ମୋର କିଛି ହେଲେ, ସରକାରୀ ଦାୟୀ ରହିବେ ବୋଲି କାହିଁକି କହିଲେ ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର : ମୁଁ ସ୍ୱାଧିନ ବିଧାୟକ ହୋଇପାରେ। କୌଣସି ଦଳରେ ନ ଥାଇପାରେ । ମାତ୍ର ମୁଁ ଜନ ପ୍ରତିନିଧି ମୁଁ ଯେମିତି ହେଲେ ଗୋପାଳପୁର ଯିବି। ଏହି ଯିବା ସମୟରେ କିମ୍ବା ଗୋପାଳପୁରରେ କୌଣସି ଅସୁବିଧା ହେଲେ ରାଜ୍ୟ ସରକାର ଦାୟୀ ରହିବେ। ଏପରି ବିସ୍ଫୋରକ ବୟାନ ଦେଇଛନ୍ତି ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜଣେ ପ୍ରଭାବଶାଳୀ ଅଫିସରଙ୍କ ଗୋପାଳପୁର ଗସ୍ତ ପୂର୍ବରୁ ଶ୍ରୀ ପାଣିଗ୍ରାହୀଙ୍କ ଏପରି ମନ୍ତବ୍ୟ ରାଜ୍ୟ ରାଜନୀତିକୁ ସରଗରମ କରିଦେଇଛି। ରାଜଧାନୀ ଭୁବନେଶ୍ୱରରେ ଏକ ଖବରଦାତା ସମ୍ମିଳନୀ କରି ଶ୍ରୀ ପାଣିଗ୍ରାହୀ କହିଛନ୍ତି ଯେ, ମୁଁ ଯିବା ପାଇଁ ଯାହା ବ୍ୟବସ୍ଥା ଦରକାର। ତାହା ହେବା ଉଚିତ। କୌଣସି ଅସୁବିଧା ହେଲେ ମୁଖ୍ୟ ଶାସନ ସଚିବ, ପୁଲିସ୍ ଡିଜିପି ଏବଂ ଗଞ୍ଜାମ ଏସପି ଦାୟୀ ରହିବେ। ୫୦୦ ଜଣ ପିଲା ଜଣେ ବିଧାୟକଙ୍କୁ ଆକ୍ରମଣ କରିବାକୁ ଯୋଜନା କରୁଛନ୍ତି। ତେଣୁ ମୋର ବାଲାଜୀ ବିଦ୍ୟାପୀଠ ଯାଏଁ ଗସ୍ତକୁ ସୁନିଶ୍ଚିତ କରାଯାଉ। ମୋ ଗସ୍ତକୁ ପଣ୍ଡ କରିବା ପାଇଁ 5ଟି ନିର୍ବାଚନୀମଣ୍ଡଳୀରୁ ପିଲା ଯୋଗାଡ଼ କରି ଆକ୍ରମଣ କରିବାକୁ ଯୋଜନା କରାଯାଉଥିବା ପ୍ରଦୀପ କହିଛନ୍ତି।

Leave a Reply

Your email address will not be published. Required fields are marked *