IND vs BAN : ବାଂଲାଦେଶ ବିପକ୍ଷ ମ୍ୟାଚରେ ବଦଳିବକି ଟିମ୍ ଇଣ୍ଡିଆର ପ୍ଲେଇଂ-୧୧ ? ଜାଣନ୍ତୁ …

ବିଶ୍ୱକପ୍ ୨୦୨୩ରେ ଟିମ୍ ଇଣ୍ଡିଆର ପରବର୍ତ୍ତୀ ମ୍ୟାଚ୍ ବାଂଲାଦେଶ ବିପକ୍ଷରେ ରହିଛି। ଅକ୍ଟୋବର ୧୯ (ଗୁରୁବାର) ଅପରାହ୍ନ ୨ଟାରେ ପୁନେର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ୍ ଷ୍ଟାଡିୟମରେ ଏହି ଦୁଇ ଦଳ ମୁହାଁମୁହିଁ ହେବେ। ଚଳିତ ବିଶ୍ବକପ୍ ରେ ଭାରତୀୟ ଦଳ ଏପର୍ଯ୍ୟନ୍ତ ୩ଟି ଯାକ ମ୍ୟାଚ୍ ଏକତରଫା ଭାବେ ଜତିବାରେ ସଫଳ ହୋଇଛି । ଏଭଳି ସ୍ଥିତିରେ ବାଂଲାଦେଶ ବିପକ୍ଷ ମ୍ୟାଚ୍ ରେ ଟିମ୍ ଇଣ୍ଡିଆ ତାର ଦୁଇ ଦ୍ରୁତ ବୋଲର (ବୁମ୍ରା ଓ ସିରାଜ)ଙ୍କ ମଧ୍ୟରୁ ଟିମ ଜଣଙ୍କୁ ବିଶ୍ରାମ ଦେଇପାରେ ବୋଲି କଳ୍ପନା କରାଯାଉଛି।ସେହିପରି ଶାର୍ଦ୍ଦୁଲ ଠାକୁରଙ୍କୁ ବାଦ୍ ଦିଆଯାଇ ପାରେ  । ଅର୍ଥାତ୍ ମହମ୍ମଦ ସାମିଙ୍କୁ ପ୍ଲେଇଂ-୧୧ରେ ସୁଯୋଗ ମିଳିପାରେ। ତେବେ ବାଂଲାଦେଶ ସହ ଶେଷ ୫ଟି ମ୍ୟାଚକୁ ଦେଖିଲେ  ଟିମ୍ ଇଣ୍ଡିଆ କୌଣଷି ଖେଳାଳିଙ୍କୁ ପରିବର୍ତ୍ତନ ନକରିବାକୁ ଚାହିଁବ । କାରଣ ବାଂଲାଦେଶ ବିପକ୍ଷ ପୂର୍ବ ୫ଟି ଦିନିକିଆ ମ୍ୟାଚ ଦେଖିଲେ ବଙ୍ଗଳା ଦଳ ଟିମ ଇଣ୍ଡିଆ ଉପରେ ଭାରି ପଡିଛି । ଏହି ପାଞ୍ଚଟି ମ୍ୟାଚରୁ ଭାରତ ଜମା ୨ଟି ବିଜୟ ଲାଭ କରିଥିବା ବେଲେ ବାଂଲାଦେଶ ୩ଟି ଜିତିଛି । ଅର୍ଥାତ ଭାରତ ଏହି ମ୍ୟାଚରେ ତାର ସର୍ବଶ୍ରେଷ୍ଠ ଦଳ ସହ ପଡିଆକୁ ଓହ୍ଲାଇବ । ସେହିପରି ଯଦି ଦେଖାଯାଏ ତେବେ ଗତ ୩ ଟି ମ୍ୟାଚରେ ଟିମ୍ ଇଣ୍ଡିଆର ପ୍ଲେଇଂ-୧୧ରେ ପରିବର୍ତ୍ତନ କରାଯାଇଛି । ପ୍ରଥମ ମ୍ୟାଚରେ ସ୍ପିନ୍ ଫ୍ରେଣ୍ଡଲି ୱିକେଟ୍ ଯୋଗୁଁ ଟିମ୍ ଇଣ୍ଡିଆ ଆର ଅଶ୍ୱିନଙ୍କ ସମେତ ୩ ଜଣ ସ୍ପିନରଙ୍କୁ ଖେଳାଇଥିଲା। ଦ୍ବିତୀୟ ମ୍ୟାଚ୍ ରେ ଅଶ୍ୱିନଙ୍କ ସ୍ଥାନରେ ଶାର୍ଦ୍ଦୁଲଙ୍କୁ ସୁଯୋଗ ଦିଆଯାଇଥିବା ବେଳେ ତୃତୀୟ ମ୍ୟାଚ୍ ରେ ଇଶାନ କିଶନଙ୍କୁ ବାଦ୍ ଦିଆଯାଇ ଡେଙ୍ଗୁରୁ ସୁସ୍ଥ ହୋଇଥିବା ଶୁଭମନ ଗିଲଙ୍କୁ ପ୍ଲେଇଂ-୧୧ରେ ସ୍ଥାନ ମିଳିଥିଲା। ତେବେ ଚତୁର୍ଥ ମ୍ୟାଚ୍ ରେ କୌଣସି ପରିବର୍ତ୍ତନ ର ସମ୍ଭାବନା ନାହିଁ। ଅର୍ଥାତ୍ ଅହମ୍ମଦାବାଦରେ ପାକିସ୍ତାନ ବିପକ୍ଷରେ ଖେଳାଯାଇଥିବା ସମାନ ପ୍ଲେଇଂ-୧୧ ସହ ଟିମ୍ ଇଣ୍ଡିଆ ପଡ଼ିଆକୁ ଓହ୍ଲାଇବ।

Leave a Reply

Your email address will not be published. Required fields are marked *