କେମିତି ଫେରି ପାଇବେ ସାହାରା ଇଣ୍ଡିଆ ଟଙ୍କା..ଜାଣନ୍ତୁ….

ସାହାରା ଇଣ୍ଡିଆରେ ଫସି ରହିଥିବା ୧୦କୋଟିରୁ ଅଧିକ ନିବେଶକଙ୍କୁ ଆଶ୍ୱସ୍ତି ମିଳିଛି । ବର୍ତ୍ତମାନ ଶୀଘ୍ର ସେମାନଙ୍କ ଟଙ୍କା ଫେରସ୍ତ ହେବ । ଏଥିପାଇଁ ସରକାର ସାହାରା ଇଣ୍ଡିଆ ରିଫଣ୍ଡ ପୋର୍ଟାଲ ଲଞ୍ଚ କରିଛନ୍ତି । ଏହି ପୋର୍ଟାଲ ଜରିଆରେ ଯେଉଁମାନଙ୍କର ଟଙ୍କା ସାହାରାରେ ଅଟକି ରହିଛି, ସେମାନେ ବର୍ତ୍ତମାନ ଅନଲାଇନରେ ଟଙ୍କା ଫେରସ୍ତ ପାଇ ପାରିବେ । କେବଳ ସାହାରାର ୪ଟି ସମବାୟ ସମିତିର ନିବେଶକମାନେ ପୋର୍ଟାଲ ମାଧ୍ୟମରେ ଆବେଦନ କରିପାରିବେ । ଆସନ୍ତୁ ଜାଣିବା କଣ ରହିଛି ଏହାର ପ୍ରକ୍ରିୟା ।

ଫେରସ୍ତ ପାଇବା ପାଇଁ କଣ ରହିଛି ପ୍ରକ୍ରିୟା

୧. ଆପଣଙ୍କୁ ପ୍ରଥମେ https://mocrefund.crcs.gov.in/ ପୋର୍ଟାଲ୍ କୁ ଯିବାର ଅଛି ।

୨. ପୋର୍ଟାଲର ପ୍ରଥମ ପୃଷ୍ଠାରେ, ଜମାକାରୀ ପଞ୍ଜିକରଣ ଉପରେ କ୍ଲିକ୍ କରନ୍ତୁ ।

୩.ଏଠାରେ ଆପଣଙ୍କୁ ଆଧାର ନମ୍ବର ଏବଂ ନିଜର ସଂଯୁକ୍ତ ମୋବାଇଲ୍ ନମ୍ବର ପ୍ରବେଶ କରିବାକୁ ପଡିବ ।

୪. ଏହା ପରେ ଆପଣଙ୍କୁ ଯାଇଥିବା OTP ଉପରେ କ୍ଲିକ୍ କରନ୍ତୁ ଏବଂ OTP ପୂରଣ କରନ୍ତୁ ।

୫. ପଞ୍ଜିକରଣ ସମାପ୍ତ ହେବା ପରେ, ଆପଣ ଲଗଇନ୍ ଉପରେ କ୍ଲିକ୍ କରନ୍ତୁ ।

୬. ଏହା ପରେ ଆଧାର ଏବଂ ମୋବାଇଲ୍ ନମ୍ବରର ଶେଷ ଚାରି ଅଙ୍କ ପ୍ରବେଶ କରି ପୁନର୍ବାର OTP ପ୍ରବେଶ କରନ୍ତୁ ।

୭. ନିୟମ ଏବଂ ସର୍ତ୍ତାବଳୀ ପଢ଼ିସରିବା ପରେ ‘ ଆଇ ଏଗ୍ରୀ ବା ମୁଁ ରାଜି’ ଉପରେ କ୍ଲିକ୍ କରନ୍ତୁ, ଏଠାରେ ଆପଣଙ୍କର ବ୍ୟାଙ୍କ ନାମ, DOB (ଜନ୍ମ ତାରିଖ) ଦେଖାଇବ ।

୮. ଏହା ପରେ ଆପଣଙ୍କୁ ଜମାକାରୀଙ୍କ ସାର୍ଟିଫିକେଟ୍ ସୋସାଇଟ ନାମ, ଡିପୋଜିଟ ନମ୍ବର, ଜମା ରାଶି ସହିତ ଦାବି ଅନୁରୋଧ ଫର୍ମ ପୂରଣ କରିବାକୁ ପଡିବ ।

୯. ସମସ୍ତ ବିବରଣୀ ପ୍ରବେଶ ଏବଂ ଯାଞ୍ଚ କରିବା ପରେ, ଆପଣଙ୍କୁ ପୋର୍ଟାଲରେ ଦାବି ପତ୍ର ଡାଉନଲୋଡ୍ କରିବାକୁ ପଡିବ । ଆପଣଙ୍କୁ ଏଥିରେ ଆପଣଙ୍କର ପାସପୋର୍ଟ ସାଇଜ୍ ଫଟୋ ସହ ଦସ୍ତଖତ କରିବାକୁ ପଡିବ ।

୧୦.ଏହା ପରେ ପୁନର୍ବାର ଦାବି ପତ୍ର ଅପଲୋଡ୍ କରନ୍ତୁ । ଏହା ସଫଳ ହେବା ପରେ ଆପଣଙ୍କୁ ପଞ୍ଜୀକୃତ ମୋବାଇଲ୍ ନମ୍ବରରେ ଏକ ନିଶ୍ଚିତକରଣ ମେସେଜ ପଠାଯିବ ।

୧୧. ଏହା ପରେ ଆପଣଙ୍କୁ ୪୫ ଦିନ ଭିତରେ ଆପଣଙ୍କ ଟଙ୍କା ଆଧାର ସଂଯୋଗ ଥିବା ଖାତାକୁ ଫେରାଇ ଦିଆଯିବ।

କେଉଁ ମାନେ ଏହାକୁ ଆବେଦନ କରିପାରିବେ

ସାହାରା କ୍ରେଡିଟ୍ କୋଅପରେଟିଭ୍ ସୋସାଇଟି ଲିମିଟେଡ୍, ସାହାରା ୟୁନିଭର୍ସାଲ୍ ମଲ୍ଟିପର୍ପୋଜ୍ ସୋସାଇଟି ଲିମିଟେଡ୍, ହାମାରା ଇଣ୍ଡିଆ କ୍ରେଡିଟ୍ କୋଅପରେଟିଭ୍ ସୋସାଇଟି ଲିମିଟେଡ୍ ଏବଂ ଷ୍ଟାର୍ସ ବହୁମୁଖୀ କୋଅପରେଟିଭ୍ ସୋସାଇଟି ଲିମିଟେଡ୍ ରେ ଯେଉଁମାନେ ବିନିଯୋଗ କରିଥିଲେ ସେମାନେ ଏହି ପୋର୍ଟାଲରେ ଟଙ୍କା ଫେରସ୍ତ ପାଇଁ ଆବେଦନ କରିପାରିବେ । ଚାରିଟି ସମବାୟ ସମିତିରେ ପ୍ରାୟ ୨.୫କୋଟି ଲୋକଙ୍କ ୩୦.୦୦୦ଟଙ୍କା ପର୍ଯ୍ୟନ୍ତ ଜମା ରଖିଛନ୍ତି- ସାହାରା

Leave a Reply

Your email address will not be published. Required fields are marked *