ୟନ୍ତ କୌଣସି ଖେଳସୂଚୀ ଘୋଷଣା କରାଯାଇ ନାହିଁ । ସେହିପରି ଏହି ଟୁର୍ଣ୍ଣାମେଣ୍ଟରେ ଓରିଜିନାଲ ଡ୍ରାଫ୍ଟ ସେଡ୍ୟୁଲ ପାକିସ୍ତାନର କ୍ରିକେଟ୍ ପରିଷଦ ତିଆରି କରିଛି । ପୂର୍ବରୁ ପାକିସ୍ତାନ ନିଜର ହାଇବ୍ରିଡ୍ ମଡେଲ୍ ତିଆରି କରିଥିଲା ଯାହାକୁ ଏସିସି ସିକୃତି ଦେଇ ଭାରତର ମ୍ୟାଚ୍ ସବୁ ଶ୍ରୀଲଙ୍କାରେ ଖେଳାଯିବା ନେଇ ସ୍ଥିର କରାଯାଇଛି ।

ସେହିପରି ଟୁର୍ଣାମେଣ୍ଟର ସମସ୍ତ ମ୍ୟାଚ୍ ଭାରତୀୟ ସମୟ ଅନୁସାରେ ମଧ୍ୟାହ୍ନ ୧.୩୦ ରେ ଖେଳାଯିବ । ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୧୩ଟି ମ୍ୟାଚ୍ ଖେଳାଯିବ । ଯେଉଁଥିରେ ୬ଟି ଦଳ ଭାଗ ନେବେ । ତେବେ ଏହି ୬ଟି ଦଳକୁ ଦୁଇଟି ଗ୍ରୁପରେ ବିଭକ୍ତ କରାଯାଇଛି । ଗ୍ରୁପ୍ ‘ଏ’ ରେ ଭାରତ, ପାକିସ୍ତାନ, ନେପାଳ ରହିଥିବା ବେଳେ ଗ୍ରୁପ ‘ବି’ ରେ ଶ୍ରୀଲଙ୍କା, ବାଂଲାଦେଶ , ଆଫଗାନିସ୍ତାନ ନଜର ଆସିବେ । ସେହିପରି ପ୍ରତ୍ୟେକ ଗ୍ରୁପ୍ ର ଟପ୍ ଟିମ୍ ସୁପର ୪ ପାଇଁ ମନୋନିତ ହେବେ ଏବଂ ଶୀର୍ଷ ଦୁଇ-ଦଳ ଫାଇନାଲ ଖେଳିବେ ।

Leave a Reply

Your email address will not be published. Required fields are marked *