କଳାହାଣ୍ଡି ବିଶ୍ୱବିଦ୍ୟାଳୟ ପରିସରରେ ଓଡ଼ିଶା ମୋ ପରିବାର – ଜୀବନବିନ୍ଦୁ ରକ୍ତଦାନ ଶିବିର

  • ରକ୍ତଦାନ କଲେ ରାଜ୍ୟସଭା ସାଂସଦ ସୁଜିତ୍ କୁମାର

ଭବାନୀପାଟଣା : “ରକ୍ତାଭାବରେ ଜଣେ ହେଲେ ବି ରୋଗୀ ଯେପରି ଜୀବନ ନ ହାରିବେ”, ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଏହି ଆହ୍ୱାନକୁ ପ୍ରତିପାଳନ କରି ଆଜି ଓଡ଼ିଶା-ମୋ ପରିବାର – ଜୀବନବିନ୍ଦୁ କାର୍ଯ୍ୟକ୍ରମ ଆନୁକୁଲ୍ୟରେ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ପରିସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅୟୋଜନ କରାଯାଇଛି । ବିଶ୍ୱବିଦ୍ୟାଳୟର ଛାତ୍ର-ଛାତ୍ରୀ ତଥା ସ୍ଥାନୀୟ ଯୁବକମାନେ ଏହି ରକ୍ତଦାନ ଶିବିରରେ ଯୋଗଦାନ କରି ରକ୍ତଦାନ କରିଥିଲେ । ରାଜ୍ୟସଭା ସାଂସଦ ଶ୍ରୀଯୁକ୍ତ ସୁଜିତ କୁମାର ଏହି ଶିବିରକୁ ଉଦ୍-ଘାଟନ କରିବା ସହ ନିଜେ ମଧ୍ୟ ରକ୍ତଦାନ କରି ରକ୍ତଦାନ ଭଳି ମହତ୍ କାର୍ଯ୍ୟରେ ନିଜକୁ ସାମିଲ କରନ୍ତୁ ବୋଲି ଜନସାଧାରଣଙ୍କୁ ବାର୍ତ୍ତା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଶ୍ୱବିଦ୍ୟାଳୟର କୁଳପତି ଶ୍ରୀଯୁକ୍ତ ସଂଜୟ ଶତପଥୀ, ଭବାନୀପାଟଣା ମୁନିସିପାଲିଟି ଅଧ୍ୟକ୍ଷା ଶ୍ରୀମତୀ ସଂଯୁକ୍ତା ବେହେରା, ଓଡ଼ିଶା-ମୋ ପରିବାର-ଜୀବନବିନ୍ଦୁ କଳାହାଣ୍ଡି ଜିଲ୍ଲା ସଂଯୋଜକ ଶ୍ରୀ ଅମିତ୍ ଯାଦବ, ବିଜୁ ଜନତା ଦଳ ରାଜ୍ୟ ସଂପାଦକ ଶ୍ରୀ ଚିତ୍ତ ରଂଜନ ମଣ୍ଡଳ, ବିଜୁ ଯୁବ ଜନତା ଦଳ ଜିଲ୍ଲା ଉପ-ସଭାପତି ଶ୍ରୀ ମଣ୍ଟୁ ନାୟକ ଏବଂ ଜିଲ୍ଲା ସଂପାଦକ ଶ୍ରୀ ସେନାପତି ନାୟକ ପ୍ରମୁଖ ଉହପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା ସହିତ ସେମାନଙ୍କୁ ପ୍ରଶଂସାପତ୍ର ବଣ୍ଟନ କରିଥିଲେ।

Leave a Reply

Your email address will not be published. Required fields are marked *