ବଡ଼ବିଲର ବଡ଼ବାବୁ …ଯାହାଙ୍କ ଚୌକିରେ ଲାଗିଛି ଫେବିକଲ୍….କେନ୍ଦୁଝରର ଜି.ମାଥିଭାଥନନ ବୋଲି ପାଇଲେଣି ପ୍ରସିଦ୍ଧି

ବଡ଼ବିଲ : କୌଣସି ସରକାରୀ ଗୋଟିଏ ପଦରେ ତିନି ବର୍ଷରୁ ଅଧିକ ସମୟ ରହିପାରିବେ ନାହିଁ ବୋଲି ନିୟମରେ ରହିଛି। ମାତ୍ର ଏହି ନିୟମକୁ ତୃଣମୂଳରୁ ଆରମ୍ଭ କରି ସଚିବାଳୟ ଭବନ ପର୍ଯ୍ୟନ୍ତ ଅଣଦେଖା କରାଯାଉଛି। ଅଧିକାଂଶ ଅଧିକାରୀଙ୍କ ଅଦଳବଦଳ କରାଯାଉଛି। ମାତ୍ର କିଛି ନିର୍ଦ୍ଦିଷ୍ଟ ଅଧିକାରୀଙ୍କ ଅଦଳବଦଳ କରାଯାଉନାହିଁ। ବିଶେଷ କରି ଖଣିଜ ସମ୍ପଦରେ ଥିବା ଜିଲ୍ଲା ଗୁଡିକରେ ଏହି ନିୟମ ଦେଖିବାକୁ ମିଳୁଛି। ସଚିବାଳୟରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ପ୍ରମୁଖ ସଚିବ ଜି.ମାଥିଭାଥନନଙ୍କ ପରି କେନ୍ଦୁଝର ବଡ଼ବିଲରେ ଏମିତି ଜଣେ ଅଧିକାରୀ ରହିଛନ୍ତି। ଯାହାକୁ ବଡ଼ବିଲର ଜି.ମାଥିଭାଥନନ୍ ବୋଲି କୁହାଯାଉଛି। ଏହି କଥା କହି କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କୁଆଡେ ହାସ୍ୟରୋଳ ହେଉଛି।  ଏହି ଅଧିକାରୀ ଜଣଙ୍କ ହେଉଛନ୍ତି- ଅଭିଷେକ ପଣ୍ଡା, ଯିଏ ଓଡ଼ିଶା ରାଜସ୍ୱ ସେବାର ଅଧିକାରୀ। ଛଅରୁ ଉର୍ଦ୍ଧ୍ୱ ସମୟ ଧରି ସେ ଗୋଟିଏ ପଦରେ ରହିଲେଣି। ପ୍ରଥମେ ଏହି ଅଞ୍ଚଳରେ ଅତିରିକ୍ତ ତହସିଲଦାର ଏବଂ ପରବର୍ତ୍ତୀ ସମୟରେ ପୌର ନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟ କରୁଛନ୍ତି। ସାଧାରଣରେ ବଡ଼ବିଲ ଅଞ୍ଚଳରେ ଜମି ଜବରଦଖଲ ନେଇ ତମ୍ବିତୋଫାନ ଜାରି ରହିଛି। ବେଆଇନ କାର୍ଯ୍ୟକୁ ପ୍ରୋତ୍ସାହନ ପ୍ରଦାନ କରାଯାଉଥିବା ବହୁ ସ୍ଥାନୀୟ ଲୋକ ଅଭିଯୋଗ କରୁଛନ୍ତି। 2019 ଜୁନ୍ ମାସରୁ ପୌର ନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟ କରୁଛନ୍ତି। ଇତି ମଧ୍ୟରେ କର୍ନାଟକ, ମହାରାଷ୍ଟ୍ର, ହିମାଚଳ ପ୍ରଦେଶରେ ସରକାର ବଦଳିଗଲେଣି। ଭି.କେ ପାଣ୍ଡିଆନ୍ ବ୍ୟକ୍ତିଗତ ସଚିବରୁ ଫାଇଟ୍ ଟି ସଚିବ, ପୁଣି ନବୀନ ଓଡ଼ିଶା ଅଧ୍ୟକ୍ଷ ହୋଇ ବିଜେଡିରେ ମିଶି ସାରିଲେଣି। ହେଲେ ଶ୍ରୀ ପଣ୍ଡା ବାବୁ ସେମିତି ସ୍ଥିତପ୍ରଜ୍ଞ ମୁଦ୍ରାରେ ରହିଛନ୍ତି। ବହୁ ଛାପା ଏବଂ ପ୍ରମୁଖ ଗଣମାଧ୍ୟମ ଏନେଇ ଖବର ପରିବେଷଣ କରିସାରିଛନ୍ତି। ସେ ସମସ୍ତଙ୍କୁ ଶ୍ରୀ ପଣ୍ଡା ଗୋଟିଏ ଉତ୍ତର ଦେଇ ଆସୁଛନ୍ତି। ତାଙ୍କ ଉତ୍ତର ଟି ହେଉଛି- ଖାଲିଥିବା ସରକାରୀ ଜମିକୁ ତାରବାଡ଼ କରାଯାଉଛି। ନୂଆ ନିର୍ମାଣ ହେଉନାହିଁ। ସ୍ଥାନୀୟ ତହସିଲର ସହାୟତା ନିଆଯାଉଛି।

Leave a Reply

Your email address will not be published. Required fields are marked *