ବିଶ୍ବକପରେ ବଦଳି ପାରେ ଭାରତ-ପାକିସ୍ତାନର ମ୍ୟାଚ୍ ତାରିଖ

ନୂଆଦିଲ୍ଲୀ: ଦିନିକିଆ ବିଶ୍ବକପ ଏଥର ଭାରତରେ ୫ ଅକ୍ଟୋବରରୁ ଆୟୋଜିତ ହେବାକୁ ଯାଉଛି । ତେବେ ପୂର୍ବରୁ ଖେଳସୂଚୀ ମୁତାବକ ୧୫ ଅକ୍ଟୋବରରେ ଭାରତ-ପାକିସ୍ତାନ ମ୍ୟାଚ୍ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ । କିନ୍ତୁ ଅକ୍ଟୋବର ୧୫ରେ ନବରାତ୍ରୀର ପ୍ରଥମ ଦିନ ପଡୁଥିବାରୁ ଚଳିତ ବିଶ୍ବକପର ଖେଳ ସୂଚୀକୁ ବଦଳା ଯାଇପାରେ ବୋଲି ଏକ ରିପୋର୍ଟରୁ ଜଣାପଡ଼ିଛି । ବିଶେଷ ସୂତ୍ରରୁ ପ୍ରକାଶ ଯେ, ନବରାତ୍ରୀ ମହୋତ୍ସବ କାରଣରୁ ଖେଳ ତାରିଖ ପରିବର୍ତ୍ତନ କରିବା ଲାଗି ସୁରକ୍ଷା ଏଜେନ୍‌ସିମାନେ ‘ବିସିସିଆଇ’କୁ ସତର୍କ କରାଇଥିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ବିଶ୍ବକପ୍‌ ମ୍ୟାଚ୍‌ ସମୟ-ନିର୍ଘଣ୍ଟ ବଦଳି ପାରେ ।
ଖୁବ୍‌ ଶୀଘ୍ର ଏ ସଂକ୍ରାନ୍ତରେ ଆଲୋଚନା କରାଯିବ। ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରାଯିବା ପରେ ଯାହାକିଛି ଘୋଷଣା କରାଯିବ ବୋଲି ଜଣାପଡିଛି । ତେବେ ଏଥର ବିଶ୍ବକପରେ ମୋଦି ଷ୍ଟାଡିୟମକୁ ୪ଟି ମ୍ୟାଚ ମିଳିଛି । ନ୍ୟୁଜିଲାଣ୍ଡ୍‌-ଇଂଲଣ୍ଡ୍‌, ଭାରତ-ପାକିସ୍ତାନ, ଇଂଲଣ୍ଡ୍-ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁ ଥିବା ମ୍ୟାଚ୍‌ ତଥା ଫାଇନାଲ୍‌ ମ୍ୟାଚ୍‌ ଏହି ଷ୍ଟାଡିୟମ୍‌ରେ ଖେଳାଯିବ।

Leave a Reply

Your email address will not be published. Required fields are marked *