RBI RECRUTMENT ; RBIରେ ଆସିଷ୍ଟାଣ୍ଟ ପଦବୀ ପାଇଁ ବିଜ୍ଞପ୍ତି ଜାରି : ଜାଣନ୍ତୁ କେମିତି ରହିଛି ଚୟନପ୍ରକ୍ରିୟା …

ସରକାରୀ ଚାକିରିରେ ବ୍ୟାଙ୍କ ଚାକିରିର ଏକ ଭିନ୍ନ ମହତ୍ତ୍ୱ ରହିଛି। କିନ୍ତୁ ଚାକିରୀ ଯଦି ଆରବିଆଇର ହୋଇଥାଏ ତେବେ ଏହାର ଗୁରୁତ୍ବ ଆହୁରି ବଢିଯାଏ ? ତେଣୁ ଯଦି ଆପଣ ଏହି ନିଯୁକ୍ତିକୁ ଉତ୍ସାହର ସହ ଅପେକ୍ଷା କରିଥିଲେ, ତେବେ ଭାରତୀୟ ରିଜର୍ଭ ବ୍ୟାଙ୍କ ଆସିଷ୍ଟାଣ୍ଟ ପଦବୀ ପାଇଁ ନିଯୁକ୍ତି ବିଜ୍ଞପ୍ତି ଜାରି କରିଛି । ଇଚ୍ଛୁକ ପ୍ରାର୍ଥୀମାନେ ସମସ୍ତ ବିବରଣୀ ପଢି ଶେଷ ତାରିଖ ପୂର୍ବରୁ ନିର୍ଦ୍ଧାରିତ ଫର୍ମାଟରେ ଆବେଦନ କରିବା ଆବଶ୍ୟକ । ଏହା କରିବା ପାଇଁ ଆପଣଙ୍କୁ opportunities.rbi.org.in ୱେବସାଇଟକୁ ଯିବାକୁ ପଡିବ । ଏଥିସହିତ ଏହି ଖାଲି ପଦବୀଗୁଡ଼ିକର ସବିଶେଷ ବିବରଣୀ ଜାଣିବା ପାଇଁ ଆପଣ ଆରବିଆଇର ଅଫିସିଆଲ ୱେବସାଇଟକୁ rbi.org.in କୁ ମଧ୍ୟ ଯାଇପାରରିବେ । ତେବେ ରିଜର୍ଭ ବ୍ୟାଙ୍କର ଏହି ନିଯୁକ୍ତି ପାଇଁ ଆଜି ପଞ୍ଜୀକରଣ ଆରମ୍ଭ ହୋଇ ଅକ୍ଟୋବର ୪ ତାରିଖ ଯାଏଁ ଆପଣ ଏଥିରେ ଆବେଦନ କରିପାରିବେ । ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ୪୫୦ ଟି ସହକାରୀ ପଦବୀ ପୂରଣ କରାଯିବ ।ସେହିପରି ପ୍ରାର୍ଥୀ ଚୟନ ପାଇଁ ଅନଲାଇନ୍ ପରୀକ୍ଷା କରାଯିବ, ଯାହା ପର୍ଯ୍ୟାୟକ୍ରମେ ପ୍ରିଲିମସ୍, ମେନ୍ସ ଏବଂ ଭାଷା ଦକ୍ଷତା ପରୀକ୍ଷା।
ଅନୁଷ୍ଠିତ ହେବ ।

ଜରୁରୀ ତୀରିଖ

ଆରବିଆଇ ଆସିଷ୍ଟାଣ୍ଟ ପଦବୀ ପାଇଁ ପ୍ରିଲିମ ପରୀକ୍ଷା ଅକ୍ଟୋବର ୨୧ ଓ ୨୩ ରେ ଅନୁଷ୍ଠିତ ହେବ । ସେହିପରି ଡିସେମ୍ବର ୨ରେ ମେନ୍ସ ପରୀକ୍ଷା ଅନୁଷ୍ଠିତ ହେବ। ଆବେଦନ କେବଳ ଅନଲାଇନରେ ହେବ ଆପଣ କେବଳ ୱେବସାଇଟରୁ ହିଁ ବିବରଣୀ ଏବଂ ଅପଡେଟ୍ ପାଇପାରିବେ ।

ଆବେଦନ ପାଇଁ ଯୋଗ୍ୟତା …
ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଅତି କମରେ ୫୦ ପ୍ରତିଶତ ମାର୍କ ରଖି ସ୍ନାତକ ହାସଲ କରିଥିବା ପ୍ରାର୍ଥୀ ମାନେ ଏହି ପଦବୀ ପାଇଁ ଆବେଦନ କରିପାରିବେ । ଏହି ପଦବୀ ପାଇଁ ବୟସ ସୀମା ୨୦ରୁ ୨୮ ବର୍ଷ ଧାର୍ଯ୍ୟ କରାଯାଇଛି।

କେତେ ମିଳିବ ଦରମା
ଚୟନ ପରେ ପ୍ରାର୍ଥୀଙ୍କୁ ମାସିକ ୪୭,୮୪୯ ଟଙ୍କା ଦରମା ଦିଆଯିବ। ଏହା ସହ ମହଙ୍ଗା ଭତ୍ତା, ଘର ଭଡ଼ା , ପରିବହନ, ପରି ଆହୁରି ଅନେକ ଭତ୍ତା ମଧ୍ୟ ଉପଲବ୍ଧ ହେବ। ଏହି ପୋଷ୍ଟିଂ ଅଞ୍ଚଳ ଅନୁଯାୟୀ ଯେକୌଣସି ସ୍ଥାନରେ ହୋଇପାରେ ।

Leave a Reply

Your email address will not be published. Required fields are marked *