ଦକ୍ଷିଣ ଆଫ୍ରିକା ଗସ୍ତରେ ଦଳକୁ ଫେରିବେକି ଏହି ଦୁଇ ବରିଷ୍ଠ ଖେଳାଳି…

ଘରୋଇ ମାଟିରେ ଅଷ୍ଟ୍ରେଲିଆ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳା ଶେଷ ହେବା ପରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ଅଭିମୁଖେ ଯାତ୍ରା କରିବ। ଏଠାରେ ସେମାନଙ୍କୁ ୩ଟି ଟି-୨୦, ୩ଟି ଦିନିକିଆ ଓ ୨ଟି ଟେଷ୍ଟ ମ୍ୟାଚ୍ ଖେଳିବାକୁ ପଡ଼ିବ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଟିମ୍ ଇଣ୍ଡିଆର ବରିଷ୍ଠ ଖେଳାଳିମାନଙ୍କୁ ସିରିଜ୍ ଆରମ୍ଭ ହେବା ପୂର୍ବରୁ ପରିସ୍ଥିତି ସହ ସମ୍ପୂର୍ଣ୍ଣ ରୂପେ ଖାପ ଖୁଆଇବା ପାଇଁ ୩ଟି, ୪ ଦିନିଆ ଅଭ୍ୟାସ ମ୍ୟାଚ୍ ଯୋଜନା କରୁଛି। ବର୍ତ୍ତମାନ ଟେଷ୍ଟ ଦଳରୁ ବାଦ୍ ପଡ଼ିଥିବା ଭାରତୀୟ ଦଳର କିଛି ବରିଷ୍ଠ ଖେଳାଳି ମଧ୍ୟ ନିଜ ପ୍ରତ୍ୟାବର୍ତ୍ତନ କୁ ଅପେକ୍ଷା କରିଛନ୍ତି, ଯେଉଁଥିରେ ସେମାନେ ମଧ୍ୟ ଏହି ଅଭ୍ୟାସ ମ୍ୟାଚ୍ ରେ ଖେଳିବାର ସୁଯୋଗ ପାଇପାରିବେ, ଯାହାଦ୍ୱାରା ସେମାନେ ନିଜକୁ ପ୍ରମାଣିତ କରିପାରିବେ।

ଟିମ୍ ଇଣ୍ଡିଆ ଏପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକାରେ ଥରେ ବି ଟେଷ୍ଟ ସିରିଜ୍ ଜିତିବାରେ ସକ୍ଷମ ହୋଇନାହିଁ। ଏଭଳି ସ୍ଥିତିରେ ଏହି ଗସ୍ତ ଦଳ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବାକୁ ଯାଉଛି। ଅନ୍ୟପକ୍ଷରେ ଟେଷ୍ଟ ଦଳର ଘୋଷଣା ଉପରେ ମଧ୍ୟ ସମସ୍ତଙ୍କ ନଜର ରହିଛି, ଯେଉଁଥିରେ ଚେତେଶ୍ୱର ପୂଜାରା ଓ ଅଜିଙ୍କ୍ୟ ରାହାଣେଙ୍କୁ ଦଳରେ ସାମିଲ କରାଯାଉଛି କି ନାହିଁ ଦେଖିବାର ରହିଲା ।  କାରଣ ଗତ ଏକ ବର୍ଷ ମଧ୍ୟରେ ଉଭୟଙ୍କ ପ୍ରଦର୍ଶନ ବିଶେଷ କିଛି ଦେଖିବାକୁ ମିଳିନାହିଁ। ଏଥିସହିତ ଦଳରେ  ଉପେନ୍ଦ୍ର ଯାଦବ ଓ ସୌରଭ କୁମାରଙ୍କ ଭଳି କିଛି ନୂଆ ନାମ ମଧ୍ୟ ଦେଖିବାକୁ ମିଳିପାରେ, ଯେଉଁମାନେ ଘରୋଇ କ୍ରିକେଟ୍ରେ କ୍ରମାଗତ ଭାବେ ଭଲ ଖେଳ ଦେଖାଉଛନ୍ତି।

Leave a Reply

Your email address will not be published. Required fields are marked *