ଭୋଟ ଜିତିବା ପାଇଁ କିଛି ବି କରିପାରେ ବିଜେପି, କାହିଁକି ଏମିତି କହିଲେ ଦଳର ନେତା

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନ ଜିତିବା ପାଇଁ ବିଜେପି କିଛି ବି କରିପାରେ। ଗତ ସାଧାରଣ ନିର୍ବାଚନ ପୂର୍ବରୁ ଯେପରି ପୁଲଓ୍ୱାମା ଆକ୍ରମଣ କରାଯାଇଥିଲା। ଠିକ୍ ସେହିପରି ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ଏମିତି କିଛି କରାଯାଇପାରେ। ଏମିତି କି ନବ ନିର୍ମାଣ ରାମ ମନ୍ଦିର ଉପରେ ଆକ୍ରମଣ କରାଯାଇ ସାମ୍ପ୍ରଦାୟିକ ବିଭେଦ ସୃଷ୍ଟି କରାଯାଇପାରେ। ଏକଥା କହିଛନ୍ତି ଜମ୍ମୁ ଓ କଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ। ଗୋଟିଏ ୟୁଟ୍ୟୁବ୍ ଚ୍ୟାନେଲକୁ ସାକ୍ଷାତକାର ଦେଇ ଶ୍ରୀ ମଲ୍ଲିକ ଏହା କହିଛନ୍ତି।

ଶ୍ରୀ ମଲ୍ଲିକ ଆହୁରି କହିଛନ୍ତି ଯେ, ମୋଦି ନିଜ ବ୍ୟତୀତ କାହାରିକୁ ଖଆତିର କରନ୍ତିନି। ମହିଳା କୁସ୍ତି ଯୋଦ୍ଧା ଆନ୍ଦୋଳନ କରିବା ସମୟରେ ଟିକେ ବି ଅନାଇଲେ ନାହିଁ। ଦେଶର ଭୟର ବାତାବରଣ ବିଜେପି ହିଁ ତିଆରି କରିଛି। ତାଙ୍କ ହାତରୁ କାଳେ କ୍ଷମତା ଚାଲିଯିବ, ସେହି ଡ଼ର ସେମାନଙ୍କ ରହୁଛି। ଏଥିପାଇଁ ହିଂସା, ବିଦ୍ୱେଷ ଏବଂ ଦେଶର ସଂସ୍ଥା ଗୁଡ଼ିକର ଦୂରୁପଯୋଗ କରାଯାଉଛି।

Leave a Reply

Your email address will not be published. Required fields are marked *