ଖୁବ୍ ଶୀଘ୍ର ବାହାରିବ ସରକାରୀ ପଦବୀ, ଜାଣନ୍ତୁ କେଉଁ ପଦବୀରେ କେତେ ପାଇବେ ନିଯୁକ୍ତି….

ଭୁବନେଶ୍ୱର :  ସରକାରୀ ଚାକିରି ଆଶାୟୀଙ୍କ ପାଇଁ ଏକ ଖୁସିର ଖବର । ପ୍ରାୟ ଆଉ ଦୁଇ ମାସ ମଧ୍ୟରେ ବ୍ୟାପକ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । ଯାହାଦ୍ଵାରା ବିଭିନ୍ନ ସରକାରୀ ବିଭାଗରେ ଖାଲି ରହିଥିବା ପଦବୀ ପୂରଣ ହେବ । ଏହିସବୁ ପଦବୀ ପୂରଣ ପାଇଁ OSSSC (Odisha Sub-ordinate Staff Selection Commission) ଏହି ମେଗା ନିଯୁକ୍ତି ଡ୍ରାଇଭ ଆରମ୍ଭ କରିବାକୁ ଯାଉଛି । OSSSC ସୂଚନା ଅନୁଯାୟୀ, ଆସନ୍ତା କିଛି ମାସ ମଧ୍ୟରେ ରେଭିନ୍ୟୁ ଇନ୍ସପେକ୍ଟର (RI), ଆସିଷ୍ଟାଣ୍ଟ ରେଭିନ୍ୟୁ ଇନ୍ସପେକ୍ଟର (ARI), ଅମିନ, ଫରେଷ୍ଟର, ଷ୍ଟାଟିଷ୍ଟକାଲ୍‌ ଫିଲ୍ଡ ସର୍ଭେୟର, ଲାଇଭ୍‌ଷ୍ଟକ୍‌ ଇନ୍ସପେକ୍ଟର ଆଦି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବାକୁ ଯାଉଛି । ତେବେ ଆସନ୍ତୁ ଜାଣିବା କେଉଁ  କେଉଁ ପଦବୀ ସବୁ ବାହାରିବାକୁ ଯାଉଛି।

ମିଳିଥିବା ସୂଚନା ଅନୁଯାୟୀ, ଲାବ୍ରୋଟୋରୀ ଟେକ୍ନିସିଆନ୍‌ ପାଇଁ ମୋଟ୍‌ ପଦବୀ- ୯୨୧, ରେଡିଓଗ୍ରାଫର ପାଇଁ

ପଦବୀ- ୩୭୮, ଫରେଷ୍ଟର ପାଇଁ – ୩୧୬, ଫରେଷ୍ଟ ଗାର୍ଡ – ୮୦୨ ପଦବୀର ନିଯୁକ୍ତି ବାହାରିବାକୁ ଯାଉଛି।  ଅନୁରୂପ ଭାବେ ଲାଇଭ୍‌ଷ୍ଟକ୍‌ ଇନ୍ସପେକ୍ଟର- ୭୧୯ ଏବଂ ଫାର୍ମାସିଷ୍ଟ – ବାବଦରେ ୧୦୦୨ ପଦବୀ ପାଇଁ ନିଯୁକ୍ତି ବାହାରିବାକୁ ଯାଉଛି।  ଏହାକୁ ବାଦ୍ ଦେଲେ ୧୪୫୧ ପଦବୀ ପାଇଁ ପଣି ନିଯୁକ୍ତି ବାହାରିବ। ଏହା ମଧ୍ୟରେ ରହିଛି ୫୬୨ ରେଭିନ୍ୟୁ ଇନ୍ସପେକ୍ଟର ଏବଂ ୮୩୯ ଆସିଷ୍ଟାଣ୍ଟ ରେଭିନ୍ୟୁ ଇନ୍ସପେକ୍ଟର ପଦ ପାଇଁ ନିଯୁକ୍ତି ବାହାରିବାକୁ ଯାଉଛି।

Leave a Reply

Your email address will not be published. Required fields are marked *