world athletics championships; କେମିତି ଓ କେତେବେଳେ ଦେଖିବେ ନୀରଜ ଚୋପ୍ରାଙ୍କ ଖେଳ ଜାଣନ୍ତୁ …

ଭୁବନେଶ୍ଵର;ଭାରତୀୟ ଅଲିମ୍ପିକ୍ ଜାଭେଲିନ୍ ଚାମ୍ପିଅନ୍ ନୀରଜ ଚୋପ୍ରା ଆଜି ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପରେ ନିଜର ପ୍ରତିଭା ପ୍ରଦର୍ଶନ କରୁଥିବାର ଦେଖିବାକୁ ମିଳିବ। ଗତ ଥର ଏହି ଇଭେଣ୍ଟରେ ନୀରଜ ଚୋପ୍ରା ରୌପ୍ୟ ପଦକ ଜିତି ଇତିହାସ ସୃଷ୍ଟି କରିଥିଲେ, କିନ୍ତୁ ଚଳିତ ବର୍ଷ ସେ ପଦକ ରଙ୍ଗକୁ ରୂପା ରୁ ସ୍ୱର୍ଣ୍ଣକୁ ପରିବର୍ତ୍ତନ କରିବାକୁ ଚେଷ୍ଟା କରିବେ। ଏହା ସହିତ ସେ ମଧ୍ୟ ଏହି ପ୍ରତିଯୋଗିତାରେ ୯୦ ମିଟର ରେକର୍ଡ଼ ଅତିକ୍ରମ କରିବାକୁ ପ୍ରୟାସ କରିବେ|

ନିକଟରେ ଏକ ସାକ୍ଷାତକାରରେ ନୀରଜ କହିଛନ୍ତି ଯେ ଏହି ମାର୍କ ଅତିକ୍ରମ କରିବା ପାଇଁ ତାଙ୍କୁ କେବଳ ଗୋଟିଏ ଭଲ ଦିନର ଆବଶ୍ୟକ ରହିଛି| ଭାରତର ଗୋଲଡେନ୍ ବଏ ଭାବରେ ପ୍ରସିଦ୍ଧ ନୀରଜ ଚୋପ୍ରା ଅତୀତରେ ଜାଭେଲିନ୍ ଜଗତରେ ଚହଳ ସୃଷ୍ଟି କରିଛନ୍ତି। ଟୋକିଓ ଅଲିମ୍ପିକ୍ସ ବ୍ୟତୀତ ସେ ଏସୀୟ ଗେମ୍ସ ଏବଂ କମନୱେଲଥ ଗେମ୍ସରେ ମଧ୍ୟ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଏବେ ତାଙ୍କ ନଜର ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍ରେ ମଧ୍ୟ ସ୍ୱର୍ଣ୍ଣ ପଦକ ଜିତିବା ଉପରେ ରହିବ । ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପରେ ଜାଭେଲିନ୍ ଥ୍ରୋ ଇଭେଣ୍ଟରେ ମୋଟ ୩୭ଜଣ ଆଥଲେଟ୍ ଭାଗ ନେଉଛନ୍ତି | ଏହି ଆଥଲେଟ ମାନଙ୍କୁ ଏ ଏବଂ ବି ଗ୍ରୁପରେ ଦୁଇଟି ଦଳରେ ବିଭକ୍ତ କରାଯିବ | ଗ୍ରୁପ୍-ଏରେ ନୀରଜ ଚୋପ୍ରା ଅଛନ୍ତି। ଏଥି ମଧ୍ୟରୁ ୧୨ ଜଣ ଖେଳାଳି ଫାଇନାଲରେ ଭାଗନେବେ ଯାହା ୨୭ ଅଗଷ୍ଟରେ ଆୟୋଜିତ ହେବ |ସେହିପରି ସିଧାସଳଖ ଫାଇନାଲକୁ ପ୍ରବେଶ କରାଇବାକୁ ହେଲେ ୮୩ ମିଟରର ମାର୍କ ଅତିକ୍ରମ କରିବାକୁ ପଡ଼ିବ।

ଟୋକିଓ ଅଲିମ୍ପିକ୍ ଚାମ୍ପିଅନ୍ ନୀରଜ ଚୋପ୍ରା ୨୫ ଅଗଷ୍ଟ ବା ଆଜି ହଙ୍ଗେରୀର ବୁଦ୍ଧାପେଷ୍ଟରେ ହେବାକୁ ଥିବା ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପ୍ ୨୦୨୩ ରେ ତାଙ୍କର ଅଭିଯାନ ଆରମ୍ଭ କରିବେ। ତେବେ ଏହି ମ୍ୟାଚ୍ ଆଜି ଭାରତୀୟ ସମୟ ଅନୁସାରେ ଅପରାହ୍ନ ୧;୪୦ ରେ ଆରମ୍ଭ ହେବ। ଏହି ମ୍ୟାଚର ମଜା ନେବା ପାଇଁ ଆପଣଙ୍କୁ ଜିଓ ସିନେମାରେ ଲଗ୍ – ଇନ୍ କରିବାକୁ ପଡ଼ିବ। ସେହିପରି ଟିଭିରେ ଆପଣ ସ୍ପୋର୍ଟସ ୧୮ ରେ ଏହାର ଆନନ୍ଦ ନେଇ ପାରିବେ

Leave a Reply

Your email address will not be published. Required fields are marked *