IND vs BAN ; ଭାରତ ବନାମ ବାଂଲାଦେଶର ହେଡ୍ ଟୁ ହେଡ୍ ରେକର୍ଡ…
ଚଳିତ ଦିନିକିଆ ବିଶ୍ବକପରେ ଭାରତ ଆଜି ବାଂଲାଦେଶକୁ ପୁଣେର ଏମସିଏ ଷ୍ଟାଡିୟମରେ ଭେଟି ବାକୁ ଯାଉଛି । ଭାରତ ତାର ୩ଟି ମ୍ୟାଚରୁ ୩ଟି ଜିତି ପଏଣ୍ଟ ଟେବୁଲର ଦ୍ବିତୀୟ ସ୍ତାନରେ ରହିଛି । ସେହିପରି ଅନ୍ୟପକ୍ଷରେ ବାଂଲାଦେଶ ଏହି ବିଶ୍ବକପରେ ୩ଟି ମ୍ୟାଚରୁ ମାତ୍ର ଗୋଟିଏ ଜିତିବାରେ ସଫଳ ହୋଇଛି । ତେବେ ଯଦି ଏହି ଦୁଇ ଦଳଙ୍କ ଦିନିକିଆ ବିଶ୍ବକପରେ ରେକର୍ଡ ଉପରେ ନଜର ଦିଆଯିବ ତେବେ ଭାରତ ମୋଟ ବାଂଲାଦେଶ ବିପକ୍ଷରେ ୪ଥର ଖେଳିଛି । ଯେଉଁଥିରେ ଭାରତୀୟ ଦଳର ୩ଥର ବିଜୟ ନିଜ ନାମରେ କରିଛି ।
ବିଶ୍ୱକପ୍ ରେ ଭାରତ ବନାମ ବାନମ ବାଂଲାଦେଶ
ଖେଳାଯାଇଥିବା ମ୍ୟାଚ୍ – ୪
ଭାରତ – ୩
ବାଂଲାଦେଶ – ୧
ଶେଷ ଫଳାଫଳ – ଭାରତ ୨୮ ରନ୍ (୨୦୧୯) ରେ ବିଜୟୀ ହୋଇଥିଲା।( ବର୍ମିଂହାମ୍)
ଭାରତ ବନାମ ବାଂଲାଦେଶ – ବିଶ୍ୱକପର ଫଳାଫଳ ତାଲିକା
୨୦୦୭ – ବାଂଲାଦେଶ ୫ ଓ୍ଵିକେଟ୍ (ପୋର୍ଟ ଅଫ୍ ସ୍ପେନ୍) ରେ ବିଜୟୀ
୨୦୧୧- ଭାରତ ୮୭ ରନ୍ ରେ ବିଜୟୀ (ମୀରପୁର)
୨୦୧୫ – ଭାରତ ୧୦୯ ରନ୍ ରେ ବିଜୟୀ (ମେଲବର୍ଣ୍ଣ)
୨୦୧୯- ଭାରତ ୨୮ ରନ୍ ରେ ବିଜୟୀ (ବର୍ମିଂହାମ୍)
ଦିନିକିଆ ବିଶ୍ୱକପ୍ ରେ ଭାରତ ବନାମ ବାଂଲାଦେଶ – ସର୍ବାଧିକ ବ୍ୟକ୍ତିଗତ ସ୍କୋର
ବୀରେନ୍ଦ୍ର ସେହୱାଗ – ୧୪୦ ବଲ୍ ରୁ ୧୭୫ ରନ୍ (୨୦୧୧; ମୀରପୁର)
ରୋହିତ ଶର୍ମା- ୧୨୬ ବଲରେ ୧୩୭ ରନ୍ (୨୦୧୫; ମେଲବର୍ଣ୍ଣ)
ବିରାଟ କୋହଲି- ୮୩ ବଲରେ ୧୦୦* (୨୦୧୧; ମୀରପୁର)