Asia cup 2023 ; ଏସିଆ କପ୍ ମାଗଣାରେ ଦେଖିବାକୁ ଚାହୁଁଛନ୍ତି ? ତାହାଲେ ପଢନ୍ତୁ ଏହି ରିପୋର୍ଟ ….

ଭୁବନେଶ୍ବର ; ଏସିଆ କପ୍ ୨୦୨୩ରେ ଭାରତ ପାକିସ୍ଥାନ ମ୍ୟାଚକୁ ଆଉ ମାତ୍ର କିଛି ଦିନ ବାକି ରହିଲା । ପ୍ରଥମ ଥର ପାଇଁ ଏହି ପ୍ରତିଯୋଗିତା ହାଇବ୍ରିଡ ମଡେଲରେ ଖେଳାଯିବ । ପାକିସ୍ଥାନରେ ୪ଟି ମ୍ୟାଚ୍ ଅନୁଷ୍ଟିତ ହେବାକୁ ଥିବାବେଳେ ଫାଇନାଲ ସମେତ ଅନ୍ୟ ୯ଟି ମ୍ୟାଚ ଶ୍ରୀଲଙ୍କରେ ଖେଳାଯିବ । ପ୍ରଥମ ମ୍ୟାଚ୍ ୩୦ ଅଗଷ୍ଟ ବା ଆସନ୍ତାକାଲି ପାକିସ୍ଥାନ ଓ ନେପାଳ ବିପକ୍ଷରେ ଖେଳାଯିବାକୁ ଥିବାବେଳେ ଫାଇନାଲ ମ୍ୟାଚ୍ ୧୭ ସେଫ୍ଟମ୍ବରରେ ଖେଳାଯିବ । ତେବେ ଚଳିତ ଏସିଆ କପ୍ ଆଗାମୀ ଦିନିକିଆ ବିଶ୍ବକପକୁ ଲକ୍ଷ କରି ଦିନିକିଆ ଫର୍ମାଟରେ ଖେଳାଯିବ । ତେବେ ୨୦୧୮ରେ ଶେଷ ଥର ପାଇଁ ଦିନିକିଆ ଫର୍ମାଟରେ ଏହି ପ୍ରତିଯୋଗିତା ଖେଳାଯାଇଥିଲା । ଯେଉଁଥିରେ ରୋହିତ ଶର୍ମାଙ୍କ ଅଧିନାୟିକତ୍ବରେ ଟାଇଟଲ ଜିତିଥିଲା । ତେବେ ଚଳିତ ଏସିଆ କପରେ ୬ ଦଳ ଭାଗ ନେଇଛନ୍ତି ।
ସବୁ ଦଳକୁ ୨ଟି ଗ୍ରୁପରେ ବିଭକ୍ତ କରାଯାଇଛି । ପାକିସ୍ତାନ, ଭାରତ ଏବଂ ନେପାଳ ଏ ଗ୍ରୁପରେ ରହିଥିବା ବେଳେ ବାଂଲାଦେଶ , ଶ୍ରୀଲଙ୍କା , ଆଫଗାନିସ୍ତାନ ଗ୍ରୁପ ବି ରେ ସ୍ଥାନ ପାଇଛନ୍ତି । ସେହିଭଳି ଦୁଇଟି ଗ୍ରୁପର ଶ୍ରେଷ୍ଠ ଦୁଇଟି ଦଳ ସୁପର ୪ ପାଇଁ ମନୋନୀତ ହେବେ । ଏହାପରେ ଏହି ଦଳଙ୍କ ମଧ୍ୟରେ ଗୋଟିଏ ଲେଖାଏଁ ମ୍ୟାଚ ଖେଳାଯିବ ଏବଂ ସେଥିରୁ ୨ଟି ବିଜେତା ଦଳ ଫାଇନାଲରେ ପ୍ରବେଶ କରିବେ । ତେବେ ଏହି ମ୍ୟାଚ ଭାରତୀୟ ସମୟ ଅନୁଯାୟୀ ମଧ୍ୟାହ୍ନ ୩ଟାରେ ପ୍ରସାରିତ କରାଯିବ । ସେହିପରି ଆପଣମାନେ ଏସିଆ କପର ସିଧାପ୍ରସାରଣ ଷ୍ଟାର ସ୍ପୋର୍ଟସରେ ଦେଖିପାରିବେ । ଷ୍ଚାର ହିନ୍ଦୀ -୧, ଏବଂ ଇଂରାଜୀରେ ପ୍ରାସାରିତ ହେବ । ସେହିପରି ଆପଣ ଯଦି ଫ୍ରି ରେ ଏହି ମ୍ୟାଚ ଗୁଡିକର ଆନନ୍ଦ ନେବାପାଇଁ ଚାହୁଁଛନ୍ତି, ତେବେ ଆପଣମାନେ ଡିଜନି ହଟଷ୍ଟାରରେ ଲଗ-ଇନ୍ କରି ଦେଖିପାରିବେ ।