ରଣବୀରଙ୍କ ‘ଆନିମଲ ‘ ଫିଲ୍ମ ଏହି ସୁପରଷ୍ଟାରଙ୍କ ଚଳଚ୍ଚିତ୍ରକୁ ପଛରେ ପକାଇଲା …

ରଣବୀର କପୁରଙ୍କ ଫିଲ୍ମ ‘ଆନିମଲ’ର କ୍ରେଜ୍ ଦର୍ଶକଙ୍କ ମଧ୍ୟରେ ଦେଖିବାକୁ ମିଳୁଛି। ଫିଲ୍ମଟି ଓପନିଂ ଡେ’ରୁ ବକ୍ସ ଅଫିସରେ ଭଲ ରେସପନ୍ସ ପାଉଛି । ଏହା ସହିତ ଏହି ଫିଲ୍ମ ଅନେକ ବ୍ଲକବଷ୍ଟର ଫିଲ୍ମର ରେକର୍ଡ ମଧ୍ୟ ଭାଙ୍ଗିବାରେ ଲାଗିଛି । ଏପରିକି ରିଲିଜ୍ ର ତୃତୀୟ ଦିନରେ ଶାହରୁଖ ଖାନଙ୍କ ମେଗା ବ୍ଲକବଷ୍ଟର ଫିଲ୍ମ ‘ପଠାନ’ର ରେକର୍ଡକୁ ଭାଙ୍ଗିବାରେ ସଫଳ ହୋଇଛି ।

‘ଆନିମଲ’ ବକ୍ସ ଅଫିସରେ ଧମାଲ ମଚାଇଛି । ରଣବୀର କପୁର ଏବଂ ବବି ଦେଓଲଷ୍ଟାରର ଏହି ଫିଲ୍ମକୁ ଦେଖିବା ପାଇଁ ପେକ୍ଷାଳୟରେ ଦର୍ଶକଙ୍କ ଲମ୍ବା ଲାଇନ ଦେଖିବାକୁ ମିଳୁଛି । ଆଶ୍ଚର୍ଯ୍ୟର କଥା ହେଉଛି, ‘ଆନିମଲ୍’ର ଏହି କ୍ରେଜ୍ କେବଳ ଦେଶରେ ନୁହେଁ ବରଂ,ସାରା ବିଶ୍ୱରେ ଦେଖିବାକୁ ମିଳୁଛି। ଏଭଳି ପରିସ୍ଥିତିରେ ଫିଲ୍ମଟି ବିଶ୍ୱବ୍ୟାପୀ ବମ୍ପର କଲେକ୍ସନ ମଧ୍ୟ କରୁଛି । ମୁକ୍ତିଲାଭର ତୃତୀୟ ଦିନରେ ‘ଆନିମଲ’ ୩୫୬ କୋଟି ଟଙ୍କା ଆୟ ସହ ଶାହରୁଖ ଖାନଙ୍କ ‘ପାଠାନ’କୁ ପଛରେ ପକାଇଛି । ସେହିପରି  କିଙ୍ଗ୍ ଖାନ୍ ଙ୍କ ନିଜ ଯବାନର ରେକର୍ଡ ଭାଙ୍ଗିବାରୁ ‘ଆନିମଲ’ ବଞ୍ଚିତ ହୋଇଛି।ସେହିପରି ଏହି ଚଳଚ୍ଚିତ୍ର ମାନଙ୍କର ତିନିଦିନରେ ବିଶ୍ବବ୍ୟାପି ଆୟ ଯଦି ଦେଖାଯାଏ ତେବେ ‘ଜବାନ’ ତିନି ଦିନରେ ବିଶ୍ୱବ୍ୟାପୀ ୩୮୪ କୋଟି ଆୟ କରିଥିଲା।  ଏବେ ‘ଆନିମଲ’ର ଗ୍ଲୋବାଲ କଲେକ୍ସନ ୩୫୬ କୋଟି ହୋଇଛି। ପୂର୍ବରୁ ତିନି ଦିନିଆ ‘ପଠାନ୍’ର ବିଶ୍ୱବ୍ୟାପୀ ଆୟ ୩୧୮ କୋଟି ଟଙ୍କା ଥିଲା । ତେବେ ଦେଖିବାର ରହିଲା କି ରନବୀର କପୁରଙ୍କ ଏହି ଚଳଚ୍ଚିତ୍ର ଆଗକୁ ଆଉ କେତେ ଆୟ କରିବାରେ ସଫଳ ହେଉଛି ।

Leave a Reply

Your email address will not be published. Required fields are marked *