ତେଲେଙ୍ଗାନାରେ ପ୍ରଶିକ୍ଷଣ ବିମାନ ଦୁର୍ଘଟଣାରେ ୨ ପାଇଲଟ ମୃତ , ମୃତ ପରିବାରକୁ ସମବେଦନା ଜଣାଇଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ …

ଆଜି ତେଲେଙ୍ଗାନାରେ ଏକ ଅତ୍ୟନ୍ତ ଦୁଃଖଦ ଦୁର୍ଘଟଣା ଘଟିଛି। ଭାରତୀୟ ବାୟୁସେନାର ଏକ ପ୍ରସିକ୍ଷଣ ଏୟାରକ୍ରାଫ୍ଟ ଦୁର୍ଘଟଣାର ଶିକାର ହୋଇଥିବା ବେଳେ ଏଥିରେ ଦୁଇ ଜଣ ପାଇଲଟଙ୍କ ମୃତ୍ୟୁ ଘଟିଛି। ଏ ନେଇ ବାୟୁସେନା ପକ୍ଷରୁ ସୂଚନା ଦିଆଯାଇଛି। ଭାରତୀୟ ବାୟୁସେନା ର ଅଧିକାରୀମାନେ କହିଛନ୍ତି ଯେ ସକାଳ ୮.୫୫ ରେ ପିଲାଟସ୍ ପ୍ରଶିକ୍ଷଣ ବିମାନ ତେଲେଙ୍ଗାନାର ଡିଣ୍ଡିଗୁଲସ୍ଥିତ ବାୟୁସେନା ଏକାଡେମୀରେ ଦୁର୍ଘଟଣାର ଶିକାର ହୋଇଥିଲା। ଏହି ବିମାନ ଦୁର୍ଘଟଣାରେ ବାୟୁସେନାର ଦୁଇ ଜଣ ପାଇଲଟଙ୍କ ମୃତ୍ୟୁ ଘଟିଛି।

ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦୁଇ ପାଇଲଟଙ୍କ ମଧ୍ୟରୁ ଜଣେ ତାଲିମଦାତା ଥିବା ବେଳେ ଅନ୍ୟ ଜଣେ ବାୟୁସେନା କ୍ୟାଡେଟ୍ ବୋଲି ଅଧିକାରୀମାନେ କହିଛନ୍ତି। ପିଲାଟସ୍ ପିସି୭ ଏମକେ ୨ ବିମାନ ଟି ସକାଳେ ନିୟମିତ ପ୍ରଶିକ୍ଷଣ ପାଇଁ ବାୟୁସେନା ଏକାଡେମୀରୁ ଉଡ଼ାଣ ଭରିଥିଲେ କିନ୍ତୁ ଏହା  ବାଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଘଟଣାସ୍ଥଳରେ ହିଁ ଉଭୟ ପାଇଲଟଙ୍କ ମୃତ୍ୟୁ ଘଟିଛି। ଏମାନଙ୍କ ବ୍ୟତୀତ ଆଉ କାହାର ଜୀବନ ଯାଇନାହିଁ କି ସ୍ଥଳଭାଗର କୌଣସି କ୍ଷୟକ୍ଷତି ହୋଇନାହିଁ ବୋଲି ସୂଚନା ମିଳିଛି । ଏହି ଦୁର୍ଘଟଣାକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଦୁଃଖ ପ୍ରକାଶ କରିଛନ୍ତି। ରାଜନାଥ ସିଂହ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି, ହାଇଦ୍ରାବାଦ ନିକଟରେ ଦୁର୍ଘଟଣା ଖବର ଶୁଣି ଦୁଃଖିତ। ଅତ୍ୟନ୍ତ ଦୁଃଖର ବିଷୟ ଯେ ଦୁଇ ଜଣ ପାଇଲଟ୍ ପ୍ରାଣ ହରାଇଛନ୍ତି। ଏହି ଦୁଃଖସମୟରେ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ସହ ମୋର ସମବେଦନା ରହିଛି ବୋଲି ସେ କହିଛନ୍ତି

Leave a Reply

Your email address will not be published. Required fields are marked *