୬୨ ପ୍ରତିଶତ ଝିଅ ନିଜ ବାହାଘରର ଖର୍ଚ୍ଚ ନିଜେ ଉଠାଇବାକୁ ଚାହୁଁଥିବା ବେଳେ ,ଜାଣନ୍ତୁ କ’ଣ ରହିଛି ପୁଅଙ୍କ ପ୍ରତିଶତ …

ଆଗକୁ ଆସୁଛି ବାହାଘର ସିଜିନ । କିନ୍ତୁ ଏହି ବାହାଘର ଋତୁ ପୂର୍ବରୁ ଏମିତି ଏକ ତଥ୍ୟ ଆସିଛି ଯାହାକୁ ଦେଖିଲେ ସବୁ ବାପା – ମା ଖୁସି ହୋଇଯିବେ । ଇଣ୍ଡୋଆଲେଣ୍ଡସର ନାମକ ଏକ ସଂସ୍ଥା ପକ୍ଷରୁ କରାଯାଇଥିବା ସର୍ଭେରୁ ଜଣାପଡ଼ିଛି ଯେ ଦେଶର ୪୨ ପ୍ରତିଶତ ପିଲା ସେମାନଙ୍କର ବିବାହର ଖର୍ଚ୍ଚ ସେମାନେ ନିଜେ ଉଠାଇ ବାକୁ ଚାହୁଁଛନ୍ତି । ତେବେ ଆମେ ସମସ୍ତେ ଜାଣିଛେ ଯେ ପୁଅ ମାନଙ୍କ ବିବାହ ଠାରୁ ଝିଅ ମାନଙ୍କ ବାହାଘରକୁ ନେଇ ବାପା – ମା ଅଧିକ ଚିନ୍ତାରେ ଥାନ୍ତି । କିନ୍ତୁ ଏହି ରିପୋର୍ଟରୁ ଜଣାପଡ଼ିଛି ଯେ ୬୨ ପ୍ରତିଶତ ଝିଅ ନିଜର ବାହାଘରର ଖର୍ଚ୍ଚ ନିଜେ ଉଠାଇବାକୁ ମତ ପ୍ରକାଶ କରିଥିବା ବେଳେ ୫୨ ପ୍ରତିଶତ ପୁଅ ଏହି କ୍ଷତ୍ରରେ ନିଜର ମତ ବ୍ୟକ୍ତ କରିଛନ୍ତି । ତେବେ ବାହାଘର ପାଇଁ ହେଉଥିବା ଖର୍ଚ୍ଚକୁ ଯୁବପିଢ଼ି କିଭଳି କରିବେ? ଏ ନେଇ ହୋଇଥିବା ପ୍ରଶ୍ନରୁ ଜଣାପଡ଼ିଛି ଯେ ବିବାହ କରିବାକୁ ଥିବା ୪୨.୧ ପ୍ରତିଶତ କନ୍ୟା ନିଜ ସଞ୍ଚୟରେ ବାହାଘର ଖର୍ଚ୍ଚ ଉଠାଇବାକୁ ଚାହାନ୍ତି। ସେହିଭଳି ୨୬.୩ ପ୍ରତିଶତ କନ୍ୟା ଋଣ ମାଧ୍ୟମରେ ବାହାଘର ଖର୍ଚ୍ଚ କରିବାକୁ ମତ ରଖିଛନ୍ତି। ଯେଉଁମାନେ ଋଣ କରିବାକୁ ମତ ଦେଇଛନ୍ତି ସେମାନଙ୍କ ମଧ୍ୟରୁ ୬୭.୭ ପ୍ରତିଶତ ଝିଅ ୧ରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ କରିବାକୁ ମତ ରଖିଛନ୍ତି। ତେବେ ୨୭.୭ ପ୍ରତିଶତ ଲୋକ ବାହାଘର ପାଇଁ ପାଣ୍ଠି କିଭଳି ସଂଗ୍ରହ କରିବେ ସେ ନେଇ କିଛି ଚିନ୍ତା କରିନାହାନ୍ତି। ତେବେ ଏହି ସର୍ଭେରେ ଭାଗନେଇଥିବା ୭୦ ପ୍ରତିଶତ ଲୋକେ କହିଛନ୍ତି ବାହାଘର ପାଇଁ ସେମାନଙ୍କର ବଜେଟ୍ ହେଉଛି ୧-୧୦ ଲକ୍ଷ ଟଙ୍କା । ସେହିପରି ୨୧.୬ ପ୍ରତିଶତ ଲୋକ ନିଜ ବାହାଘରରେ ୧୧-୨୫ ଲକ୍ଷ ଖର୍ଚ୍ଚ କରିବାକୁ ଚାହାଁନ୍ତି । ଏହା ବ୍ୟତୀତ ୮.୪ ପ୍ରତିଶତ ଲୋକ ୨୫ ଲକ୍ଷରୁ ଅଧିକ ଟଙ୍କା ନିଜ ବାହାଘରରେ ଖର୍ଚ୍ଚ କରିବାକୁ ଚାହାଁନ୍ତି । ଇଣ୍ଡିଆଲେଣ୍ଡସର ପ୍ରତିଷ୍ଠାତା କହିଛନ୍ତି ଆଜିର ଯୁବପିଢି ମଧ୍ୟରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି । ନିଜ ବିବାହ ଖର୍ଚ୍ଚ ନିଜେ ଉଠାଇବା ନେଇ ମତ ରଖିବା ଆର୍ଥିକ ସ୍ବାଧିନତା ଦିଗରେ ଏକ ବଡ଼ ବାର୍ତ୍ତା ଦେଉଛି ।