IAS ପ୍ରଦୀପ ଜେନାଙ୍କ ପରେ କାହାକୁ Chief Secretary କରିବାକୁ ଚାହୁଁଛନ୍ତି ରାଜ୍ୟ ସରକାର

ଭୁବନେଶ୍ୱର : ଓଡ଼ିଶାର ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ନିଜ ପ୍ରଶାସନିକ କ୍ୟାରିୟରରେ ୩୪ ବର୍ଷ ପୂରଣ କରିଛନ୍ତି। ସୋମବାର ଶ୍ରୀ ଜେନା ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି। ଟୁଇଟ୍ ରେ ତାଙ୍କୁ ବିଭିନ୍ନ ବର୍ଗ ପକ୍ଷରୁ ଶୁଭେଚ୍ଛା ମଧ୍ୟ ପ୍ରଦାନ କରାଯାଇଛି। ଟୁଇଟ୍ ମାଧ୍ୟମରେ ଶ୍ରୀ ଜେନା କହିଛନ୍ତି ଯେ, ଆଜି ମୁଁ ୩୪ ବର୍ଷ ପୂରଣ କରିବ। ମୁଁ ମୋର ସମସ୍ତ ସହକର୍ମୀ, ସାଧାରଣ ଜନତା ଏବଂ ସରକାରଙ୍କୁ ଧନ୍ୟବାଦ ଜଣାଉଛି। ହେଲେ ଯେଉଁମାନଙ୍କ ପାଇଁ ବହୁତ କିଛି କରିବାର ଥିଲା, ହେଲେ କରିପାରିଲି ନାହିଁ, ସେମାନଙ୍କୁ ମଧ୍ୟ ଧନ୍ୟବାଦ। ମୁଁ ମୋର ପ୍ରଥମ ଦିନ ,ଯାହା ଲାଲ ବାହାଦୂର ଶାସ୍ତ୍ରୀ ଜାତୀୟ ପ୍ରଶାସନିକ ଏକାଡେମୀ କଟିଥିଲା। ତାହାକୁ ମନେ ପକାଉଛି।

        ରାଜ୍ୟ ପ୍ରଶାସନରେ ଭିନ୍ନ ସ୍ୱଭାବର ବ୍ୟକ୍ତିଭାବେ ପରିଚିତ ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ କିଛି ମାସ ମଧ୍ୟରେ ସରିବାକୁ ଯାଉଛି। ହେଲେ ତାଙ୍କ କାର୍ଯ୍ୟକାଳ ସରିବା ପରେ ଏହାକୁ ବୃଦ୍ଧି କରାଯିବ ନା ନାହିଁ। ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ରାଜ୍ୟ ସରକାରଙ୍କୁ ପ୍ରଦୀପଙ୍କ କାର୍ଯ୍ୟକାଳ ବୃଦ୍ଧି କରିବା ନା ଅନ୍ୟ କାହାକୁ ନିଯୁକ୍ତି ଦେବେ, ସେ ନେଇ ଉତ୍ସୁକତା ବୃଦ୍ଧି ପାଇଛି। ଜଣେ ଅଣ ଓଡ଼ିଆ ମହିଳାଙ୍କୁ ମୁଖ୍ୟ ଶାସନ ସଚିବ ପଦରେ ଅବସ୍ଥାପିତ କରିବା ପାଇଁ ରାଜ୍ୟ ସରକାର ଯୋଜନା କରୁଛନ୍ତି। ମହିଳା ସଶକ୍ତୀକରଣ ବାର୍ତ୍ତାକୁ ଏହା ଆହୁରି ସୁଦୃଢ କରିବ ବୋଲି ରାଜ୍ୟ ସରକାର ମନେ କରୁଛନ୍ତି।

Leave a Reply

Your email address will not be published. Required fields are marked *