ଭାରତ-ଇଂଲଣ୍ଡ ମୁକାବିଲା , ସାମଗ୍ରିକ ଭାବେ ଭାରତ, ବିଶ୍ୱକପରେ ଇଂଲଣ୍ଡ ପ୍ରଦର୍ଶନ ଭଲ

ଭୁବନେଶ୍ୱର :  ରବିବାର କ୍ରିକେଟ୍ ବିଶ୍ୱକପର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ଅନୁଷ୍ଠିତ ହେବାକୁ ଯାଉଛି। ଗତଥରର ବିଜେତା ଇଂଲଣ୍ଡ ଏବଂ ଆୟୋଜକ ଭାରତ ପ୍ରଥମଥର ପାଇଁ ଏହି ବିଶ୍ୱକପରେ ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ଦୁଇ ଦଳର ସାମ୍ପ୍ରତିକ ପରିସଂଖ୍ୟନ ଉପରେ ନଜର ପକାଇଲେ ଭାରତୀୟ କ୍ରିକେଟ ଦଳ ସୁଦୃଢ ସ୍ଥିତିରେ ରହିଛି। ଭାରତ ନିଜର ପାଞ୍ଚଟି ମ୍ୟାଚ ଜିତି ସମ୍ପୂର୍ଣ୍ଣ ଦଶ ପଏଣ୍ଟ ହାସଲ କରିଛି। ଅପରପକ୍ଷରେ ଇଂଲଣ୍ଡ ମାତ୍ର ଗୋଟିଏ ମ୍ୟାଚ ଜିତିଛି। ତେଣୁ ଭ୍ରମଣକାରୀ ଦଳ ସାମାନ୍ୟ ଚାପରେ ରହିବ। ସେହିପରି ଦିନିକିଆ କ୍ରିକେଟ ଇତିହାସରେ ଦୁଇ ଦଳ ପରସ୍ପରକୁ ଶତାଧିକ ଥର ଭେଟିଛନ୍ତି। ଏଥିରେ ଭାରତ ୫୭ ଏବଂ ଇଂଲଣ୍ଡ ୪୪ ଥର ବିଜୟୀ ହୋଇଛନ୍ତି। ମାତ୍ର ବିଶ୍ୱକପରେ ଇଂଲଣ୍ଡ ଦଳ ଚାରୋଟି ଏବଂ ଭାରତ ତିନୋଟି ମ୍ୟାଚରେ ବିଜୟୀ ହୋଇଛି। ଗୋଟିଏ ମାତ୍ର ମ୍ୟାଚ୍ ଟାଇରେ ସମାପ୍ତ ହୋଇଛି।

Leave a Reply

Your email address will not be published. Required fields are marked *