Asia cup 2023; କଣ ରହିଛି ଏସିଆ କପରେ ଭାରତୀୟ ଦଳର ସ୍ଥିତି ଆସନ୍ତୁ ଜାଣିବା …

ଏସିଆ କପ ୨୦୨୩ରେ ୧୬ ତମ ସଂସ୍କରଣ ଅଗଷ୍ଟ 30 ତାରିଖରେ ପାକିସ୍ତାନରେ ଆରମ୍ଭ ହେବାକୁ ଯାଉଛି । ତେବେ ଏନେଇ ସବୁ ଦଳ ମାନଙ୍କର ପ୍ତସ୍ତୁତି ଚୂଡାନ୍ତ ପର୍ଯ୍ୟୟରେ ପହଁଚିଛି । ଭାରତ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ସେପ୍ଟେମ୍ବର ୨ର ମ୍ୟାଚ୍ ଉପରେ ସବୁ ଖେଳ ପ୍ରେମୀଙ୍କ ନଜର ରହିଛି । ପ୍ରାୟ ସବୁ ଦଳ ମଧ୍ୟ ସେମାନଙ୍କର ୧୭ ଜଣିଆ ଦଳ ଘୋଷଣା କରିସାରିଛନ୍ତି । ତେବେ ଆସନ୍ତୁ ଆଜି ନଜର ପାକାଇବା ଭାରତୀୟ ଦଳର ଶକ୍ତି ଏବଂ ଦୁର୍ବଳତା ଉପରେ ।



ଅଗଷ୍ଟ ୨୧ ତାରିଖରେ ଭାରତୀୟ ଟିମର ୧୭ ଜଣିଆ ଖେଳାଳିଙ୍କ ତାଲିକା ଘୋଷଣା କରାକଲା । ଏହି ଘୋଷଣା କ୍ରମରେ ବହୁ ଆସାୟୀ ଖେଳାଳିଙ୍କ ନାମ ଘୋଷଣା କରିନଥିଲା ବିସିସିଆଇ । ତେବେ ଆମେ ଯଦି ଟିମ ଇଂଣ୍ଡିଆର ଶକ୍ତି ଉପରେ ନଜର ଦେବା ତେବେ ଏହି ଦଳରେ ଅନୁଭବର କମି ନାହିଁ । କାହିଁଙ୍କି ନା ଦଳରେ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ପରି ବ୍ୟାଟର ଉପସ୍ଥିତ ରହିଛନ୍ତି । ସେହିପରି ବୋଲିଂ ବିଭାଗରେ ମହମଦ୍ଦ ଶାମୀ ଏବଂ ଜଶପ୍ରୀତ ବୁମରାଙ୍କ ପରି ଅନୁଭବି ବୋଲର ସାମିଲ ଅଛନ୍ତି । ରବିନ୍ଦ୍ର ଜାଡେଜା ଓ ହାର୍ଦ୍ଦିକ ପାଣ୍ଡ୍ୟା ଅଲରାଉଣ୍ଡର ବିଭାଗରେ ଦଳରେ ସ୍ଥାନ ପାଇଛନ୍ତି । ହାର୍ଦ୍ଧିକ ପାଣ୍ଡ୍ୟା ଯେ ୨୦୧୯ ଚମ୍ପିୟନ ଟ୍ରଫି ଫାଇନାଲରେ ପାକିସ୍ଥାନ ବିପକ୍ଷରେ ଚମକ୍କାର ବ୍ୟାଟିଂର ପ୍ରଦର୍ଶନ କରିଥିଲେ । ଏହି ଦଳର ବ୍ୟାଟିଂ ବିଭାଗ ଉପରେ ଲକ୍ଷ୍ୟ ଦେବା ତେବେ ଦଳର ଉପର ବ୍ୟାଟରଙ୍କ ଉପରେ ଦଳ ନିର୍ଭର ରହିବ ।

*ଟିମ୍ ଇଣ୍ଡିଆର ଦୁର୍ବଳତା*

ତେବେ ଚଳିତ ଏସିଆ କପରେ ଟିମ୍ ଇଣ୍ଡିଆର ଦୁବଳତା ଉପରେ ଲକ୍ଷ୍ୟ ଦେଲେ ପ୍ରଥମେ ନଜରକୁ ଆସୁଛି ସ୍ପିନ ବିଭାଗ । କେବଳ କୁଲଦୀପ ଯାଦବଙ୍କୁ ବାଦ୍ ଦେଲେ ଆଉ କେହି ପ୍ରପର ସ୍ପିନର ଦଳରେ ନାହାଁନ୍ତି । ଯଦି ଦିନିକିଆରେ ଜାଡେଜାଙ୍କ ହାରହାରି ଦେଖାଯାଏ ତେବେ ସେ ଏପର୍ଯ୍ୟନ୍ତ ଦିନିକିଆରେ ୧୭୭ଟି ମ୍ୟାଚ ଖେଳି ମାତ୍ର ୧୯୪ଟି ୱିକେଟ୍ ନେବାରେ ସଫଳ ହୋଇଛନ୍ତି। ସେହିପରି ଦଳର ଆଉ ଏକ ଦୁର୍ବଳତା ହେଉଛି ଆହତ ପରେ ଫେରିଥିବା ଖେଳାଳି । ତେବେ ଆହତ କାରଣରୁ ଶ୍ରେୟସ ଆୟର , କେଏଲ ରାହୁଲ ଏବଂ ଜଶପ୍ରୀତ ବୁମରା ବହୁ ଦିନର ଅନ୍ତର ପରେ ଦଳକୁ ଫେରିଛନ୍ତି । ତେବେ ବୁମରା ଆୟରଲ୍ୟାଣ୍ଡ ବିପକ୍ଷ ସିରିଜରେ ଦୁଇଟି ମ୍ୟାଚ ଖେଳିଛନ୍ତି । ସେହିପରି ରାହୁଲ ଓ ଆୟର ସିଧାସଳଖ ଯାଇ ଏସିଆ କପରେ ଖେଳିବା ଦଳ ପାଇଁ ଚିନ୍ତାର କାରଣ ହୋଇପାରେ ।

Leave a Reply

Your email address will not be published. Required fields are marked *