ଆଫ୍ରିକା ମାଟିରେ ରାହୁଲଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ , ଜାଣନ୍ତୁ କ’ଣ ରହିଛି ଭାରତର ବିଜୟର ରେକର୍ଡ …

ଦକ୍ଷିଣ ଆଫ୍ରିକା ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳାକୁ ଭାରତୀୟ ଦଳ ୧-୧ରେ ଶେଷ କରିବାରେ ସଫଳ ହୋଇଛି। ଏହି ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ବର୍ଷାରେ ଧୋଇଯିବା ପରେ ଆୟୋଜକ ଦଳ ଦ୍ବିତୀୟ ମ୍ୟାଚ୍ ଜିତିଥିବା ବେଳେ ତୃତୀୟ ମ୍ୟାଚ୍ ରେ ଟିମ୍ ଇଣ୍ଡିଆ ଚମତ୍କାର ଢଙ୍ଗରେ ପ୍ରତ୍ୟାବର୍ତ୍ତନ କରି  ୧୦୬ ରନ୍ ରେ ବିଜୟୀ ହୋଇଛି। ସେହିପରି ଡିସେମ୍ବର ୧୭ରୁ ଉଭୟ ଦଳ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ଖେଳାଯିବ, ଯାହାର ପ୍ରଥମ ମ୍ୟାଚ୍ ଜୋହାନ୍ସବର୍ଗର ନ୍ୟୁ ୱାଣ୍ଡରର୍ସ ଷ୍ଟାଡିୟମରେ ଖେଳାଯିବ। ଦକ୍ଷିଣ ଆଫ୍ରିକାରେ ଦିନିକିଆ ଫର୍ମାଟରେ ଭାରତୀୟ ଦଳର ପ୍ରଦର୍ଶନ ଏପର୍ଯ୍ୟନ୍ତ ଭଲ ରହି ନାହିଁ । ଏଭଳି ସ୍ଥିତିରେ ଏହି ସିରିଜରେ ଦଳର ନେତୃତ୍ୱ ନେଉଥିବା କେଏଲ୍ ରାହୁଲଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ରହିବ।

ସେହିପରି ଦକ୍ଷିଣ ଆଫ୍ରିକାରେ ଦିନିକିଆ ଫର୍ମାଟରେ ଭାରତୀୟ ଦଳର ରେକର୍ଡ ଉପରେ ନଜର ପକାଇଲେ ଟିମ୍ ଇଣ୍ଡିଆ ଏଠାରେ ଏପର୍ଯ୍ୟନ୍ତ ୬ଟି ସିରିଜ୍ ଖେଳିଛି, ସେଥିମଧ୍ୟରୁ ୫ଟିରେ ହାରିଛି। ୨୦୧୭-୧୮ରେ ଭାରତ ୬ ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାକୁ ୫-୧ରେ ଜିତିଥିଲା। ଏହି ସିରିଜରେ ବିରାଟ କୋହଲି ବ୍ୟାଟିଂରେ ବହୁତ ଭଲ ପ୍ରଦର୍ଶନ କରିଥିବା ସହ ଟିମ୍ ଇଣ୍ଡିଆର ଅଧିନାୟକ ଦାୟିତ୍ୱ ତୁଲାଇଥିଲେ। ସେହିପରି ଭାରତ ୨୦୨୧-୨୨ରେ ଦକ୍ଷିଣ ଆଫ୍ରିକାଗସ୍ତରେ ଶେଷ ଦିନିକିଆ ଶୃଙ୍ଖଳା ଖେଳିଥିଲା ଏବଂ ଏଥିରେ ୩-୦ରେ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା।ତେବେ ଏହି ଶୃଙ୍ଖଳାରେ ରାହୁଲ ଏକ ଯୁବ ଦଳର ନେତୃତ୍ବକୁ କିପରି ସମ୍ଭାଳିବେ ତାହା ଦେଖିବାର ବିଷୟ ।  

Leave a Reply

Your email address will not be published. Required fields are marked *