ଇଣ୍ଡିଆ ମେଣ୍ଟ ଓ (ଟିଏମସି) ମହୁଆଙ୍କ ପାଇଁ ଲଢିବେ ; ମମତା
ତୃଣମୂଳ କଂଗ୍ରେସ ନେତ୍ରୀ ମହୁଆ ମୈତ୍ରଙ୍କ ବିରୋଧରେ ’କ୍ୟାସ୍ ଫର୍ କ୍ୱେରି’ ଅଭିଯୋଗ ନେଇ ନୈତିକତା କମିଟି ରିପୋର୍ଟ ଆସିବା ପରେ ତାଙ୍କୁ ଲୋକସଭାରୁ ବହିଷ୍କାର କରାଯାଇଛି। ସଂସଦରେ ନରେନ୍ଦ୍ର ମୋଦୀ ସରକାରଙ୍କୁ ସମାଲୋଚନା କରୁଥିବା ପ୍ରଶ୍ନ ପଚାରିବା ବଦଳରେ ବ୍ୟବସାୟୀ ଦର୍ଶନ ହିରାନନ୍ଦାନୀଙ୍କ ଠାରୁ ନଗଦ ୨କୋଟି ଟଙ୍କା ଓ ବିଳାସପୂର୍ଣ୍ଣ ଉପହାର ସାମଗ୍ରୀ ସମେତ ଲାଞ୍ଚ ନେଇଥିବା ଅଭିଯୋଗ ହୋଇଛି।ତେବେ ଏହି ରିପୋର୍ଟରେ ଉଲେଖଯୋଗ୍ୟ ଯେ ବେଆଇନ ଲାଞ୍ଚ ଗ୍ରହଣ କରିବାର ଅଭିଯୋଗ ସ୍ପଷ୍ଟ କରାଯାଇଛି । ଏହି ଘଟଣାର ପତିକ୍ରିୟା ରଖି ମହୁଆ କହିଛନ୍ତି ଯେ କମିଟି ଏହି ଘଟଣାରେ ଠିକରେ ଯାଞ୍ଚ କରିନି , ମୁଁ ଆଦାନୀ ପ୍ରସଙ୍ଗ ଉଠାଇଥିଲି ତେବେ ଏହି ପ୍ରସଙ୍ଗରୁ ଧ୍ୟାନ ହଟାଇବା ପାଇଁ ଉଦ୍ୟମ କରାଯାଉଛି ବୋଲି ସେ କହିଛନ୍ତି । ସେହିପରି ଅନ୍ୟପକ୍ଷରେ ଏହି ପ୍ରସଙ୍ଗରେ ବିବୃତି ରଖି ମମତା ବାନାର୍ଜୀ କହିଛନ୍ତି ଯେ ଏହା ଗଣତନ୍ତ୍ରର ହତ୍ୟା। ଲୋକସଭା ରାୟ ଆସିବାର କିଛି ମିନିଟ୍ ମଧ୍ୟରେ ସେ କହିଛନ୍ତି, ଗଣତନ୍ତ୍ରର ବାଇପାସ୍ ଅସ୍ତ୍ରୋପଚାର ହୋଇଛି। ଦାର୍ଜିଲିଂର କୁର୍ସିଓଙ୍ଗରେ ମହୁଆ ମୋଇତ୍ରା ବିଷୟରେ ମମତା ବାନାର୍ଜୀ କହିଛନ୍ତି, “ମୁଁ ଆପଣଙ୍କୁ କହୁଛି ଯେ ମହୁଆ ପରିସ୍ଥିତିର ଶିକାର ହୋଇଛନ୍ତି। ମୁଁ ଏହାକୁ ଦୃଢ଼ ନିନ୍ଦା କରୁଛି। ଆମ ଦଳ (ଟିଏମସି) ମହୁଆଙ୍କ ସହ ଅଛି, ଆମ ଦଳ ଇଣ୍ଡିଆ ମେଣ୍ଟ ସହିତ ଏକାଠି ଲଢ଼ିବ। ଗଣତନ୍ତ୍ର ପାଇଁ ଏହା ଦୁର୍ଭାଗ୍ୟଜନକ। ବିଜେପିର ଏଭଳି ମନୋଭାବ ଦେଖି ମୁଁ ଦୁଃଖିତ। ସେମାନେ କିପରି ଗଣତନ୍ତ୍ର ସହ ବିଶ୍ୱାସଘାତକତା କଲେ? ସେମାନେ ମହୁଆଙ୍କୁ ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ଦେଇନଥିଲେ। ଏଥିରେ ସମ୍ପୂର୍ଣ୍ଣ ଅନ୍ୟାୟ ହୋଇଛି।