ଆପଣ ପିଏମ କିଶାନ ପଇସା ପାଇନାହାଁନ୍ତି କି ? ଯଦି ନାଁ ତେବେ ଜାଣି ନିଅନ୍ତୁ କେଉଁଠି କରିବେ ଅଭିଯୋଗ …

ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅର୍ଥାତ ପିଏମ କିଷାନ ଯୋଜନା ଅଧୀନରେ ୧୫ତମ କିସ୍ତି ପ୍ରଦାନ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ୧୮ କୋଟି ଟଙ୍କାର ୧୫ତମ କିସ୍ତି ଉନ୍ମୋଚନ କରିଛନ୍ତି। ଏହି ଯୋଜନା ଅଧୀନରେ ଯୋଗ୍ୟ କୃଷକମାନେ ସେମାନଙ୍କ ପଞ୍ଜୀକୃତ ବ୍ୟାଙ୍କ ଆକାଉଣ୍ଟରେ ୨୦୦୦ ଟଙ୍କାର କିସ୍ତି ପାଇଛନ୍ତି । ଜୁଲାଇ ୨୭ରେ ୧୭ ହଜାର କୋଟି ଟଙ୍କାର ୧୪ତମ କିସ୍ତି ପ୍ରଦାନ କରାଯାଇଥିଲା। ପିଏମ କିଷାନ ଯୋଜନା ଡିସେମ୍ବର ୧, ୨୦୧୮ରୁ ଲାଗୁ ହୋଇଛି । କୃଷକମାନଙ୍କ ପାଇଁ ସେମାନଙ୍କ କୃଷି ଆବଶ୍ୟକତା ପୂରଣ କରିବା ପାଇଁ ଏହା ଅଣାଯାଇଛି । ଏହି ଯୋଜନା ଅଧୀନରେ ସମସ୍ତ ଜମିଧାରୀ କୃଷକଙ୍କ ବ୍ୟାଙ୍କ ଆକାଉଣ୍ଟରେ ବାର୍ଷିକ ୬,୦୦୦ ଟଙ୍କା ରାଶି ମିଳିଥାଏ । ପ୍ରତି ଚାରି ମାସରେ ଥରେ ଏହି ରାଶି ପ୍ରଦାନ କରାଯାଏ ।ତେବେ ଯଦି ଆପଣ ଏପର୍ଯ୍ୟନ୍ତ ଏହି ରାଶି ପାଇନାହାଁନ୍ତି ତେବେ ଆପଣଙ୍କୁ କ’ଣ କରିବାକୁ ପଡ଼ିବ ତାହା ଏଠାରେ ଜାଣନ୍ତୁ ।

କେମିତି ଜାଣିବେକି ପଇସା ଆସିଛି କି ନାହିଁ ।

  • ପିଏମ କିଷାନ ଯୋଜନା ଅଧୀନରେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରେ ପିଏମ କିଷାନ କିସ୍ତି ଆସିଛି କି ନାହିଁ ତାହାର ଅନଲାଇନ ସ୍ଥିତି ଜାଣିବା ପାଇଁ, ଆପଣ ନିମ୍ନରେ ଦର୍ଶାଯାଇଥିବା ସୋପାନକୁ ଅନୁସରଣ କରିପାରିବେ ।
  •  pmkisan.gov.in ପିଏମ କିଷାନ ଯୋଜନାର ଅଫିସିଆଲ ୱେବସାଇଟକୁ ଯାଆନ୍ତୁ । ହୋମ୍ ପେଜ୍ ଖୋଲିବା ପରେ କୃଷକକୋଣକୁ ଯାଇ ହିତାଧିକାରୀ ଙ୍କ ସ୍ଥିତି ସହ ବିକଳ୍ପ ଉପରେ କ୍ଲିକ୍ କରନ୍ତୁ। ଏଠାରେ ଆପଣଙ୍କ ବିବରଣୀ ପ୍ରବେଶ କରନ୍ତୁ ଏବଂ ଡାଟା ବିକଳ୍ପ ଉପରେ କ୍ଲିକ୍ କରନ୍ତୁ। ଆପଣଙ୍କ ପିଏମ୍ କିଷାନ ଯୋଜନାର ସ୍ଥିତି ଆପଣଙ୍କ କମ୍ପ୍ୟୁଟର ସ୍କ୍ରିନରେ ଦେଖାଯିବ। ରେଫରେନ୍ସ ପାଇଁ ଏକ କପି ଡାଉନଲୋଡ୍ କରନ୍ତୁ, ଏହାକୁ ସେଭ କରିନ୍ତୁ, ଆବଶ୍ୟକ ହେଲେ ପ୍ରିଣ୍ଟ କରନ୍ତୁ।

ତେବେ ଯଦି ଆପଣଙ୍କ ବ୍ୟାଙ୍କ ଖାତାକୁ ପଇସା ଆସିନଥାଏ ତେବେ ଆପଣ ୧୫୫୨୬୧, ୧୮୦୦୧୧୫୫୨୬, ୦୧୧-୨୩୩୮୧୦୯୨ ନମ୍ବରରେ କଲ୍ କରି ଅଭିଯୋଗ କରିପାରିବେ। କିମ୍ବା ଆପଣ www. pmkisan-ict@gov.in ରେ ମଧ୍ୟ ଅଭିଯୋଗ କରିପାରିବେ ।

Leave a Reply

Your email address will not be published. Required fields are marked *