‘ଆନିମଲ’ ଫିଲ୍ମର ଓଟିଟି ରିଲିଜ କେବେ ଓ କେଉଁଥିରେ ହେବ ଜାଣନ୍ତୁ …

ରଣବୀର କପୁରଙ୍କ ଫିଲ୍ମ ‘ଆନିମଲ’ ସାରା ବିଶ୍ୱରେ ଚହଳ ସୃଷ୍ଟି କରୁଛି । ଫିଲ୍ମକୁ ଦର୍ଶକଙ୍କ ଠାରୁ ଭଲ ରେସପନ୍ସ ମିଳୁଛି । ଫିଲ୍ମରେ ରଣବୀର କପୁରଙ୍କ ଦମଦାର ଅଭିନୟ ଲୋକଙ୍କ ହୋସ ଉଡାଇ ଦେଇଛି । ତେବେ ଫିଲ୍ମର ଓଟିଟି ରିଲିଜକୁ ମଧ୍ୟ ଅନେକ ଲୋକ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି । ଇତିମଧ୍ୟରେ ଆନିମଲର ଓଟିଟି ରିଲିଜ୍କୁ ନେଇ ଏକ ନୂଆ ଅପଡେଟ୍ ସାମ୍ନାକୁ ଆସିଛି।
ତେବେ ଆପଣ ସମସ୍ତେ ଜାଣିଥିବେ ଯେ ‘ଆନିମଲ’ ଫିଲ୍ମିର ଓଟିଟି ଅଧିକାର ନେଟଫ୍ଲିକ୍ସ ପାଖରେ ରହିଛି । ବଲିଉଡ ଲାଇଭ୍ ଅନୁଯାୟୀ, ଆସନ୍ତା ବର୍ଷ ଜାନୁଆରି ମାସରୁ ଏହି ଫିଲ୍ମ ଷ୍ଟ୍ରିମ୍ ହୋଇପାରେ। ସୂଚନାଯୋଗ୍ୟ, ଥିଏଟର ରିଲିଜ୍ ହେବାର ୪୫-୬୦ ଦିନ ପରେ ଓଟିଟିରେ କୌଣସି ଫିଲ୍ମ ରିଲିଜ୍ ହୋଇଥାଏ। ସେହି ଅନୁଯାୟୀ, ଆନିମଲ ଜାନୁଆରୀ ୧୪ କିମ୍ବା ୧୫ ରୁ ନେଟଫ୍ଲିକ୍ସରେ ଷ୍ଟ୍ରିମ୍ କରିପାରିବେ । ତେବେ ଏ ନେଇ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ସୂଚନା ମିଳିନାହିଁ।