ଫଟୋରେ ଥିବା ତ୍ରୁଟି ସଜାଡ଼ିଲା କଂଗ୍ରେସ, ଖଡଗେଙ୍କୁ ରଖିଲା ଆଗରେ

ଭୁବନେଶ୍ୱର : ଖବର ପ୍ରକାଶ ପାଇଲା। ସୋସିଆଲ ମିଡ଼ିଆରେ ଭାଇରାଲ ହେଲା। କଂଗ୍ରେସ ଟିକେ ବୁଝିଲା। ଫଟୋରେ ନିଜ ସର୍ବଭାରତୀୟ ନେତା ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ସମ୍ମାନ ଦେଲା। ଶ୍ରୀ ଖଡ଼ଗେଙ୍କୁ ପ୍ରଥମେ ରଖିଲା। ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀଙ୍କୁ ପଛରେ ରଖିଲା। ଘରେ ଘରେ କଂଗ୍ରେସ, ଘରେ ଘରେ ହାତ କାର୍ଯ୍ୟକ୍ରମର ପୋଷ୍ଟରେ ଥିବା ତ୍ରୁଟିକୁ ଦଳ ସଜାଡିଲା। ମାତ୍ର ଆଉ ଗୋଟିଏ କଥା ଦଳ ବର୍ତ୍ତମାନ ଚିନ୍ତା କରିପାରିନାହିଁ। କଂଗ୍ରେସର ଜାତୀୟ ନେତୃତ୍ୱ ପଛୁଆବର୍ଗ ସମସ୍ୟା, ଜାତିଭିତ୍ତିକ ଜନଗଣନା ଏବଂ ସାମାଜିକ ନ୍ୟାୟର କଥା କହିଆସୁଛି। ମାତ୍ର କଂଗ୍ରେସ କୌଣସି ପଛୁଆବର୍ଗ, ଅନୁସୂଚିତ ଜାତି ଏବଂ ଜନଜାତି ବର୍ଗର ଜଣେ ହେଲେ ନେତାଙ୍କ ଫଟୋ ଏହି ପୋଷ୍ଟରରେ ମାରିବାକୁ ଉଚିତ ମଣିନାହିଁ।

Leave a Reply

Your email address will not be published. Required fields are marked *