Asia Cup 2023; ରାହୁଲଙ୍କ ଅନୁପସ୍ଥିତି, ଆଣିପାରେ ସଞ୍ଜୁଙ୍କ ପାଇଁ ସୁଯୋଗ …

ଭୁବନେଶ୍ଵର; କେଏଲ ରାହୁଲ ଏସିଆ କପ୍‌ର ପ୍ରଥମ ୨ଟି ମ୍ୟାଚରେ ଅନୁପସ୍ଥିତ ରହିବେ। କେ.ଏଲ୍ ରାହୁଲଙ୍କ ଅନୁପସ୍ଥିତିରେ ଇଶାନ କିଶନ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଭାବରେ ଖେଳିବେ, କିନ୍ତୁ ଯଦି ଏହା ପରେ କେଏଲ ରାହୁଲ ନ ଖେଳନ୍ତି, ତେବେ କଣ ସଞ୍ଜୁ ସାମସନ୍ ଏକ ସୁଯୋଗ ପାଇବେ ? ବାସ୍ତବରେ, ଯଦି କେ.ଏଲ୍ ରାହୁଲ ପୁରା ଟୁର୍ନାମେଣ୍ଟରୁ ବାହାରେ ରହିବେ, ତେବେ ସଞ୍ଜୁ ସାମସନ୍ ଟିମ୍ ଇଣ୍ଡିଆର ଏକ ଅଂଶ ହୋଇପାରିବେ | କିନ୍ତୁ ଯଦି କେ.ଏଲ୍ ରାହୁଲ ତୃତୀୟ ମ୍ୟାଚ୍ ପାଇଁ ଫିଟ୍ ହୁଅନ୍ତି, ତେବେ ସଞ୍ଜୁ ସାମସନଙ୍କ ପାଇଁ ରାସ୍ତା ବନ୍ଦ ହୋଇଯିବ।ଆହତ କାରଣରୁ କେଏଲ ରାହୁଲ ଦୀର୍ଘ ସମୟ ଧରି ପଡ଼ିଆରୁ ଦୂରରେ ଥିଲେ। କିନ୍ତୁ ଏସିଆ କପ୍ ଦଳ ପାଇଁ କେ.ଏଲ୍ ରାହୁଲଙ୍କୁ ଚୟନ କରାଯାଇଥିଲା। କିନ୍ତୁ ବର୍ତ୍ତମାନ କେଏଲ ରାହୁଲ ପ୍ରଥମ ୨ ମ୍ୟାଚ୍‌ରେ ନଖେଳିବାର ଖବର ଆସିଛି। କେ.ଏଲ୍ ରାହୁଲଙ୍କ ଅନୁପସ୍ଥିତିରେ ଇଶାନ୍ କିଶାନ୍ ପ୍ରଥମ ଦୁଇଟି ମ୍ୟାଚ୍ ରେ ୱିକେଟ୍ କିପର ଭୂମିକାରେ ରହିବେ, କିନ୍ତୁ ଯଦି କେ.ଏଲ୍ ରାହୁଲ ପୁରା ଟୁର୍ନାମେଣ୍ଟରୁ ନଖେଳିଲେ, ତେବେ ସଞ୍ଜୁ ସାମସନଙ୍କ ପାଇଁ ଦ୍ୱାର ଖୋଲିପାରେ। ଏସିଆ କପ୍ ୩୦ ଅଗଷ୍ଟରୁ ଆରମ୍ଭ ହେଉଛି | ତେବେ ଭାରତୀୟ ଦଳ ୨ ସେପ୍ଟେମ୍ବରରେ ପାକିସ୍ତାନ ବିପକ୍ଷରେ ଅଭିଯାନ ଆରମ୍ଭ କରିବ। ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍ କାଣ୍ଡିରେ ଖେଳାଯିବ।

Leave a Reply

Your email address will not be published. Required fields are marked *