Asian Games 2023 ; ଭାରତ ପାଇଁ ଆଉ ଏକ ସ୍ଵର୍ଣ୍ଣ ଆଣିଲେ ଏହି ଦୁଇ ଖେଳାଳି…

ଏସୀୟ କ୍ରୀଡ଼ାରେ ଭାରତ ଖାତାକୁ ଆଉ ଏକ ସ୍ଵର୍ଣ୍ଣ ପଦକ ଆସିଛି। ଏଥର ଟେନିସର ମିକ୍ସ୍ ଡବଲ୍ସ ଇଭେଣ୍ଟରେ ରୋହନ ବୋପାନ୍ନା ଏବଂ ରୁତୁଜା ଭୋସଲେଙ୍କ ଯୋଡି ସ୍ୱର୍ଣ୍ଣ ଜିତିଛନ୍ତି। ଭାରତୀୟ ଯୋଡି ଫାଇନାଲରେ ତାଇପେଇ ଯୋଡିକୁ ୨-୬, ୬-୩, ୧୦-୪ ରେ ପରାସ୍ତ କରିଛନ୍ତି | ଭାରତୀୟ ଯୋଡି ଫାଇନାଲ ମ୍ୟାଚର ପ୍ରଥମ ସେଟରେ ହାରି ଥିଲେ। ତେବେ ଦ୍ୱିତୀୟ ସେଟରେ ରୋହନ ବୋପାନ୍ନା ଏବଂ ରୁତୁଜା ଭୋସଲେ ଏକ ଚମତ୍କାର ପ୍ରତ୍ୟାବର୍ତ୍ତନ କରି ଶେଷରେ ସୁପର ଟାଇ ବ୍ରେକରେ ମ୍ୟାଚ ଜିତିଛନ୍ତି।

ଭାରତୀୟ ଯୋଡି ରୋହନ ବୋପାନ୍ନା ଏବଂ ରୁତୁଜା ଭୋସାଲେ ପ୍ରଥମ ସେଟରେ ତାଇପେଇ ଯୋଡି ଦ୍ୱାରା ୬-୨ ରେ ପରାଜୟର ସମୁଖୀନ ହୋଇଥିଲେ। ଏହା ପରେ ଭାରତୀୟ ଯୋଡି ଦ୍ୱିତୀୟ ସେଟରେ ଚମତ୍କାର ପ୍ରତ୍ୟାବର୍ତ୍ତନ କରି ତାଇପେଇ ଯୋଡି ଆନ୍-ଶୁଆ ଲିଆଙ୍ଗ ଏବଂ ସୁସଙ୍ଗ-ହାଓ ହୁଆଙ୍ଗଙ୍କୁ ୧୦-୪ ରେ ପରାସ୍ତ କରି ମ୍ୟାଚକୁ ୧-୧ ରେ ସମାନ କରିଥିଲେ। ତା’ପରେ ସୁପର ଟାଇ ବ୍ରେକ୍ରେ ଦୁହିଁଙ୍କ ମଧ୍ୟରେ ନିଷ୍ପତ୍ତି ନିଆଯାଇଥିଲା, ଯେଉଁଥିରେ ରୋହନ ବୋପାନ୍ନା ଏବଂ ରୁତୁଜା ଭୋସାଲେ ଟେନିସର ମିକ୍ସ ଡବଲ୍ସ ଇଭେଣ୍ଟରେ ଚମତ୍କାର ପ୍ରଦର୍ଶନ କରି ୧୦-୪ ସ୍କୋର କରି ଭାରତକୁ ଏସୀୟ ଗେମ୍ସରେ ଆଉ ଏକ ସ୍ୱର୍ଣ୍ଣ ହାସଲ କରିବାରେ ସଫଳ ହୋଇଛନ୍ତି।

୧୯ତମ ଏସୀୟ ଗେମ୍ସରେ ଏହା ହେଉଛି ଭାରତର ନବମ ସ୍ୱର୍ଣ୍ଣ | ଏହି ସ୍ୱର୍ଣ୍ଣ ପଦକ ସହିତ ଭାରତର ପଦକ ସଂଖ୍ୟା ୩୫ କୁ ବୃଦ୍ଧି ପାଇଛି, ଯେଉଁଥିରେ ୧୩ଟି ରୌପ୍ୟ ଏବଂ ୧୩ ଟି ବ୍ରୋଞ୍ଜ ମଧ୍ୟ ରହିଛି | ସପ୍ତମ ଦିନରେ ଏହା ଭାରତର ପ୍ରଥମ ସ୍ୱର୍ଣ୍ଣ ପଦକ ଥିଲା। ଏସୀୟ ଗେମ୍ସରେ ଭାରତ ଏପର୍ଯ୍ୟନ୍ତ ଉତ୍କୃଷ୍ଟ ପ୍ରଦର୍ଶନ ଦେଖାଇଛି।

Leave a Reply

Your email address will not be published. Required fields are marked *