୨୦୦୩ରେ ଅଷ୍ଟ୍ରେଲିଆ ଦଳ ଯେମିତି ଥିଲା, ୨୦୨୩ରେ ଭାରତୀୟ ଦଳ ସେମିତି , ଏହା ପଛର କାରଣ ଜାଣନ୍ତୁ …

ଭାରତ ଚତୁର୍ଥ ଥର ପାଇଁ ବିଶ୍ୱକପର ଫାଇନାଲରେ ପ୍ରବେଶ କରିଛି। ୧୯୮୩ରେ କପିଲ ଦେବଙ୍କ ନେତୃତ୍ୱରେ ସେ ୱେଷ୍ଟଇଣ୍ଡିଜ୍ କୁ ହରାଇ ପ୍ରଥମ ଥର ପାଇଁ ଟାଇଟଲ ଜିତିଥିଲେ। ୨୦୦୩ରେ ଅଷ୍ଟ୍ରେଲିଆ ବିପକ୍ଷ ଫାଇନାଲରେ ତାଙ୍କୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା। ସେତେବେଳେ ସୌରଭ ଗାଙ୍ଗୁଲି ଅଧିନାୟକ ଥିଲେ। ଏହାର ୮ ବର୍ଷ ପରେ ୨୦୧୧ରେ ଭାରତ ଫାଇନାଲରେ ପହଞ୍ଚିବା ପରେ ଶ୍ରୀଲଙ୍କାକୁ ପରାସ୍ତ କରି ଦ୍ବିତୀୟ ଥର ପାଇଁ ଟାଇଟଲ ଜିତିଥିଲା।

ବିଶ୍ୱକପର ଫାଇନାଲରେ ପୁଣି ଥରେ ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ ଟିମ୍ । ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ରବିବାର (ନଭେମ୍ବର ୧୯) ଉଭୟ ଦଳ ମଧ୍ୟରେ ମ୍ୟାଚ୍ ଖେଳାଯିବ। ୨୦ ବର୍ଷ ପରେ ବିଶ୍ୱକପ୍ ଫାଇନାଲରେ ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ । ଶେଷ ଥର ପାଇଁ ୨୦୦୩ରେ ସୌରଭ ଗାଙ୍ଗୁଲିଙ୍କ ନେତୃତ୍ୱରେ ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଟିମ୍ ଇଣ୍ଡିଆ ପରାସ୍ତ ହୋଇଥିଲା। ରୋହିତ ଶର୍ମାଙ୍କ ସେନା ଏଥର ସେହି ପରାଜୟର ପ୍ରତିଶୋଧ ନେବ ବୋଲି ଆଶା କରାଯାଉଛି ।

୨୦୦୩ ବିଶ୍ୱକପ୍ ରେ ଯେତେବେଳେ ଅଷ୍ଟ୍ରେଲିଆ ଚାମ୍ପିୟନ ହୋଇଥିଲା ସେତେବେଳେ ସେ ମଧ୍ୟ ସମସ୍ତ ୧୧ଟି ମ୍ୟାଚ୍ ଜିତିଥିଲା। କଙ୍ଗାରୁ ଦଳ ଗ୍ରୁପ୍ ରାଉଣ୍ଡରେ ଭାରତକୁ ପରାସ୍ତ କରିବା ପରେ ଫାଇନାଲରେ ପରାସ୍ତ କରିଥିଲା। ସେହିପରି  ଭାରତୀୟ ଦଳ ମୋଟ ୮ଟି ମ୍ୟାଚ୍ ଜିତିଥିଲା। ଏବେ ୨୦୨୩ ବିଶ୍ୱକପ୍ ବିଷୟରେ କହିବାକୁ ଗଲେ ଭାରତୀୟ ଦଳ କ୍ରମାଗତ ୧୦ଟି ମ୍ୟାଚ୍ ଜିତି ଫାଇନାଲରେ ପ୍ରବେଶ କରିଛି ଏବଂ ୧୧ତମ ବିଜୟ ହାସଲ କରି ଟାଇଟଲ ଜିତିବା ଉପରେ ସମସ୍ତଙ୍କ ନଜର ରହିଛି। ଗ୍ରୁପ୍ ରାଉଣ୍ଡରେ ଭାରତ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିବା ବେଳେ ଏବେ ଫାଇନାଲରେ ମଧ୍ୟ ଅଷ୍ଟ୍ରେଲିଆକୁ ହରାଇବାର ସୁଯୋଗ ରହିଛି। ଅଷ୍ଟ୍ରେଲିଆ ଦଳ ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୮ଟି ମ୍ୟାଚ୍ ଜିତି ଫାଇନାଲରେ ପହଞ୍ଚିଛି ଏବଂ ଅହମ୍ମଦାବାଦରେ ହାରିଲେ ୮ଟି ବିଜୟ ସହ ଯାତ୍ରା ଶେଷ କରିବ।

Leave a Reply

Your email address will not be published. Required fields are marked *