୭ ବର୍ଷ ପରେ ଭାରତ ମାଟିରେ ଖେଳୁଛି ପାକିସ୍ତାନ …
୭ ବର୍ଷ ପରେ ପାକିସ୍ତାନ କ୍ରିକେଟ୍ ଦଳ ଭାରତରେ ତାହାର ପ୍ରଥମ ଆନୁଷ୍ଠାନିକ ମ୍ୟାଚ୍ ଖେଳିବ। ଶୁକ୍ରବାର ହାଇଦ୍ରାବାଦର ରାଜୀବ ଗାନ୍ଧୀ ଷ୍ଟାଡିୟମ୍ରେ ନେଦରଲାଣ୍ଡ୍ସକୁ ଭେଟିବ ପାକିସ୍ତାନ। ଉଭୟ ଦଳଙ୍କ ମଧ୍ୟରେ ପୂର୍ବରୁ ହୋଇଥିବା ୬ ମ୍ୟାଚ୍ରୁ ପାକିସ୍ତାନ ସବୁଥିରେ ବିଜୟ ପାଇଥିଲା। ୱାର୍ମ ଅପ୍ ମ୍ୟାଚ୍ ବେଳେ ପାକିସ୍ତାନ ଏକାଧିକ ପରୀକ୍ଷାନୀରିକ୍ଷା କରିଥିଲା, କିନ୍ତୁ ବିଶ୍ବକପ୍ର ପ୍ରଥମ ମ୍ୟାଚ୍ରେ ଦଳ ତାହାର ଶ୍ରେଷ୍ଠ ଖେଳାଳିଙ୍କୁ ନେଇ ଓହ୍ଲାଇବାକୁ ଚାହିଁବ। କାରଣ ଏତେ ବର୍ଷ ପରେ ଭାରତରେ ଖେଳିବାକୁ ଆସିଥିବାରୁ ପାକିସ୍ତାନ ଏକ ବଡ଼ ଧରଣର ବିଜୟରୁ ଅଭିଯାନ ଆରମ୍ଭ କରିବାକୁ ଚାହିଁବ। ଏଥି ସହିତ ହାଇଦ୍ରାବାଦ ପିଚ୍ ସବୁ ବେଳେ ହାଇସ୍କୋରିଂ ମ୍ୟାଚ୍ ପାଇଁ ଜଣାଶୁଣା। ପାକିସ୍ତାନ ମଧ୍ୟ ୱାର୍ମ ଅପ୍ରେ ପିଚ୍କୁ ଭଲଭାବେ ପରଖି ସାରିଛି। ଅଧିନାୟକ ବାବର ଅଜମ୍ ଏବେ ଭଲ ଲୟରେ ଅଛନ୍ତି। ୱାର୍ମ ଅପ୍ରେ ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ବିପକ୍ଷରେ ଦୁଇଟି ଅର୍ଦ୍ଧଶତକ ମାରିଥିଲେ। ତେଣୁ ଏହି ଲୟକୁ ପ୍ରଥମ ମ୍ୟାଚ୍ରେ ବଜାୟ ରଖିବାକୁ ଚାହିଁବେ। ତେଣୁ ଫକର ଜମାନ, ଇଫତିକାର ଅହମଦ ଓ ସଦାବ ଖାନ୍ଙ୍କ ବ୍ୟାଟ୍ରୁ ବଡ଼ ରନ୍ ଆଶା କରାଯାଇପାରେ।