କେଉଁ ଦଳରୁ ଲଢିବେ ମନ୍ମଥ, ସୁରଙ୍କ ଜନ୍ମଦିନରେ ସୂଚନା ଦେଲେ…

ଭୁବନେଶ୍ୱର : ଖୋର୍ଦ୍ଧା ଜିଲ୍ଲାର ଜଟଣୀ ନିର୍ବାଚନମଣ୍ଡଳୀରେ କିଏ କେଉଁ ଦଳରୁ ପ୍ରାର୍ଥୀ ହେବେ, ସେ ନେଇ ସାଧାରଣରେ ଉତ୍ସୁକତା ଜାରି ରହିଛି। ଦିନକ ପୂର୍ବରୁ ଜଟଣୀ ବିଧାୟକ ସୁରେଶ ଚନ୍ଦ୍ର ରାଉତରାୟଙ୍କ ଜନ୍ମଦିନ ପରେ ଏହି ଆଲୋଚନା ଜୋର ଧରିଛି। କିଛିମାସ ପୂର୍ବରୁ କଂଗ୍ରେସରେ ଜନ୍ମ, କଂଗ୍ରେସରେ ମରଣ ବୋଲି ସୁର ରାଉତରାୟ କହି ବୁଲୁଥିଲେ। ତାଙ୍କ ପୁଅ ବି କଂଗ୍ରେସରୁ ପ୍ରାର୍ଥୀ ହେବ। ସେ ଆଉ ନିର୍ବାଚନ ଲଢିବେ ନାହିଁ। ମାତ୍ର ସୁର ରାଉତରାୟ ଏହି କଥା ଏବେ ଆଉ କହୁ ନାହାନ୍ତି। ସେ କଂଗ୍ରେସରେ ରହିବେ, ମାତ୍ର ତାଙ୍କ ପୁଅ କଂଗ୍ରେସରୁ ପ୍ରାର୍ଥୀ ହେବେ, ସେ କଥା ଉପରେ ଜୋର୍ ଦେଉନାହାନ୍ତି।

ସୁରଙ୍କ ଜନ୍ମଦିନରେ ମନ୍ମଥ ରାଉତରାୟ କଂଗ୍ରେସରୁ ଛିଡ଼ା ହେବେ କି ବୋଲି ଗଣମାଧ୍ୟମ ପ୍ରତିନିଧିମାନେ ପ୍ରଶ୍ନ କରିଥିଲେ। ହେଲେ ମନ୍ମଥ ଏ କଥାର ସିଧାସଳଖ ଜବାବ୍ ଦେଇ ନ ଥିଲେ। କହିଲେ ଯିଏ ଲଢିବେ, ନାମକୁ ମାତ୍ର ଲଢିବେ। ସୁର ରାଉତରାୟଙ୍କ ନାଁରେ ନିର୍ବାଚନ ଲଢାଯିବ। ସମାନ ପ୍ରଶ୍ନରେ ସୁର ଭିନ୍ନ ଉତ୍ତର ଦେଇଥିଲେ। ସୁର କହିଥିଲେ ମନ୍ମଥ ରାଉତରାୟ ଲଢିବା ଫାଇନାଲ। ସେ କେଉଁ ଦଳରୁ ଲଢିବେ, ସେ ନିଜେ ସ୍ଥିର କରିବେ। ସୁରଙ୍କ ଏହି ପଦିକ କଥା ଜଟଣୀ ନିର୍ବାଚନ ରାଜନୀତିର ଗଣିତକୁ ବଦଳାଇଦେଇଛି।

ସୁରଙ୍କ ନିକଟତମ ମହଲରୁ ମିଳିଥିବା ସୂଚନାନୁଯାୟୀ, ବିଜେଡି ସହ ମନ୍ମଥଙ୍କ ପ୍ରାଥମିକ ଆଲୋଚନା ହୋଇସାରିଛି। ମନ୍ମଥ କଂଗ୍ରେସ ଅପେକ୍ଷା ବିଜେଡିରେ ଜିତିବା ସମ୍ଭାବନା ଅଧିକ ଦେଖୁଛନ୍ତି। ତେଣୁ କଂଗ୍ରେସ ବ୍ୟାନରରେ କୌଣସି ସଭା କରୁନାହାନ୍ତି। ନାଗରିକ ମଂଚ ନାଁରେ ଲୋକଙ୍କ ସହ ଏକାଠି ହେଉଛନ୍ତି। ତେଣୁ ସେ ବିଜେଡିରୁ ପ୍ରାର୍ଥୀ ହେବା ଏକ ପ୍ରକାର ନିଶ୍ଟିତ ବୋଲି ଜଟଣୀର ବିଜେଡି କର୍ମୀମାନେ କହି ବୁଲିଲେଣି। ଜଟଣୀ ନିର୍ବାଚନମଣ୍ଡଳୀର ଗ୍ରାମାଞ୍ଚଳ ବିଜେଡି କର୍ମୀ ବିଭୂତି ବଳବନ୍ତରାୟଙ୍କ ଠାରୁ ବିମୁଖ ହେଲେଣି। ଆବଶ୍ୟକ ହେଲେ ବିଭୂତି ଚିଲିକା କିମ୍ବା ବେଗୁନିଆରେ ଲଢିବେ ବୋଲି ଜଣାପଡିଛି। ତୃତୀୟ ମହଲା କଥାକୁ ବିଭୂତି ମନା କରିପାରିବେ ନାହିଁ। ତେଣୁ ମନ୍ମଥ ହିଁ ବିଜେଡିର ଜଟଣୀ ପ୍ରାର୍ଥୀ ହେବେ ବୋଲି ନିଶ୍ଚିତ ହୋଇଥିବା ସ୍ଥାନୀୟ ରାଜନୈତିକ ସମୀକ୍ଷକ ମତ ରଖିଛନ୍ତି।

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *