ବଦଳି ପାରେ ଟିମ୍ ଇଣ୍ଡିଆର ଉପଅଧିନାୟକ ପଦ; ବାହାରର ରାସ୍ତା ଦେଖିବେ ପାଣ୍ଡ୍ୟା

ଭୁବନେଶ୍ଵର;୩୦ ଅଗଷ୍ଟରେ ଆରମ୍ଭ ହେବାକୁ ଥିବା ଏସିଆ କପ ପାଇଁ ଆଉ କିଛି ସମୟ ପରେ ଟିମ ଇଣ୍ଡିଆର ୧୭ ଜଣିଆ ଦଳ ଘୋଷଣା କରାଯିବ । ସେହିପରି ଏବେର ପରିସ୍ଥିତିକୁ ଯଦି ଲକ୍ଷ୍ୟ କରାଯାଏ ତେବେ ଭାରତୀୟ ଦଳରେ ପରିବର୍ତ୍ତନର ସମ୍ଭାବନା ସୁନିଶ୍ଚିତ। ଦଳର ଉପଅଧିନାୟକ ପଦରେ ଥିବା ହାର୍ଦ୍ଦିକ ପାଣ୍ଡ୍ୟା ୱେଷ୍ଚଇଣ୍ଡିଜରେ ଟି -୨୦ ସିରିଜ ହାରିବା ପରେ ତାଙ୍କର ଏହି ପଦ ବିପଦରେ ପଡିଛି ।ଏହି ପଦ ଏବେ ଆୟରଲ୍ୟାଣ୍ଡ ବିପକ୍ଷ ସିରିଜରେ ଅଧିନାୟିକତ୍ବ କରୁଥିବା ଜସପ୍ରୀତ ବୁମରାଙ୍କ ପାଖକୁ ଯାଇପାରେ । ସେହିପରି ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ମ୍ଯାଚ ଗୁଡିକରେ ପାଣ୍ଡ୍ୟା ସମାଲୋଚନା ଘେରରେ ରହିଥିଲେ । ତାଙ୍କର ଅଧିନାୟକ କରିବାର ଶୈଳୀ ଉପରେ ପ୍ରଶ୍ନ ଉଠି ଥିଲା ।କେବଳ ଏତିକି ନୁହେଁ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱର ପ୍ରଭାବ ତାଙ୍କ ବୋଲିଂ ଏବଂ ବ୍ଯାଟିଂରେ ପରିଲିକ୍ଷିତ ହୋଇଥିଲା ।ଅନ୍ଯଦିଗରେ ୧୧ମାସ ପରେ ପଡିଆକୁ ଓହ୍ଲାଇଥିବା ବୁମରା ଆୟରଲ୍ଯାଣ୍ଡ ବିପଯକ୍ଷରେ ଦଳର ମଙ୍ଗ ସମ୍ଭାଳୁଛନ୍ତି ।ଗତକାଲିର ମ୍ଯାଚରେ ବୁମରା ବୋଲର ମାନଙ୍କର ସଠିକ ଉପଯ଼ୋଗ କରି ଦଳକୁ ସିରିଜରେ ୨-୦ ରେ ଆଗୁଆ ରଖିଛନ୍ତି । ସେହିପରି ବୁମରାଙ୍କ ପ୍ରଦର୍ଶନ ଉପରେ ଅଧିନାୟକତ୍ବର କୌଣସି ପ୍ରଭାବ ଦେଖିବାକୁ ମିଳିନାହିଁ ।ତାଙ୍କର ପ୍ରଦର୍ଶନ ପୂର୍ବ ଭଳି ବଜାୟ ରହିଛି। ଏବେ ଦେଖିବାର କଥା ରହିଲା କି ଆଜି ହେଵାକୁ ଥିବା ଏସିଆ କପ ପାଇଁ ଦଳ ଚୟନରେ ଟିମ୍ କାହାକୁ ଉଅଅଧିନାୟକ ବାଛିବ ।

Leave a Reply

Your email address will not be published. Required fields are marked *