୩ ବହୁଳ ଦୁର୍ନୀତିଗ୍ରସ୍ତ ବହି ପଢି ପୋଷ୍ଟ କଲେ ଅରବିନ୍ଦ ପାଢୀ, ଲୋକସେବା ଭବନରେ ବଢିଲା ଭିନ୍ନ ଚର୍ଚ୍ଚା

ଭୁବନେଶ୍ୱର :  ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ବିଜୟ ଶଙ୍କର ପାଣ୍ଡେଙ୍କ ଚର୍ଚ୍ଚିଚ ବହି ‘ଥ୍ରୀ ମୋଷ୍ଟ କରଫ୍ଟ’ । ଶ୍ରୀ ପାଣ୍ଡେ ନିଜେ ପ୍ରଶାସନିକ ଅଧିକାରୀ ଥିବା ସମୟରେ ଖାଲି ଦୁର୍ନୀତିଖୋର ନେତା ନୁହଁନ୍ତି, କେତେକ ଲୋଭୀ ଅମଲାଙ୍କ ସହ ମଧ୍ୟ ଲଢିବାକୁ ପଡ଼ିଥିଲା। ଏହି ସବୁ ଲଢେଇରେ ତାଙ୍କର ଯାତ୍ରାକୁ ନେଇ ଉପରୋକ୍ତ ପୁସ୍ତକଟି ସେ ରଚନା କରିଛନ୍ତି। ଯାହାକୁ ନେଇ ବେଶ୍ ଉତ୍ସାହିତ ହୋଇ ଓଡ଼ିଆ କ୍ୟାଡ଼କ ଆଇଏଏସ୍ ଅଧିକାରୀ ଅରବିନ୍ଦ ପାଢୀ ଉଲ୍ଲେଖ କରିଛନ୍ତି। ବର୍ତ୍ତମାନ ଶ୍ରୀ ପାଢୀ ଏହି ବହିଟିକୁ ବୋଧେ ପଢୁଛନ୍ତି। ସାଧାରଣତଃ ନିଜର ବିଶେଷ ରୁଚିକୁ ଶ୍ରୀ ପାଢୀ ଟୁଇଟର ମାଧ୍ୟମରେ ସେୟାର କରିଥାନ୍ତି। ପୁସ୍ତକର ଲେଖକ ଶ୍ରୀ ପାଣ୍ଡେଙ୍କ ସହ ଶ୍ରୀ ପାଢୀ ଭାରତ ସରକାରଙ୍କ ଅଧିନରେ କାମ କରିବାର ଅଭିଜ୍ଞତା ରହିଛି। ମାତ୍ର ଶ୍ରୀ ପାଢୀଙ୍କ ଏହି ପୋଷ୍ଟ ଭିନ୍ନ ଏକ ଚର୍ଚ୍ଚା ଜାରି ରହିଛି।

       ରାଜ୍ୟରେ ଶାସକ ଦଳ ଲୋକପ୍ରିୟତାର ଶୀର୍ଷରେ ରହିଛି। ମାତ୍ର କିଛିବର୍ଷ ହେବ , ରାଜ୍ୟ ପ୍ରଶାସନ ଅମଲା କୈନ୍ଦ୍ରିକ ହେଉଥିବା ଅଭିଯୋଗ ହୋଇ ଆସୁଛି। ଏହି ଅଭିଯୋଗ ଦୁଇ ବିରୋଧି ଦଳଙ୍କ ସମେତ ବିଭିନ୍ନ ବୁଦ୍ଧିଜୀବୀ ମଧ୍ୟ ଉଠାଇଛନ୍ତି। ହାତଗଣତି କେତେଜଣଙ୍କ ମଧ୍ୟରେ କ୍ଷମତା ରହୁଛି। ତେଣୁ ଜାତୀୟସ୍ତରର ଜଣେ ଅଭିଜ୍ଞ ଅଧିକାରୀଙ୍କ ବହିକୁ ପଢୁଥିବା ପୋଷ୍ଟ କରି ଶ୍ରୀ ପାଢୀ ଗୋଟିଏ ଗୁଳିରେ ଏକାଧିକ ମିଠା ଶୀକାର କରିଛନ୍ତି। ଅବଶ୍ୟ ତାଙ୍କର ଏପରି କୌଣସି ଉଦ୍ଦେଶ୍ୟ ଥାଇ ନ ପାରେ। ହେଲେ ସମୟ ବଡ଼ ବଳବାନ। ପଢାପଢିରେ ରୁଚି ରଖୁଥିବା ଶ୍ରୀ ପାଢୀ ଓଡ଼ିଶା ପ୍ରଶାସନର ଅଭିଜ୍ଞତାକୁ ନେଇ ଆଗାମୀ ଦିନରେ ପୁସ୍ତକ ଲେଖିବେ ନାହିଁ ତ। ସେ ଚର୍ଚ୍ଚା ପୁଣି ଜୋର ଧରିଲାଣି। ଲୋକସେବା ଭବନ କ୍ୟାଣ୍ଟିନ ଠୁ ଆରମ୍ଭ କରି କନଭେନସନ୍ ସେଣ୍ଟର ଚା ଦୋକାନରେ ଶ୍ରୀ ପାଢୀଙ୍କ ପୋଷ୍ଟକୁ ନେଇ ଚର୍ଚ୍ଚା ଜୋର ଧରିଛି।

Leave a Reply

Your email address will not be published. Required fields are marked *